ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଠାରେ ଥିବା ଦାଶରଥି ସଂଗ୍ରହାଳୟରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ଭ୍ରାମ୍ୟମାଣ ଶାରଦୀୟ ସାହିତ୍ୟ ଆସର ‘ସମ୍ଭାର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା, ମୁଖ୍ୟବକ୍ତା ନାଟ୍ୟ ଭୂଷଣ ଡ଼ ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ମାଣିକ ସାହିତ୍ୟ ସଂସଦର ସମ୍ପାଦକ ଜନାବ୍ ମହମ୍ମଦ ଆଜାଦ୍, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଦାଶରଥି ପଟ୍ଟନାୟକ ସଂଗ୍ରହାଳୟର ସମ୍ପାଦକ ଦୀପକ କୁମାର ପଟ୍ଟନାୟକ, ନୟାଗଡ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ସେଖ ଅବଦୁଲ ଖାଲିକ୍ ପ୍ରମୁଖ ଯୋଗଦେଇ ନିର୍ଭୁଲ ସାହିତ୍ୟ ରଚନା, ଅସ୍ମିତାର ଭାବ ଧରାକୁ ବୁଝିବା, ସାହିତ୍ୟ ସାଧନାରେ ବ୍ରତୀ ହୋଇ ସମାଜ ସଂସ୍କାରରେ ସାମିଲ ହେବା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପୋଷ୍ଟ କାର୍ଡରେ ଲିଖିତ କବିତା ସହ କବି ମାନଙ୍କର ଉନ୍ମୋଚିତ ପୁସ୍ତକ ସମୂହ ଦାଶରଥି ପଟ୍ଟନାୟକ ସଂଗ୍ରହାଳୟର ସମ୍ପାଦକ ଦୀପକ କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନୂଆଗାଁ ବ୍ଲକର କବି ପ୍ରତିଭା ଶ୍ରୀଧର ବେହେରା ଏବଂ ନୟାଗଡ ବ୍ଲକର କବୟିତ୍ରୀ ଝିଲିମିଲି ସାହୁ ।
ସାହିତ୍ୟ ଉତ୍ସବ “ସମ୍ଭାର” କାର୍ଯ୍ୟକ୍ରମ ଅନୁଷ୍ଠିତ
