ନୂଆଗାଁ ପୁଲିସ ଦ୍ୱାରା ଦେଶୀ ମଦ ଜବତ, ଜଣେ ଗିରଫ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବାଲଣ୍ଡା ଅଞ୍ଚଳରୁ ବକଳବନ୍ଧ ଗ୍ରାମର ରାଜକିଶୋର ସ୍ୱାଇଁ(୪୫) ଏକ ମଟର ସାଇକେଲ ନଂ (ଓଡି ୨୫ଏ ୨୮୦୧)ରେ ଚୋରା ଦେଶୀ ମଦ ନେଇ ଯାଉଥିବା ବିଶେଷ ସୁତ୍ରରୁ ଖବର ପାଇବା ପରେ ବାଲଣ୍ଡାରେ ଠାରେ ଛକି ରହିଥିବା ପୁଲିସ୍ ରାଜକିଶୋର ବାଲଣ୍ଡା ଛକ ଠାରୁ କାବୁ କରିଛି ।

ମଦ ବ୍ୟବସାୟୀ ରାଜକିଶୋରଙ୍କ ଠାରୁ ପୁଲିସ୍ ୨୦ ଲିଟର ଦେଶୀ ମଦ ଓ ମଟର ସାଇକେଲ ଜବତ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଥାନାରେ କେସ୍ ନଂ-୯୬/୨୦୨୧ରେ ମାମଲା ରୁଜୁ କରି ରାଜକିଶୋର ସ୍ୱାଇଁଙ୍କୁ ଗିରଫ୍ କରିଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବା ନେଇ ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Related posts