ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ନିକଟବର୍ତ୍ତୀ ଗଡିଆ ସାହି ଗ୍ରାମପଞ୍ଚାୟତର ନଟବରପୁର ଶାସନ ଗ୍ରାମର ସୌମେଶ ଆଚାର୍ଯ୍ୟ ୨୦୨୨ ମସିହାର ଓଡ଼ିଶା ସରକାରଙ୍କର ପ୍ରଶାସନିକ ସେବା (ଓ.ଏ.ଏସ୍.) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପଶ୍ଚିମବଙ୍ଗ ସ୍ଥିତ ବିଶ୍ଵଭାରତୀ (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ) ଶାନ୍ତି ନିକେତନରେ କୃଷି ସମ୍ପ୍ରସାରଣ ବିଷୟରେ ୩ୟ ବର୍ଷରେ ଗବେଷଣାରତ ଶ୍ରୀମାନ୍ ଆଚାର୍ଯ୍ୟ ଏହି ସଫଳତାର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ସମସ୍ତ ଗୁରୁଜନଙ୍କୁ ପ୍ରଦାନ କରିଛନ୍ତି। ତାଙ୍କ ମାତା ସୁଗୃହିଣୀ ଡଃ ସୌଦାମିନୀ ତ୍ରିପାଠୀ, ପିତା ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ପ୍ରେରଣାରେ ଦିନକୁ ଅଠର ଘଣ୍ଟା ପରିଶ୍ରମ କରୁଥିଲେ ବୋଲି ସେ କୁହନ୍ତି। ତାଙ୍କର ଏହି ସଫଳତା ଖଣ୍ଡପଡ଼ା ବାସୀଙ୍କ ପାଇଁ ତଥା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଭୂତ ପ୍ରେରଣା ଯୋଗାଇଛି। ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ ସ୍ବାଇଁ ଓ ଅନେକ ଶିକ୍ଷାବିତ୍ ସୌମେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଥାଉ କି, ସୌମେଶ ସ୍ବର୍ଗତ ଘନଶ୍ୟାମ ଆଚାର୍ଯ୍ୟ, ସ୍ବର୍ଗତା ରୁକ୍ମିଣୀ ଦେବୀ ଏବଂ ବନମାଳୀ ପୁର ପାଟଣା ଗ୍ରାମର ବ୍ରାହ୍ମଣ ସାହି ନିବାସୀ ସ୍ୱନାମଧନ୍ୟ ଶିକ୍ଷକ ସ୍ଵର୍ଗତ ମଧୁସୂଦନ ତ୍ରିପାଠୀ ଏବଂ ଗୀତା ରାଣୀ ତ୍ରିପାଠୀଙ୍କର ବଡ଼ ନାତି ଅଟନ୍ତି।
Related posts
-
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ... -
ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୭ରେ ଖଣ୍ଡପଡ଼ା ବ୍ଲକ ଅଡିସନ
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଖଣ୍ଡପଡ଼ା ବ୍ଲକ ଅଡିସନ ଆସନ୍ତା ୧୭ ତାରିଖ... -
ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୦ରେ ଭାପୁର ବ୍ଲକ ଅଡିସନ
ଭାପୁର, (ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଭାପୁର ବ୍ଲକ ଅଡିସନ ଆସନ୍ତା ୧୦...