ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ଏସ.ଆଇ ଧର୍ମେନ୍ଦ୍ର ଶିଆଳଙ୍କ ନେତୃତ୍ୱରେ ନୟାଗଡ଼ ଶଗଡ଼ିଆ ସାହିରେ ଚଢ଼ାଉ କରି ୨ଜଣ ବ୍ରାଉନସୁଗାର ବେପାରୀ ଆଶୁତୋଷ ଦାସ ଓ ଅଭିଜିତ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ଘରୁ ୮ ଗ୍ରାମ ୧୩୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏକ ବୁଲେଟ ଗାଡ଼ି ଏବଂ ୭ହଜାର ୫୩୦ଟଙ୍କା ପୋଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ ନଂ– ୧୧୧/୨୨ରେ ଏକ ମାମଲା ରୁଜ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା ସୁଚନା ଦେଇଛନ୍ତି।
ପୁଣି ନୟାଗଡ଼ରୁ ବ୍ରାଉନସୁଗାର ଜବତ, ଦୁଇ ଗିରଫ
