ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ବିଡ଼ିଓ ମନୋଜ ପାତ୍ରଙ୍କ ପରାମର୍ଶ କ୍ରମେ ଗମ୍ଭାରିଡ଼ିହି ପଞ୍ଚାୟତର ସରପଞ୍ଚ ଦିବାକର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ୟ୍ୟକ୍ରମରେ ବଡ଼ ପଣ୍ଡୁସର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ କର୍ମୀ ଉର୍ମିଳା ବେହେରାଙ୍କ ସମେତ ପଞ୍ଚାୟତରେ ଥିବା ସମସ୍ତ ୬ଟି ଗାଁ’ର ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ସ୍ବାସ୍ଥ୍ୟକର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ୱାର୍ଡ ସଭ୍ୟମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ୟ୍ୟକ୍ରମରେ ପଞ୍ଚାୟତରେ ଥିବା ସମସ୍ତ ଲୋକଙ୍କୁ ମାସ୍କ, ସାନିଟାଇଜର, ସାବୁନ ବଣ୍ଟା ଯିବା ସହ ମହାମାରି କୋରନା ସମୟରେ କିପରି ନିଜେ ସଚେତନ ରହିବା ସହ ପରିବାର ଅନ୍ୟ ସଦସ୍ୟ ସଚେତନ ରହିବେ ଏବଂ ବିଶେଷ କରି ପ୍ରତେକ ବ୍ୟକ୍ତି କୋଭିଡ୍ ଟୀକାନେବେ ସେ ନେଇ ସେଚେତନ କରାଯାଇଥିଲା। କୋରନା ମହାମାରୀ ଆକ୍ରାନ୍ତ ସଂଖ୍ୟା ନୟାଗଡ଼ ଜିଲ୍ଲାରେ କମୁଥିବା ବେଳେ ସମସ୍ତେ ସଚେତନ ହେଲେ ଯାଇ ଏ ମହାମାରିକୁ ହରେଇ ପରିବା ବୋଲି ସରପଞ୍ଚ ସାଧାରଣ ଲୋକଙ୍କୁ ବୁଝେଇଥିଲେ ।