ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ନିକଟ ବଡପୁଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଡେଙ୍ଗୁ ଜ୍ୱର, ହଇଜା ଓ କରୋନା ଭୟାବହତାରୁ ରକ୍ଷା ପାଇବା ପାଇଁ ଦୈନଦିନ ବିଭିନ୍ନ ପ୍ରତିକାର ମୂଳକ ସଚେତନତା ଶିକ୍ଷା ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସନ୍ତୋଷ କୁମାର ମହାପାତ୍ରଙ୍କ ତତ୍ୱବାଧାନରେ ସ୍ୱାସ୍ଥ୍ୟକର୍ମୀ ରଶ୍ମିବାଳା ଜେନା, ଆଶାକର୍ମୀ ଶୁଭଶ୍ରୀ ପଟ୍ଟନାୟକ ଖାଇବା ପୂର୍ବରୁ ସବୁବେଳେ ହାତ ଧୋଇବା, ପ୍ରତିଦିନ ସୁଷମ ଓ ଗରମ ଖାଦ୍ୟ ଖାଇବା, ଶୋଇବା ବେଳେ ମଶାରୀ ଟାଙ୍ଗି ଶୋଇବା, ବାଡ଼ି ଘର ସବୁ ଆଡେ ସଫା ରଖିବା, ଚାରିଆଡେ ପଡିଥିବା ଅଦରକାରୀ ଜିନିଷକୁ ଫୋପାଡ଼ି ଦେବା ଓ ସମସ୍ତେ ମୁଂହରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷୟତ୍ରୀ ସୁଲୋଚନା ଦାସ ଓ ଅନୁସୟା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବିଦ୍ୟାଳୟରେ ପ୍ରତି ସମୟରେ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଉଥିବାରୁ ଅଭିଭାବକ ମାନେ ଖୁସି ପ୍ରକଟ କରିଛନ୍ତି ।
ମହାମାରୀ ଡେଙ୍ଗୁ, ହଇଜା ଓ କରୋନାରୁ ରକ୍ଷା ପାଇବାକୁ ସଚେତନତା କାର୍ଯ୍ୟକ୍ରମ
