ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ଧାର୍ମିକ ସ୍ଥଳ ସଫେଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ମାସକୁ ନଜରରେ ରଖି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଭିନ୍ନ ଦେବାଳୟ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନ୍ ଜିଲ୍ଲାରେ ବିଭିନ୍ନ ସାମାଜିକ ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ଲିପ୍ତ ରହି ଆସିଅଛି। ବିଭିନ୍ନ ସମୟରେ ସମୟୋପଯୋଗୀ ଅନବରତ କାର୍ଯ୍ୟକ୍ରମ ଜାରି ରଖିଛି। ଆଗକୁ ବିଭିନ୍ନ ଶୈବ ପୀଠରେ ଭିଡ଼କୁ ନଜରରେ ରଖି ଯେଭଳି ଭକ୍ତ ମାନଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ ନାହିଁ ସେଥିପାଇଁ ଅନନ୍ୟା ଫାଉଣ୍ଡେସନ ତରଫରୁ ମନ୍ଦିର ପରିସରରୁ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ଏକତ୍ରିତ କରି ନଷ୍ଟ କରାଯାଉଛି। ଆବଶ୍ୟକ ସ୍ଥଳେ ମନ୍ଦିର ଆଖପାଖରେ ପଡ଼ିଥିବା ସିଗାରେଟ ଓ ମଦ ବୋତଲ ମଧ୍ୟ ସଫା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନର ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀ ଖୁବ ଆଗ୍ରହର ସହ କରୁଥିବାର ଦେଖିବାକୁ ମିଳିଛି। ଆଜି ଏହି କାର୍ଯ୍ୟକ୍ରମ ରଣପୁର ବ୍ଲକ ସ୍ଥିତ ଉପର ମଣିନାଗ ଓ ଅସୁରକୁମାରୀ ପୀଠରେ ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦୀର୍ଘ ଏକମାସ ଧରି ନିୟମିତ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ରଣପୁର ମଣିନାଗ ପୀଠରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କଣ୍ଟିଲୋ ନୀଳମାଧଵ ପୀଠରେ ସମାପ୍ତ ହେବ ବୋଲି ସୂଚନା ମିଳିଛି। ଏଭଳି ନିଆରା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ମିଳିଛି।

Related posts