ଇଟାମାଟି,(ନୟାଗଡ଼ ଦର୍ପଣ):- ଇଟାମାଟିଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିସରରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନଙ୍କ ପୌରୋହିତ୍ୟରେ କୋଭିଡି ନିୟମ ପାଳନ ପୂର୍ବକ ଏବଂ ସାରସ୍ୱତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଟାମାଟି ମଠ ମନ୍ଦିରର ଗ୍ରାମ ଏବଂ ଏହା ନୟାଗଡର ସଂସ୍କୃତିକ ରାଜଧାନୀ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ସମାଜକୁ ଅକ୍ଷୟ ମୁଖରୁ ରକ୍ଷା କରିବ ବୋଲି ଏ ସମାଜରେ ଯୋଗଦେଇ ଅତିଥିମାନେ ମତପ୍ରକାଶ କରିଥିଲେ।

ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଶୋକ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ଼ଃ ପ୍ରମୋଦ ନାୟକ ମୁଖ୍ୟଅତିଥି, ନାଟ୍ୟକାର ଶରତଚନ୍ଦ୍ର ଆଚାର୍ଯ୍ୟ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଇଟାମାଟିର ମା’ ନାରାୟଣୀ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଯଥାକ୍ରମେ ଅଧିକାରୀ ପୃଷ୍ଟି ଏବଂ ଜଗନ୍ନାଥ ପାତ୍ର ସମ୍ବର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଡ଼ଃ ନାୟକଙ୍କର କବିତା ସଂକଳନ “କବିତା କୈବଲ୍ୟ” ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନିକୁଲର ସମ୍ପାଦକ ଦିଲୀପ କୁମାର ସାହୁ, ଅଧ୍ୟାପକ ରଙ୍ଗନାଥ ବେହେରା, ଉମେଶ ଚନ୍ଦ୍ର ପଟନାୟକ, କିଶୋର ନାୟକ, ସଚ୍ଚିଦାନନ୍ଦ ସାଥୁଆ, ପ୍ରଶାନ୍ତ କୁମାର ପ୍ରଧାନ, ଆଶିଷ ଅଗ୍ରୱାଲ, ଜଗନ୍ନାଥ ଦାସ, ଅଜିତ କୁମାର ସାହୁ, କୃପାସିନ୍ଧୁ ପ୍ରଧାନ, ପ୍ରଫୁଲ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ।
