ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମାତୄଶକ୍ତି କବିତା ଆସର

ଓଡ଼ଗାଁ,(ନୟାଗଡ଼ ଦର୍ପଣ)- କରୋନା କଟକଣା ଦୄଷ୍ଟିରୁ ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାରସ୍ୱତ ସାଧକସାଧିକା ମାନଙ୍କୁ ନେଇ ଦୀର୍ଘ ଛଅମାସ ଧରି ପ୍ରତି ମାସରେ ଭର୍ଚୁଆଲ୍ କବିତା ଆସର କରିଆସୁଥିବା ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଚଳିତ ମାସରେ ଭାପୁର ଓ ଖଣ୍ଡପଡାର କବି କବୟିତ୍ରୀମାନଙ୍କୁ ନେଇ ପାର୍ବଣ ଅବସରରେ ମାତୄଶକ୍ତି କବିତା ଆସର ନାମରେ ଏହାର ୫ମ କବିତା ଆସର ଅପରାହ୍ନ ୨ ଘଟିକା ସମୟରେ ଆୟୋଜନ କରିଛି।ଉକ୍ତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଶିକ୍ଷା ସଂସଦ,କୋଲକାତାର ଉପସଭାପତି ତଥା ପ୍ରତିବେଶୀ ପତ୍ରିକାର ସମ୍ପାଦକ ପୀତାମ୍ବର ବାରିକ ଯୋଗ ଦେଇଥିବା ବେଳେ ସଭାପତି ପଞ୍ଚାନନ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ), ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା ସମ୍ମାନିତ ଅତିଥି ରୂପେ ଆସୀନ ଥିଲେ। ଏ ଅବସରରେ ପ୍ରଖ୍ୟାତ କାର୍ଟୁନିଷ୍ଟ ତଥା କବି କିଶୋର ରଥ (କଟାକ୍ଷ),
ନିହାରିକା ପଣ୍ଡା, ନିରଞ୍ଜନ ଦଳବେହେରା, ସିଦ୍ଧାର୍ଥ ମହାପାତ୍ର, ନାରାୟଣ ଶୁକ୍ଳା, ସବିତା ଶୁକ୍ଳା, କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ସପନ କୁମାର ପ୍ରଧାନ, ପଞ୍ଚାନନ ମହାପାତ୍ର, ଜୟକୃଷ୍ଣ ବାରିକ, ସ୍ୱୟଂଶ୍ରୀ ପଣ୍ଡା, ଯୁଗଳ କିଶୋର ବାରିକ, ଜୟକୃଷ୍ଣ ସାହୁ, ପ୍ରଦୀପ୍ତ ନାୟକ, ସୁରେଶ ଚନ୍ଦ୍ର ପ୍ରଧାନ, ଦୁର୍ବାଶା ସାମଲ, ବବିତାରାଣୀ ମହାପାତ୍ର ପ୍ରମୁଖ ଆସରରେ ସାମିଲ ହୋଇ ନିଜ ନିଜର କବିତା ପାଠ କରିଥିଲେ।ଉକ୍ତ ଆସରରେ ସୁଦୂର କୋଲକାତାରୁ କବି ସନାତନ ମହାକୁଡ଼ ଯୋଡ଼ି ହୋଇ ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ପାଦକ ଭାବଗ୍ରାହୀ ମହାପାତ୍ର,ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ଓ ପ୍ରିୟଦର୍ଶନୀ ମହାପାତ୍ର କବିତାଗୁଡିକୁ ସଂଯୋଜନା କରିଥିଲେ।ଏତଦବ୍ୟତୀତ ସଂସଦର ଅନ୍ୟତମ ଉପଦେଷ୍ଟା ଡଃ ବେଣୁଧର ଦାସ,ଦିବାକର ନାୟକ ଓ ପ୍ରତିଷ୍ଠାତା ଲୋକନାଥ ମିଶ୍ର ଅନୁଷ୍ଠାନକୁ ଟ୨୫,୦୦୦/- ଅନୁଦାନ ରାଶି ପ୍ରଦାନ କରିଥିଲେ।ସର୍ବଶେଷରେ କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ ସମସ୍ତଙ୍କୁ କୄତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ କବି କବୟିତ୍ରୀ ମାନଙ୍କୁ ଇ-ମାନପତ୍ର ପ୍ରଦାନ କରିଥିଲେ।ପ୍ରକାଶ ଥାଉକି, ପୂର୍ବାହ୍ନ ସମୟରେ ନୟାଗଡ଼ର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ପରମ୍ପରା ପକ୍ଷରୁ ଆୟୋଜିତ ୨୬ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ଦିବାକର ନାୟକ, ପ୍ରହଲ୍ଲାଦ ବେହେରା, ପରମାନନ୍ଦ ସ୍ୱାଇଁ ଓ ଜୀବନଜ୍ୟୋତି ଷଡ଼ଙ୍ଗୀ ସମ୍ବର୍ଦ୍ଧିତ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଭୁବନେଶ୍ୱରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରତିଶ୍ରୁତି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯଶୋବନ୍ତ ପଟ୍ଟନାୟକ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି।

Related posts