‘ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢ଼ିର ଦାୟିତ୍ୱ’ ଶୀର୍ଷକରେ ପ୍ରତିଯୋଗିତା ନୟାଗଡ଼,(ନୟାଗଡ଼ ଦର୍ପଣ): ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢ଼ିର ଦାୟିତ୍ୱ ଶୀର୍ଷକ ଏକ ତର୍କ ପ୍ରତିଯୋଗିତା ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ବାସୁଦେବ ସାହୁ, ସମ୍ପାଦକ ଦିଲ୍ଲୀପ ମିଶ୍ର ଏବଂ କାର୍ଯ୍ୟକ୍ରମ ସଂଯୋଜକ ଅବିନାଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତର୍କ ପ୍ରତିଯୋଗିତାଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ଶିକ୍ଷାବିତ୍ ମହମ୍ମଦ ଓମାର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ କବି ଗୋପୀନାଥ ସେଠୀ ଯୋଗଦେଇ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ। ନୟାଗଡ଼ର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ। ଯୁବପିଢ଼ିର ଗଣତନ୍ତ୍ର ପ୍ରତି ଦାୟିତ୍ୱ, ନାଗରିକ ସଚେତନତା ଓ ଦେଶ ଗଠନରେ ଯୁବସମାଜର…
Read MoreMonth: August 2026
ଅଗଷ୍ଟ କ୍ରାନ୍ତି ଦିବସରେ ରଣପୁରରେ ତ୍ରିରଙ୍ଗା ଯାତ୍ରା
ବୀର ଶହୀଦ ରଘୁ-ଦିବାକରଙ୍କୁ ଶ୍ରଦ୍ଧାଞ୍ଜଳି, ଦେଶଭକ୍ତିରେ ଉତ୍ସବମୁଖର ରଣପୁର ରଣପୁର, (ନୟାଗଡ଼ ଦର୍ପଣ): ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ରଣପୁରରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବୀର ଶହୀଦ ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେମାନଙ୍କ ବଳିଦାନକୁ ସ୍ମରଣ କରାଯାଇଥିଲା। ପରେ ରଣପୁର ନୂଆ ବସ୍ ଷ୍ଟାଣ୍ଡଠାରୁ ପଞ୍ଚୁଦୋଳ ପଡ଼ିଆ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ସହ ଶତାଧିକ ଲୋକ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଏହି ତ୍ରିରଙ୍ଗା ଯାତ୍ରାରେ ପୁରୀ ସଂସଦୀୟ କ୍ଷେତ୍ରର ସାଂସଦ ମାନନୀୟ ଡା. ସମ୍ବିତ ପାତ୍ର, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ଗୋପାଳପୁର ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରେଇଙ୍କ ସମେତ ସମସ୍ତ ପାରିଷଦ, ରଣପୁର କଲେଜର ଏନ୍ସିସି…
Read Moreସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ତଥା ସ୍ୱଚ୍ଛତା ପ୍ରତି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନ ସକାଳ ଘ.୭. ୩୦ ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ନୟାଗଡ଼ ପୌରପାଳିକା ପରିସର ପର୍ଯ୍ୟନ୍ତ ଚାଲିଥିଲା। ଏହି ଅଭିଯାନରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ , ପୌରପାଳିକା ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ସମେତ ସରକାରୀ କର୍ମଚାରୀ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ମାତ୍ରାରେ ଯୋଗଦେଇଥିଲେ। ଅଭିଯାନ ସମୟରେ ରାସ୍ତାପାର୍ଶ୍ୱ, ସରକାରୀ…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ବନ୍ଧୁମିଳନ
