ଇଟାମାଟିରେ ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ବ୍ୟବସାୟିକ ଚିକିତ୍ସା ଦିବସ ଅବସରରେ ଇଟାମାଟି ଶିକ୍ଷା ଓ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ପୁନର୍ବାସ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ଗ୍ରାମ ପଞ୍ଚାୟତ, ସର୍ବ ଭାରତୀୟ ମାନବିକ ଅଧିକାର ସଂଘ ଏବଂ ପ୍ରିୟଦିନୀ ରିହାବ କେୟାରର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ଆଜି ଦୁଇଶହରୁ ଅଧିକ ରୋଗୀଙ୍କୁ ପରାମର୍ଶ ଏବଂ ମାଗଣା ଚିକିତ୍ସା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ସୋନାଲିକା ମନ୍ଥନ ପ୍ରିୟଦିନୀ ରିହାବ କେୟାରର ନିର୍ଦ୍ଦେଶକ ଡ. ପ୍ରୀତମ ମହାପାତ୍ର, ସଂପାଦକ ପବିତ୍ର ମୋହନ ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ଶରତ କୁମାର ସାହୁ, ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଶ୍ରବଣ କୁମାର ରାମ, ଭାଗୀରଥି ବାଇ, ସମାଜସେବୀ ଦାମୋଦର ସାହୁ, ‘ଅହିରା’ର ରାଜ୍ୟ ସଂପାଦକ ଜୟନ୍ତ କୁମାର ପରିଡା ଏବଂ ଶ୍ରୀମତୀ ବାଗ୍ମୀ ବିଶ୍ୱାଳ ଶିବିରରେ ଯୋଗ ଦେଇ ଆୟୋଜକ ଏବଂ ପୀଡିତ ମାନଙ୍କୁ ଉତ୍ସାହିତ କରିଥିଲେ ।

Related posts