ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବାଣିଗୋଛା କଲେଜରୁ ବାଇକ ଚୋରୀ, ଲୋକଙ୍କ ପାଟି ଶୁଣି, ଚୋରମାନେ ଆସିଥିବା OD 27 B2440 ପଲସର ମୋଟର ସାଇକେଲ ଛାଡି ଚମ୍ପଟ୍ ମାରିଛନ୍ତି । ଆଜି ଭୋର ସାଢେ ୪ଟା ସମୟରେ ବାଣୀଗୋଛା କଲେଜର ସାଇଟ ଗେଟ ଭାଂଗି ଦୁର୍ବୁତ୍ତମାନେ କଲେଜ ପ୍ରିନ୍ସପାଲଙ୍କ OD O2 8857 ଆପାଚୀ ଗାଡି ଧରି ଚମ୍ପଟ ମାରିଛନ୍ତି। କିନ୍ତୁ ଠିକ ସେହି ସମୟରେ ଲୋକମାନେ ଉଠିପଡିବାରୁ ଚୋରମାନେ, ଆଣିଥିବା ନିଜ ଗାଡି ଛାଡି ପଳେଇ ଯାଇଛନ୍ତି । ପ୍ରକାଶ ଥାଉକି, ବାଣୀଗୋଛା ବଜାରରୁ, ୧ମାସ ପୁର୍ବରୁ ଏକ ବାଇକ ଚୋରୀ ହୋଇଛି ଏବଂ ଗତବର୍ଷ ଏକ ଟ୍ରାକ୍ଟର ଚୋରୀ ହେଇଥିଲା ଏବଂ ୩ମାସ ପୁର୍ବରୁ ଏକ ମାକ୍ସପିକ୍ ଅପ୍ ଚୋରି ହୋଇଥିଲା।
ବାଣୀଗୋଛା ଅଞ୍ଚଳରୁ ଘନଘନ ଚୋରି
