ସ୍ମୁତିସଭାରେ ବିରଞ୍ଚି ସାରଙ୍କୁ ଶ୍ରଦ୍ଧାଞ୍ଜଳି

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପରଲୋକଗତ ଅବସରପ୍ରାପ୍ତ କିରାଣୀ ବିରଞ୍ଚିନାରାୟଣ ଗୋଚ୍ଛାୟତଙ୍କର ଏକାଦଶାହ ପାଳନ ଅବସରରରେ ଆଜି ଏକ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ,  କମିଟି କର୍ମକର୍ତ୍ତାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ସ୍ବର୍ଗତ ବିରଞ୍ଚି ଗୋଛାୟତଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିବା ସହିତ ଗୁଣାବଳୀର ସ୍ମୁତିଚାରଣ କରିଥିଲେ।

Related posts