ନୂଆଗାଁ,(ନୟାଗଡ଼ ଦର୍ପଣ): ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ମିଳିତ ଉଦ୍ୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଉକ୍ତ ୨୦ଜଣଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଜଣେ ଛାତ୍ର ମଦନ ମୋହନ ମିଶ୍ର ସ୍ଥାନ ପାଇଛନ୍ତି। ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମଦନ ମୋହନ। ପ୍ରକାଶଯୋଗ୍ୟ ଉକ୍ତ ୨୦ଜଣ ଛାତ୍ରଛାତ୍ରୀ ବାଙ୍ଗାଲୋର ସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଆସନ୍ତା ମଇ ମାସରେ ପରିଭ୍ରମଣର ଯିବେ। ଜନଶକ୍ତି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଓ ବିଜ୍ଞାନ ଶିକ୍ଷକଙ୍କ ଗହଣରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ କୃତିତ୍ଵ ଅର୍ଜନ କରିଥିବା ଶ୍ରୀମାନ ମଦନମୋହନ ମିଶ୍ରଙ୍କୁ ସମ୍ମାନୀତ କରିଥିଲେ ।
ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ ମଦନମୋହନ
