ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ସଫଳତା ପାଇଛନ୍ତି ଦଶପଲ୍ଲା ର ଝିଅ ସୁଶ୍ରୀ ରଶ୍ମିତା ସାହୁ । ପ୍ରକାଶିତ ଫଳ ଅନୁଯାୟୀ ସେ କ୍ରମିକ ସଂଖ୍ୟା ୨୯୩ରେ ଅଛନ୍ତି। ସ୍ଥାନୀୟ ଦୁର୍ଗା ବଜାର କଲୋନୀର ପିତା ଦିବଂଗତ ରଘୁନାଥ ସାହୁ ଓ ମାତା ବାସନ୍ତୀ ସାହୁଙ୍କ ଏକ ମାତ୍ର କନ୍ୟା ଅଟନ୍ତି। ଦୁଇ ଭାଇ ପ୍ରସନ୍ନ ଓ ଭାବଙ୍କ ତଳେ ରଶ୍ମିତା। ସ୍ଥାନୀୟ ରାଧାମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ନୟାଗଡ଼ ୟୁନିଟେକ୍ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ପାଠ ଶେଷ କରି ଭୁବନେଶ୍ବରର ଏକ ଘରୋଇ କୋଚିଂ ସେଣ୍ଟରରେ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ଖବର ମିଳିବା ପରେ ପରିବାରରେ ଆନନ୍ଦ ଲହରି ଖେଳି ଯାଇଛି। ଅନୁରୂପ ଭାବେ ବିଦ୍ୟାଳୟ, ମହାବିଦ୍ୟାଳୟର ସହପାଠୀ ଓ ଦଶପଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି।
Related posts
-
ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି
December 1, 2024 Jajati Comments Off on ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛିଦଶପଲ୍ଲା, (ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ ଶୁଣ୍ଢୀ ସମାଜର ଜିଲ୍ଲାସ୍ତରୀୟ ସମାବେଶ ଦଶପଲ୍ଲା ସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି।... -
ଦୁର୍ଗମ ଅଞ୍ଚଳ ବୁଲି ଆଦିବାସୀଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି... -
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
November 22, 2024 Jajati Comments Off on ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ...