ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନେଇ ସୂଚନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ଅନୁଷ୍ଠିତ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ
ସୂଚନା ପ୍ରଦାନ କରାଯାଇଛି । ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଆସନ୍ତା ୧୭ ତାରିଖ ଦିନ ଦିବା ୧୦ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଡିଟୋରିୟମ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଲେଖନପୁର ସ୍ଥିତ ବ୍ରହ୍ମକୁମାରୀ ନୂତନ ଭବନର ଉଦଘାଟନ ଉତ୍ସବ ଏବଂ ସମ୍ମାନ ସମାରୋହ ଅନୁଷ୍ଠିତ ହେବ । ସେହିପରି ଭାବେ ୧୮ତାରିଖ ଦିନ ରାଜଯୋଗ ଦ୍ବାରା ପରମାତ୍ମା ଅନୁଭୁତି ଏବଂ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ବ୍ରହ୍ମକୁମାରୀ ଜୀ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ଓ ରାଜସ୍ଥାନର ଆବୁ ପର୍ବତସ୍ଥିତ ତପୋଭୂମି ମଧୁବନରୁ ଅନ୍ତଃରାଷ୍ଟ୍ରୀୟ ବରିଷ୍ଠ ରାଜଯୋଗ ଓ ପ୍ରବକ୍ତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୭ତାରିଖ କାର୍ଯ୍ୟକ୍ରମରେ କଟକ ବ୍ରହ୍ମକୁମାରୀ ସବଜୋନର ସଂଚାରିକା ରାଜଯୋଗୀ ବ୍ରହ୍ମକୁମାରୀ କମଳେଶ ଦିଦିଜୀ ଯୋଗଦେବେ । ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରପାଳିକାର ଅଧ୍ୟକ୍ଷା ନିରୁପମା ଖଟେଇ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭାବେ ୧୮ତାରିଖ ଦିନ ନୟାଗଡ଼ ଆରକ୍ଷୀ ଅଧ୍ୟକ୍ଷକ ଅଲେଖ ଚନ୍ଦ୍ର ପହି, ନୟାଗଡ଼ ସିଡିଏମଓ ମକରନ୍ଦ ବେଉରା ଓ ନୟାଗଡ଼ ମୁଖ୍ୟ ସେବା କେନ୍ଦ୍ରର ସଂଚାଳିକା ମିନି ଭଉଣୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Related posts