Blog

ଭାପୁରରେ ବିଧାୟକଙ୍କ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହେଲେ ହଜାର ହଜାର କର୍ମୀ

ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପଦଯାତ୍ରା ଚାଲୁରହିଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ତାଙ୍କର କର୍ମୀମାନଙ୍କୁ ନେଇ ଜୋରସୋର ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଦେଇଛନ୍ତି। ବହୁବାର ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ଖଣ୍ଡପଡା ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଜିତୁ ରଣସିଂହ, ସ୍ଥାନୀୟ ସରପଞ୍ଚ ସୁଧାଂଶୁ ଭୁଷଣ ସ୍ବାଇଁ, ସମିତି ସଭ୍ୟା ପ୍ରତିନିଧି ଆରତବନ୍ଧୁ ବେହେରା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି ବିଜେଡି ସୁପ୍ରିମଙ୍କ ସ୍ଵଛ ଓ ନିର୍ମଳ ଶାସନର ପ୍ରଚାର ପ୍ରସାର କରିଥିଲେ। ବିଭିନ୍ନ ଗ୍ରାମ ପଞ୍ଚାୟତରେ ବୃଦ୍ଧ ବୃଦ୍ଧା ମାନଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ନିମାଣି…

Read More

ସମ୍ବର୍ଦ୍ଧନା ପରିବାରର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ଠାରେ ସମ୍ବର୍ଦ୍ଧନା ପରିବାର ଦ୍ୱାରା ୨୦୨୨ ବର୍ଷ ପାଇଁ ସମ୍ବର୍ଦ୍ଧନା ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଏବଂ ସୁଶାନ୍ତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିରାକାର ସ୍ୱାଇଁ ମହୋଦୟ ସଭାପତିତ୍ୱ ଏବଂ ହରିପ୍ରିୟା ଦ୍ବିବେଦୀ ସମ୍ପାଦନା ଭାର ସୁଚାରୁରୂପେ ନିର୍ବାହ କରିଥିଲେ। ସେବା, ସଂସ୍କୃତି ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାରା ଓଡ଼ିଶାରେ ଶରଣକୁଳ ମାଟି ନିଜର ଉତ୍କର୍ଷତା ଐତିହାସିକ ଯୁଗରୁ ପ୍ରତିପାଦିତ କରି ଆସିଛି। ଲଡୁବାବାଙ୍କ ଦୀପାବଳି ଯାତ୍ରା ସମୟରେ ଓ ଶ୍ରୀକ୍ଷେତ୍ର ପୁରୀରେ ସେବା କ୍ଷେତ୍ରରେ ମୁରାରୀ ତ୍ରିପାଠୀଙ୍କ ଉଲ୍ଲେଖନୀୟ କାର୍ଯ୍ୟର ପୁନରାଲୋଚନା କରିବା ସହ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶିକ୍ଷା ଗୁରୁ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ୩ବିଧାୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପାଇଁ ୩୯୫କୋଟି ୪୪ଲକ୍ଷ ଟଙ୍କାର ୨ଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ନୟାଗଡ ଜିଲ୍ଲାରେ ୨ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୩୯୫କୋଟି ୪୪ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ବାରା…

