ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୀଙ୍ଗାର ପଲ୍ଲୀ ପଞ୍ଚାୟତ ମା’ ପେଟେଇ ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆହ୍ବାନ କ୍ରମେ ବ୍ଲକ୍ ଯୁବ ଛାତ୍ର ଜନତା ଦଳର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ବିଜେଡ଼ି ଉପସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ସାହୁ, ‘ଆତ୍ମା’ ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାମାନେ ଅତିଥି ଭାବେ ଯୋଗଦେଇ ଯୁବ, ଛାତ୍ର ସଂଗଠନକୁ ଅଧିକ ସୁଦୃଢ କରିବା, ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ କରି ଦଶପଲ୍ଲା ବିଧାୟକଙ୍କ ହାତ ମୁଠାକୁ ଟାଣ କରିବା ଉପରେ କହିଥିଲେ। ଏହି ବୈଠକରେ ହରିପୁର ପଞ୍ଚାୟତର ଯୁବ ସମାଜ ସେବୀ ଦିବ୍ୟରଞ୍ଜନ ନାୟକ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।
ନୂଆଗାଁ ବ୍ଲକ୍ ଯୁବ ,ଛାତ୍ର ଜନତା ଦଳ ର କାର୍ଯ୍ୟକାରିଣୀ ବୈଠକ
