ଦଶପଲ୍ଲା ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୃତଙ୍ଗ ନଦୀର ଦକ୍ଷିଣପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଡଙ୍କାରିସାହି ମହାନଦୀ ଦକ୍ଷିଣ ପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଧୋବାବୁରେଇ ଠାରୁ ରାଇଗାଡ଼ିଆ ପଯ୍ୟନ୍ତ ବୃତଙ୍ଗ ନଦୀର ବାମ ପାର୍ଶ୍ଵ ବନ୍ଧର ସୁରକ୍ଷାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପରେ ଛାମୁଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟିତ କରିଥିଲେ। ପରେ କୁମ୍ଭୀରଖଣି ଠାରେ କ୍ଲବ ଘରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଛାମୁଣ୍ଡିଆ ଠାରେ କ୍ଲବ ଘରର ଭିତ୍ତିଭୂମି ସ୍ଥାପନ କରିଥିଲେ । ଏହି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶେଷଦେଵ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ଦଣ୍ଡଧର ଦାଶ, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ମଧୁସୂଦନ ଦାଶ, ଛାମୁଣ୍ଡିଆ ସରପଞ୍ଚ ମଙ୍ଗୁଳୁ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କ ସହିତ ବହୁ ବିଜେଡିର ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Related posts