Read More

ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ଅନ୍ତର୍ଗତ ଖମାରସାହି ପଞ୍ଚାୟତର କଉଡା ଗ୍ରାମରେ ଶନିବାର ଭୋର୍ ସମୟରେ ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ମୃତଦେହଟି ସେହି ଗ୍ରାମର ସୁରେଶ ପ୍ରଧାନଙ୍କ ପତ୍ନୀ ସୀତା ପ୍ରଧାନଙ୍କର ବୋଲି ଜଣାପଡିଛି। ମୃତା ସୀତାଙ୍କ ବାପଘର ବାରିହାପିଟା ହୋଇଥିବା ବେଳେ ୭ବର୍ଷ ପୂର୍ବେ ସେ କଉଡା ଗ୍ରାମର ଯଦୁ ପ୍ରଧାନଙ୍କ ପୁଅ ସୁରେଶଙ୍କୁ ବିବାହ କରିଥିଲେ। ତାଙ୍କର ୬ବର୍ଷର ଶିଶୁପୁତ୍ରଟିଏ ଅଛି। ବଡକଥା ହେଲା ମୃତା ସୀତାଙ୍କୁ ୧ଲକ୍ଷ ଟଙ୍କା ଯୌତୁକ ଦାବୀ କରାଯାଇଥିଲା ବେଳେ ଟଙ୍କା ଦେଇ ନପାରିବାରୁ ସ୍ବାମୀ, ଶାଶୁ, ଶ୍ବଶୁର ଓ ଦେଢଶୁର ମିଳିତ ଭାବେର ସୀତାଙ୍କୁ ହତ୍ଯାକରି ଦଉଡ଼ି ଲଗାଇ ଓହଳାଇ ଦେଇଥିବାର ଭାଇ ଟିକିନା ପ୍ରଧାନ ଦଶପଲ୍ଲା ଥାନାରେ…

Read More

ଭାରତରତ୍ନ ଡ.କାଲାମଙ୍କ ୯୧ତମ ଜନ୍ମବାର୍ଷିକ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ, ପୂର୍ବତନ ରାଷ୍ଟ୍ରପତି ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୧ତମ ଜନ୍ମବାର୍ଷିକୀ ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ପାଳିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିକମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ,ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଂଜୟ ମଲ୍ଲିକ…

Read More

ନୟାଗଡ଼ ରୋଟାରୀ କ୍ଲବ୍ ଆନୁକୂଲ୍ୟରେ ବିଶ୍ବ ହାତ ଧୁଆ ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ବିଶ୍ବ ଛାତ୍ର ଦିବସ ଅବସରରେ ବିଶ୍ବ ହାତ ଧୁଆ ଦିବସ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଶଙ୍ଖେଇ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇ ଯୋଗଦେଇ ହାତ ଧୋଇ ଖାଦ୍ୟ ସେବନ କରିବା ଦ୍ବାରା ବିଭିନ୍ନ ପ୍ରକାର ରୋଗକୁ ଦୂରେଇ ଦିଆଯାଇ ପାରିବ ବୋଲି କହିବା ସହିତ ହାତ କୁ କିପରି ସାତୋଟି ସୋପାନରେ ଧୁଆ ଯିବ ସେ ବିଷୟରେ ଡେମୋ କରି ବିଦ୍ଯାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇଥିଲେ। ହାତ ଧୋଇ ଖାଦ୍ୟ ଖାଇବା ଏକ ଭଲ ଅଭ୍ଯାସ ବୋଲି ମଞ୍ଚାସୀନ ରୋଟାରୀ କ୍ଲବ ସଭାପତି ପ୍ରବୀର…

Read More

ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନେଇ ସୂଚନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଅନୁଷ୍ଠିତ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇସୂଚନା ପ୍ରଦାନ କରାଯାଇଛି । ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଆସନ୍ତା ୧୭ ତାରିଖ ଦିନ ଦିବା ୧୦ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଡିଟୋରିୟମ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଲେଖନପୁର ସ୍ଥିତ ବ୍ରହ୍ମକୁମାରୀ ନୂତନ ଭବନର ଉଦଘାଟନ ଉତ୍ସବ ଏବଂ ସମ୍ମାନ ସମାରୋହ ଅନୁଷ୍ଠିତ ହେବ । ସେହିପରି ଭାବେ ୧୮ତାରିଖ ଦିନ ରାଜଯୋଗ ଦ୍ବାରା ପରମାତ୍ମା ଅନୁଭୁତି ଏବଂ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ବ୍ରହ୍ମକୁମାରୀ ଜୀ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଓ ରାଜସ୍ଥାନର ଆବୁ ପର୍ବତସ୍ଥିତ ତପୋଭୂମି…

