ଦଶପଲ୍ଲା,(ନୟାଗଡ଼, ଦର୍ପଣ): ସିପିଆଇ(ଏମ୍) ଦଶପଲ୍ଲା ଆଞ୍ଚଳିକ କମିଟି ପକ୍ଷରୁ ମମିତା ମେହେର ହତ୍ୟା କାଣ୍ଡ ବିରୁଦ୍ଧରେ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଅଛି। ଆଜି ଦିନ ୧୧ଟା ସମୟରେ ସିପିଆଇଏମ କର୍ମୀମାନେ ମମିତା ମେହେର ହତ୍ୟା ପ୍ରତିବାଦ ବ୍ୟାନର ସହ ଲାଲ୍ ପତାକାର ଏକ ଶୋଭାଯାତ୍ରା ମେଲିଆ ତୋଟା ଠାରୁ ବାହାରି ବଜାର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ନାରୀ ନେତ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଜିଲ୍ଲା କମିଟି ସଭ୍ୟ ଗଣେଶ୍ଵର ନାୟକ ଓ ବିପିନ୍ ବାଜୁ ପ୍ରମୁଖ ବକ୍ତବ୍ୟ ରଖି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଏହାପରେ ମମିତା ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ତୁରନ୍ତ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର, ମାନ୍ୟବର ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଏସ ଆଇ ଟି ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୁଳକ ଦଣ୍ଡ ବିଧାନ କରାଯିବା ସହ ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ପ୍ରଦାନର ଏକ ଦାବିପତ୍ର ତହସିଲଦାରଙ୍କ ଅନୁପସ୍ଥିତିରେ ତାଙ୍କର ମୁଖ୍ୟ କିରଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଉକ୍ତ ଆନ୍ଦୋଳନରେ ଦଶପଲ୍ଲା ଆଞ୍ଚଳିକ କମିଟି ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ସୁଶାନ୍ତ ନାୟକ, ବିରଞ୍ଚି ନାଏକ, ପ୍ରଦୀପ ନାୟକ, ସିଶୁଲା ପାତ୍ର, ରାଧାମଣି ନାୟକ, ବିଦୁ ଦଳବେହେରା, ମନୋଜ ନାୟକ, ବଂଶୀଧର ବେହେରା ଓ ମୁଁ ନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।
Related posts
-
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ... -
ଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା...