ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇାଯାଇଅଛି । ଉକ୍ତ ମେଳାରେ ଡ଼ା. କାଳୀ ପ୍ରସାଦ ଷଡ଼ଙ୍ଗୀ, ଡ଼ା.ସୋନାଲି ସ୍ବାଗତିକା ପ୍ରୀୟଦର୍ଶୀନୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁନିଲ କୁମାର ମହାକୁଡ଼, ମହିଳା ସ୍ବାସ୍ଥ୍ୟ କର୍ମୀ ରଶ୍ମିତା ସାହୁ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷ କୁମାର କହଁର, ଫାର୍ମାସିଷ୍ଟ ଜିତେନ୍ଦ୍ର ପୃଷ୍ଟି, ଆଶାସାଥୀ ରଂଜୁବାଳା ଦାଶ୍, ସ୍ଥାନୀୟ ଆଶାକର୍ମୀମାନେ ରହି ସ୍ୱାସ୍ଥ୍ୟ ମେଳାକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ। ଉକ୍ତ ମେଳାରେ ଆଦିବାସୀ ଅଧ୍ୟୁଷିତ ତାବଡା, ପାନାବାରୀ, ମୁଣ୍ଡୁଳୀ, ମଂଜାରୀ, ତିଳାବାଡି ପ୍ରଭୃତି ଦୁର୍ଗମ ଗ୍ରାମର ଶତାଧିକ ଜନସାଧାରଣ,ଯୋଗଦାନ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ ,ମାଗଣାରେ ଔଷଧ ଗ୍ରହଣ କରିଥିଲେ।। ନିକଟରେ ଆଗକୁ ଏହିଭଳି ସ୍ବାସ୍ଥ୍ୟ ମେଳାର ଆବଶ୍ୟକତା ରହିଛି ଏବଂ ଏହିଭଳି ସ୍ବାସ୍ଥ୍ୟ ମେଳା ଆୟୋଜନ କରାଗଲେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବସ ବାସ କରୁଥିବା ଗ୍ରାମବାସୀ ମାନେ ବେଶ୍ ଉପକୃତ ହୋଇପାରିବେ ବୋଲି ଅଂଚଳବାସୀ ମାନେ ମତ ପ୍ରକାଶ କରିଛନ୍ତି।
Related posts
-
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଦଶପଲ୍ଲାର ଝିଅ ରଶ୍ମିତା
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳତା ପାଇଛନ୍ତି ଦଶପଲ୍ଲା ର ଝିଅ ସୁଶ୍ରୀ ରଶ୍ମିତା ସାହୁ... -
ସ୍ମୁତିସଭାରେ ବିରଞ୍ଚି ସାରଙ୍କୁ ଶ୍ରଦ୍ଧାଞ୍ଜଳି
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରଲୋକଗତ ଅବସରପ୍ରାପ୍ତ କିରାଣୀ ବିରଞ୍ଚିନାରାୟଣ ଗୋଚ୍ଛାୟତଙ୍କର ଏକାଦଶାହ ପାଳନ... -
ଯୁବ ସାମ୍ବାଦିକ ସଂଜୀବ ସାହୁଙ୍କ ମାତୃ ବିୟୋଗ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଦଶପଲ୍ଲାର ଯୁବ ସାମ୍ବାଦିକ ତଥା ଓଟିଭିରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସଞ୍ଜୀବ କୁମାର ସାହୁଙ୍କ ମା ତଥା...