Read More

ଜାତି ସମାଜର ମୁଖିଆଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ କଲେ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଜ ନିଜ ଜାତି ସମାଜ ତରଫରୁ ଘୋଷଣା କରିଥିବା ଜାତି ମୁଖିଆଙ୍କୁ ଆଜି ଜିଲ୍ଲାସ୍ତରରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କଲେ ଜିଲ୍ଲାପାଳ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ନୟାଗଡ଼ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜାତି ସମାଜ ମୁଖିଆଙ୍କର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍ୟବିବାହ ଭଳି ଏକ ଧର୍ତ୍ତବ୍ୟ ଦଣ୍ଡନୀୟ ଅପରାଧ ଓ କୁପ୍ରଥାକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ପ୍ରୟାସକୁ ସଫଳ କରିବାକୁ ସମସ୍ତ ଜାତି ମୁଖିଆଙ୍କୁ ନିବେଦନ କରିବା ସହ ଏଭଳି ସମାଜ ସେବାଭଳି ମହତ କାର୍ଯ୍ୟ କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ…

Read More

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ଧାର୍ମିକ ସ୍ଥଳ ସଫେଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ମାସକୁ ନଜରରେ ରଖି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ଦେବାଳୟ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନ୍ ଜିଲ୍ଲାରେ ବିଭିନ୍ନ ସାମାଜିକ ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ଲିପ୍ତ ରହି ଆସିଅଛି। ବିଭିନ୍ନ ସମୟରେ ସମୟୋପଯୋଗୀ ଅନବରତ କାର୍ଯ୍ୟକ୍ରମ ଜାରି ରଖିଛି। ଆଗକୁ ବିଭିନ୍ନ ଶୈବ ପୀଠରେ ଭିଡ଼କୁ ନଜରରେ ରଖି ଯେଭଳି ଭକ୍ତ ମାନଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ ନାହିଁ ସେଥିପାଇଁ ଅନନ୍ୟା ଫାଉଣ୍ଡେସନ ତରଫରୁ ମନ୍ଦିର ପରିସରରୁ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ଏକତ୍ରିତ କରି ନଷ୍ଟ କରାଯାଉଛି। ଆବଶ୍ୟକ ସ୍ଥଳେ ମନ୍ଦିର ଆଖପାଖରେ ପଡ଼ିଥିବା ସିଗାରେଟ ଓ ମଦ ବୋତଲ ମଧ୍ୟ ସଫା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନର ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀ ଖୁବ ଆଗ୍ରହର ସହ…

Read More

ଜାତୀୟ ଶିକ୍ଷାରତ୍ନ ସମ୍ମାନ ପାଇଲେ ଶିକ୍ଷକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ କ୍ଲଷ୍ଟର ଅଧୀନ ସରକାରୀ ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ପାଇଲେ ଜାତୀୟ ଶିକ୍ଷାରତ୍ନ ସମ୍ମାନ।ନବାଚାରୀ ଗତିବିଧି ସମୁହ ସଂଗଠନ,ଛତିଶଗଡ଼ ପକ୍ଷରୁ ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଶୈକ୍ଷିକ କାର୍ଯ୍ୟକ୍ରମରେ ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବାସହ ଭର୍ଚୁଆଲ୍ ମାଧ୍ୟମରେ ୟୁଟ୍ୟୁବ ଲାଇଭ୍ ଆସି ଓଡ଼ିଶା ରାଜ୍ୟ ତରଫରୁ ଉକ୍ତ ସଂଗଠନର ଶୈକ୍ଷିକ ଓ୍ୱବିନାରରେ କୋଭିଡ୍ ସମୟରେ ସେ କରିଥିବା ଗୁଣାତ୍ମକ ଶିକ୍ଷାର ପ୍ରଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେ କରିଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ ପାଇଁ ସଂଗଠନ ପକ୍ଷରୁ ସେ ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

Read More