ଗଣିଆ,(ନୟାଗଡ଼ ଦର୍ପଣ):- ବ୍ୟାଙ୍କ ସମ୍ମୁଖରୁ ବାଇକ ଡ଼ିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟ । ଲୁଟର ଲାଇଭ ଭିଡ଼ିଓ କଏଦ ହେଲା ବ୍ୟାଙ୍କ ସିସିଟିଭି କ୍ୟାମେରାରେ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ। ଗଣିଆ ଥାନା ଅଧୀନ ବେଲପାଟଣା ଗ୍ରାମର ଟିକିନି ମହାପାତ୍ର ନିଜ ଦୋକାନରୁ ୩ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲେ। ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବାଇକ ରଖି ବ୍ୟାଙ୍କକୁ କିଛି କାମରେ ଆସିଥିଲେ। ପରେ କାମ ସାରି ବାଇକ ପାଖକୁ ଆସିଲା ବେଳକୁ ତାଙ୍କ ଡ଼ିକିରେ ଥିବା ୩ଲକ୍ଷ ଟଙ୍କା ଲୁଟ ହୋଇସାରିଛି। ଲୁଟ କରିଥିବା ଦୁବୁର୍ତ୍ତ ଜଣକ କିଏ ସେ ନେଇ ଗଣିଆ ପୋଲିସ ତଦନ୍ତ କରୁଛି। ବ୍ୟାଙ୍କ ସିସିଟିଭିରେ ଲୁଟର ଲାଇଭ ଭିଡ଼ିଓ କଏଦ ହୋଇଛି। ୨ଟି ବାଇକରେ ୪ଜଣ ଦୁବୁର୍ତ୍ତ ଆସିଥିବା ବେଳେ ଧଳା ସାର୍ଟ ପିନ୍ଧିଥିବା ଦୁବୁର୍ତ୍ତ ଜଣକ ଡ଼ିକି ଭାଙ୍ଗି ଟଙ୍କା ଲୁଟ କରିଛନ୍ତି। ଏ ନେଇ ଟିକିନା ମହାପାତ୍ର ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ବାଇକ ଡ଼ିକି ଭାଙ୍ଗି ୩ ଲକ୍ଷ ଲୁଟ : ଲୁଟର ଲାଇଭ ଭିଡ଼ିଓ କଏଦ ହେଲା ସିସିଟିଭିରେ
