ନାସା ଦ୍ୱାରା ପ୍ରେରିତ ଇନସାଇଟ ଲେଣ୍ଡର ତା ଦେହରେ ଖଚିତ ଥିବା ଏକ ସିସ୍ମୋମିଟର ଦ୍ୱାରା ରେକଡିଂ କରାଯାଇଥିବା ଏକ ଅଦ୍ଭୁତ ଶବ୍ଦକୁ ପ୍ରକାଶିତ କରିଛି ଯାହା ଖାଲି କାନଦ୍ୱାରା ମଣିଷ ପକ୍ଷରେ ଶୁଣିବା ସମ୍ଭବ ନୁହଁ । ଏହାର ଗତିକୁ ବଢାଇ ପ୍ରସେସିଂ କଲାପରେ ହେଡ୍ଫୋନରେ ଶୁଣି ହେଉଛି । ଏହି ସିସମୋମିଟରକୁ ଫ୍ରାନ୍ସର ସ୍ପେସ ଏଜେନ୍ସି ସିଏନଇଏସ ନାସାକୁ ପ୍ରଦାନ କରିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଧୀର ଗତିରେ ପବନ ବହୁଥିଲେ ବି ତାକୁ ରେକଡିଂ କରି ପାରୁଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମଙ୍ଗଳ ଗ୍ରହରେ ସଂଗଠିତ ହେଉଥିବା ଭୂମିକମ୍ପ ସଂପର୍କରେ ସୂଚନା ଏକତ୍ରିତ କରିବା । ଯଦ୍ୱାରା ଏହି ଗ୍ରହର ଭୂଗର୍ଭ ସଂପର୍କରେ ଜାଣିହେବ । ଯେତେବେଳେ ଏହାର ରୋବୋଟିକ ଆର୍ମ ସାହାଯ୍ୟରେ ସିସମୋମିଟରକୁ ମଙ୍ଗଳ ପୃଷ୍ଠ ଦେଶରେ ଅବତରଣ କରାଗଲା ସେ ସମୟରେ ପ୍ରାୟ କିଛି ସପ୍ତାହ ପାଇଁ କିଛି ବି ଶୁଣାଗଲା ନାହିଁ କିନ୍ତୁ ଏପ୍ରିଲ ଶେଷ ଆଡକୁ ଏପରି ଏକ ଶବ୍ଦ ସଂଗ୍ରହ କରାଗଲା ଯାହାର ଫ୍ରୀକ୍ୱେନ୍ସି ପୂର୍ବରୁ ରେକଡିଂ କରା ଯାଇଥିବା ସବୁ ତରଙ୍ଗଠୁଁ ଅଧିକ ଥିଲା । ସଂଗ୍ରହ କରା ଯାଇଥିବା ୧୦୦ଟି ନମୁନା ମଧ୍ୟରୁ ୨୧ଟିର ତୀବ୍ରତା ଏପରି ଥିଲା। ଏହା ସେଠାକାର ଭୂଗର୍ଭରେ ସଙ୍ଗଠିତ ହେଉଥିବା ଭୂକମ୍ପକୁ ସୂଚୀତ କରୁଥିଲା ବୋଲି
ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।
ମଙ୍ଗଳ ଗ୍ରହରେ ଶୁଣା ଯାଉଥିଲା ଏକ ଅଦ୍ଭୁତ ଶବ୍ଦ
