ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ମହାନ୍ତି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଶିଳ୍ପିରାଣୀ ନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ସଂଯୋଜନା ତଥା ମୋ’ବିଦ୍ୟାଳୟ ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅଭିଭାବକ ବୈଠକରେ ବିଦ୍ୟାଳୟର ଶତାଧିକ ଅଭିଭାବକ ଯୋଗଦାନ କରି କମିଟି ଗଠନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ପରିଚାଳନା କମିଟି ଗଠନ ସମ୍ପର୍କିତ ସରକାରଙ୍କ ନିର୍ଦ୍ଦେଶନାମା ବିଷୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କର ଉପସ୍ଥିତ ଅଭିଭାବକ ମାନଙ୍କୁ ବିସ୍ତୃତଭାବେ ବୁଝାଇଥିଲେ । ପରେ ନିୟମାନୁସାରେ କମିଟିକୁ ୬ଜଣ ପୁରୁଷ ଏବଂ ୬ଜଣ ମହିଳା ସଦସ୍ୟ ମୋଟ ୧୨ଜଣ ଅଭିଭାବକ ନିର୍ବାଚିତ ହୋଇଥିଲେ । କମିଟି ଗଠନ ପ୍ରକ୍ରିୟାରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆ, ଲକ୍ଷ୍ମୀଧର ସାହୁ, ମମତା ମିଶ୍ର, ଉମାକାନ୍ତ ମିଶ୍ର, ନବଜ୍ୟୋତି ମହାପାତ୍ର, ସୁଚିତ୍ରା ଦେବୀ, କାଦମ୍ବିନୀ କରଣ, କୈଳାସ ରଥ, ରସିଦା ଖାତୁନ, ରୀନାମାଳି ଦେଇ, ରଂଜିତ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଗଠିତ ନୂତନ କମିଟି ବିଦ୍ୟାଳୟର ଉନ୍ନତି ସମ୍ପର୍କରେ ପ୍ରତ୍ୟକ୍ଷ ସହଯୋଗ କରିବେ ବୋଲି ଉପସ୍ଥିତ ଅଭିଭାବକ ଏବଂ ଶିକ୍ଷକ ମାନଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ।

Related posts