କଟକରେ ପ୍ରେମ, ନୟାଗଡ଼ରେ ହତ୍ୟା
ନୂଆଗାଁ(ନୟାଗଡ଼ ଦର୍ପଣ): ପରିଶେଷରେ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।ଶୈଳେନ୍ଦ୍ର ହତ୍ୟାକାଣ୍ଡର ହୋଇଛି ପର୍ଦାଫାସ। ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ନିକଟସ୍ଥ ପାଟୁଳିସାହି ଗ୍ରାମରେ ସୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ନୂଆଗାଁ ପୁଲିସ ୨୦୨/୨୨ରେ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଦିପୁ ସାହୁ ଓ ସୁନିତା ସାହୁକୁ ଗିରଫ କରିଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପାଟକୁରାର ସୈଳେନ୍ଦ୍ର ଜେନା (୪୦)କଟକ ଲାଲବାଗ ଥାନା ଅର୍ନ୍ତଗତ ସତୀ ଚଉରା ମହାନ୍ତି ପଡ଼ା ଲେନରେ ଘରଭଡ଼ା ନେଇ ରହୁଥିଲେ। କଟକ ଝାଞ୍ଜିରମଙ୍ଗଲାରେ ନୂଆଗାଁ ବ୍ଲକ୍ ମହିପୁର ପାଟୁଳି ସାହି ଗ୍ରାମର ଦିପୁ ଓ ତାର ସ୍ତ୍ରୀ ସୁନିତା ସାହୁ ରହି ଦହିବରା ବ୍ୟବସାୟ କରୁଥିଲେ। ସେଠାରେ ସୈଳେନ୍ଦ୍ରଙ୍କ ସହ ଦିପୁର ବନ୍ଧୁତା ହେବା ପରେ ଦିପୁ ଘରକୁ ସୈଳେନ୍ଦ୍ରର ଯିବା ଆସିବା ଲାଗିରହିଥିଲା। ଏହି ଯିବା ଆସିବା ମଧ୍ୟରେ ଦିପୁ ସ୍ତ୍ରୀ ସୁନିତା ସହ ସୈଳେନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଦିପୁ ଏ ସମ୍ପର୍କରେ ଜାଣିବା ପରେ କିଛିଦିନ ହେଲା ପରିବାର ସହ କଟକରୁ ଆସି ଗାଁ ରେ ରହୁଥିଲା। ଗତ ୩ ତାରିଖରେ ସୈଲେନ୍ଦ୍ର ତାର ସାଙ୍ଗ ଜୟପ୍ରକାଶ ସହ ମହିପୁର ପାଟୁଳି ସାହି ସୁନିତା ଘରକୁ ଆସିଥିଲେ। ଜୟପ୍ରକାଶ କିଛି ଦୂରରେ ରହି ସୈଳେନ୍ଦ୍ରକୁ ଅପେକ୍ଷା କରିଥିଲେ ମଧ୍ୟ ସୈଳେନ୍ଦ୍ର ଫେରିନଥିବା ସହ ତାର ଫୋନ୍ ବନ୍ଦ ଥିଲା। କୌଣସି ଅଘଟଣ ଘଟିଥିବା ଆଶା କରି ଜୟପ୍ରକାଶ କଟକ ଯାଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଘଟଣା ସଂପର୍କରେ ଶୈଲେନ୍ଦ୍ରର ସ୍ତ୍ରୀ ସଂଘମିତ୍ରା କଟକ ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ଲାଲବାଗ ଥାନା ପୁଲିସ ମହିପୁର ଆସି ଘଟଣା ସମ୍ପର୍କରେ ତନାଘନା କରିବା ପରେ ସୈଳେନ୍ଦ୍ରକୁ ହତ୍ୟାକରିଥିବା ଜାଣିବାକୁ ପାଇଥିଲେ। ଏନେଇ ସଂଘମିତ୍ରା ନୂଆଗାଁ ଥାନାରେ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିବା ପରେ ନୂଆଗାଁ ପୁଲିସ ସୁରେଶ ଓ ସୁନୀତାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ହତ୍ୟା କରିଥିବା ମାନିଥିଲେ। ସୁରେଶ ଓ ସୁନିତ କୁ ନୂଆଗାଁ ପୁଲିସ ପାଟୁଳି ସାହି ତାଙ୍କ ଘରକୁ ଆଣିଥିଲେ। ସେଠାରେ ଅଭିଯୁକ୍ତ କିପରି ହତ୍ୟା କରିଥିଲେ ଡେମୋ ଦେଖାଇଥିଲେ। ପ୍ରଥମେ ଲୁହାରଡରେ ପିଟିପିଟି ସୈଳେନ୍ଦ୍ରକୁ ମାରିଦେବା ପରେ ଏକ ଅଖାରେ ପୁରାଇ କିଛି ଦୂରକୁ ନେଇ ଏକ ବିଲରେ ଶବକୁ ପାଳ ଗଦାରେ ନିଆଁ ଲଗାଇ ପୋଡି ଦେଇଥିଲେ। ପୋଡ଼ି ନଥିବା ଶରୀରର ଅବଶିଷ୍ଟ ଅଂଶକୁ ନେଇ ପୋଖରୀରେ ପକାଇଥିଲେ। ଏହାର ଡେମୋ ଗ୍ୟାରେଜ ମାଲିକ ସୁରେଶ ଓ ସୁନିତା ଦେଖାଇଥିଲେ। ଘଟଣାସ୍ଥଳରେ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଡିଏସପି ତପସ୍ଵିନୀ କହଁର, ଏସ ଡି ପି ଓ ଶୁଭେନ୍ଦୁ ସିଂହା, ନୂଆଗାଁ ଥାନା ଅଧିକାରୀ ପୁଷ୍ପଲତା ବେହେରାଙ୍କ ସମେତ ସାଇଣ୍ଟି ଫିକ୍ ଟିମ ଉପସ୍ଥିତରେ ଅଭିଯୁକ୍ତ ଡେମୋ ଦେଖାଇଥିଲେ। ଘଟଣା ସ୍ଥଳରୁ ଶୈଳେନ୍ଦ୍ରର ହାଡ଼, ଖପୁରୀ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ଅନ୍ୟ ଦୁଇଜଣ ଅଭିଯୁକ୍ତ ଦିପୁ ସାହୁ ଓ ତାର ବାପା ଭାବ ସାହୁ ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ଜଣାପଡିଛି।