ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନକୁ ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ନାମରେ ନାମିତ କରିବା ପାଇଁ ରେଳ ଷ୍ଟେସନ ଉଦ୍ଘାଟନ ଦିନ ଦଶପଲ୍ଲା ବିଧାୟକଙ୍କ ସମେତ ନୂଆଗାଁ ବ୍ଲକର ଜନ ସାଧାରଣ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗ ଜେନେରାଲ ମ୍ୟାନେଜର ସାରଦ କୁମାର ଶ୍ରୀବାସ୍ତବଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ବିଧାୟକଙ୍କ ସହିତ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦାଶରଥି ସଂଗ୍ରହାଳୟର ସମ୍ପାଦକ ଦୀପକ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ରେଳ ବିଭାଗର ବରିଷ୍ଠ ପବ୍ଲିକ ରିଲେସନ ଅଫିସର ନିରାକାର ଦାସ ସହଯୋଗ କରିଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି।
ନୂଆଗାଁ ରେଳ ଷ୍ଟେସନକୁ ଦାସିଆ ଅଜାଙ୍କ ନାମରେ ନାମିତ ପାଇଁ ଦିଆଗଲା ପ୍ରସ୍ତାବ
