୨୫ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ୧୫ଦିନ ବ୍ୟାପି ଦେଶ ବଞ୍ଚାଅ ଅଭିଯାନ

ରଣପୁର,(ନୟାଗଡ଼ ଦର୍ପଣ):- ବିଭିନ୍ନ ବାମଦଲ ତଥା ସିଆଇଟିୟୁ, ଓଡିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିଅନ ତରଫରୁ ୨୫ଜୁଲାଇରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ୧୫ଦିନ ବ୍ୟାପି ଦେଶ ବଞ୍ଚାଅ ଅଭିଯାନ ଉପଲକ୍ଷେ ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ରଘୁ ଦିବାକର ଭବନ ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ, ବିଶ୍ୱନାଥ ମହାପାତ୍ର, ଗୋଲକ ମୁଦୁଲି ଓ ନିତ୍ୟାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଶ୍ରମିକ ନେତା ଦୁଷ୍ମନ୍ତ ଦାସ ପ୍ରମୂଖ ଯୋଗ ଦେଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମିକ କୋର୍ଡ, କଳା କୃଷି ଆଇନର ବିପଦ ତଥା କୋଭିଡ ସହାୟତା ଯୋଗାଇବାର ଅବହେଳା ସମ୍ପର୍କ ସୂଚନା ଦେବା ସହ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହେବା ବିରୁଦ୍ଧରେ ପ୍ରଚାର ଅଭିଯାନ କରିବାକୁ ଆହ୍ବାନ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଦେଶ ବିରୋଧୀ ଓ ଜନ ବିରୋଧୀ ନୀତି ବିରୋଧରେ ଓ ବିଭିନ୍ନ ସ୍ଥାନୀୟ ସମସ୍ୟା ବିରୋଧରେ ଆସନ୍ତା ୯ ଅଗଷ୍ଟ ଭାରତ ଛାଡ଼ ଆନ୍ଦୋଳନ ଦିବସରେ ସରକାରଙ୍କ ବିରୋଧରେ ଆଇନ ଆମାନ୍ୟ ଆନ୍ଦୋଳନକୁ ସଫଳ କରିବାକୁ ଗାଁରେ ଗାଁରେ ମେଳି କରିବାକୁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଶରତ ବେହେରା, ସୁରେଶ ସ୍ବାଇଁ, ହରି ମିଶ୍ର, ପବିତ୍ର ଇନ୍ଦ୍ରଜିତି ଓ ଗଣେଶ୍ୱର ନାଏକ ପ୍ରମୁଖ ଉପସ୍ଥିତଥିଲେ ।

Related posts