୪୮୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପୁଲିସ୍ ଜନୈକ କଫ ସିରଫ୍ ବ୍ୟବସାୟୀକୁ ଗିରଫ କରିବା ବହୁ ପରିମାଣର କଫ ସିରଫ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଗୋଡ଼ିପଡ଼ା ଛୋଟ ତେଲିସାହିର ଲକ୍ଷ୍ମୀଧର ପାତ୍ର। ଗତକାଲି ସେ କଫ ସିରଫ ନେଇ ଓଡ଼ଗାଁ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପେଟାପଲ୍ଲି ଛକ ନିକଟରୁ ପୁଲିସ ଧରିଥିଲା। ତାଙ୍କ ପାଖରୁ ୪୮୦ ବୋତଲ କଫ ସିରଫ ଜବତ କରାଯାଇଥିବା ବେଳେ ଓଡ଼ଗାଁ ଥାନାରେ ୭୧/୨୧ରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Related posts