“ଅନନ୍ୟା ଫାଉଣ୍ଡେସନ” ତରଫରୁ ଦଶପଲ୍ଲାରେ ମାସ୍କ ବଣ୍ଟନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ଆଜି ଦଶପଲ୍ଲା ଅଞ୍ଚଳରେ ୭୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭରେ କରୋନା ଯୋଦ୍ଧା ତଥା ଦଶପଲ୍ଲା ଥାନାର ପୋଲିସ ଭାଈ ଭଉଣୀଙ୍କୁ ମାସ୍କ୍ ବଣ୍ଟନ କରାଯାଇଥିଲା। ପରେପରେ ଦଶପଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ମାସ୍କ ବଣ୍ଟନ ଓ କରୋନା ସଚେତନତା କରାଯାଇଥିଲା।

ସୂଚନାଯୋଗ୍ୟ, ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ପର୍ଯ୍ୟନ୍ତ ୫୦୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରାସରିଛି। ତାହା ପୁଣି ସର୍ଜିକାଲ୍ ନୁହେଁ, ହାତ ତିଆରି କପଡ଼ା ମାସ୍କ। ଯାହାକୁ ଅନନ୍ୟା ଫାଉଣ୍ଡେସନର ମହିଳା ଗୋଷ୍ଠୀ ସିଲେଇ ଜାରି ରଖିଛନ୍ତି। ଆଗକୁ ଏଭଳି ଜନହିତକାରୀ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ମିଳିଛି।

Related posts