ସାମ୍ବାଦିକଙ୍କ ସମସ୍ୟା, ପେନସନ ଓ ସୁରକ୍ଷା ନେଇ ଆଲୋଚନା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଆଠଟି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନରେ ନୟାଗଡ଼ ସହରସ୍ଥିତ ନୀଳମାଧବ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦେବୀ ପ୍ରସାଦ ମିଶ୍ରଙ୍କ ଆୟୋଜନରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସାମ୍ବାଦିକ ଯୋଗଦେଇଥିଲେ। ଯୋଗଦେଇଥିବା ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶାନ୍ତି ଶେଖର ରଥଙ୍କ ପୌରହିତ୍ୟରେ ଏକ ସାଧାରଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ସମସ୍ୟା, ସାମ୍ବାଦିକଙ୍କ ପାଇଁ ବୀମା ଯୋଜନା, ପେନସନ, ସୁରକ୍ଷା, ସ୍ୱୀକୃତି ଏବଂ ସର୍ବୋପରି ସାମ୍ବାଦିକ ଏକତା ସମ୍ପର୍କରେ ବରିଷ୍ଠ ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ।…
Read Moreଆଇନ ପେଷା କେବଳ ଜୀବିକା ନୁହେଁ, ସତ୍ୟ ଓ ନ୍ୟାୟର ସୁରକ୍ଷା ପାଇଁ ବୌଦ୍ଧିକ ସଂଗ୍ରାମ: ଜଷ୍ଟିସ କେ.ଆର. ମହାପାତ୍ର
ନୟାଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନବାଗତ ଆଇନଜୀବୀଙ୍କ ପାଇଁ ଆଲୋଚନାଚକ୍ର ନୟାଗଡ଼, (ନୟାଗଡ଼ ଦର୍ପଣ): ଆଇନ ପେଷା କେବଳ ଏକ ଜୀବିକା ନୁହେଁ; ଏହା ସାମାଜିକ ବିଶ୍ୱାସ ଓ ସାମ୍ବିଧାନିକ ଦାୟିତ୍ୱ ସହିତ ସତ୍ୟ ଓ ନ୍ୟାୟର ସୁରକ୍ଷା ପାଇଁ ଏକ ବୌଦ୍ଧିକ ସଂଗ୍ରାମ ବୋଲି କହିଛନ୍ତି ଓଡ଼ିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ନ୍ୟାୟମୂର୍ତ୍ତି ଜଷ୍ଟିସ କୃଷ୍ଣରାମ ମହାପାତ୍ର। ନୟାଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ “ନୈତିକତା, ଶ୍ରେଷ୍ଠତା ଏବଂ ବିଶ୍ୱସନୀୟତା ନବାଗତ ଆଇନଜୀବୀଙ୍କ ପାଇଁ ଏକ ମାର୍ଗଦର୍ଶିକା” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରି ଜଷ୍ଟିସ ମହାପାତ୍ର ନବାଗତ ଆଇନଜୀବୀମାନଙ୍କୁ ପେଷାଗତ ନୈତିକତା, ଶ୍ରେଷ୍ଠତା ଓ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଦୈନନ୍ଦିନ ଓକିଲାତିରେ ନୈତିକତାକୁ ଢାଲ, ଶ୍ରେଷ୍ଠତାକୁ ଅଭ୍ୟାସ ଏବଂ ବିଶ୍ୱସନୀୟତାକୁ ସବୁଠାରୁ ବଡ଼…
Read Moreଚାଷୀ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତୁ ସରକାର,
ପଞ୍ଜିକରଣ ବ୍ୟବସ୍ଥାକୁ ସରଳ କରିବାକୁ ଦାଵି
ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲା ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ଚଳିତ ବର୍ଷ ଖରିଫ୍ ଧାନ ପଞ୍ଜିକରଣ ପାଇଁ ବହୁ ବିଳମ୍ବରେ ତାରିଖ ଧାର୍ଯ୍ୟ କରିଛନ୍ତି । ଅଗଷ୍ଟ ୬ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସରକାର ଚଳିତ ବର୍ଷ କରିଥିବା ନିୟମକୁ ନେଇ ଚାଷୀ କୂଳ ହା ହତାଶ ଅବସ୍ଥାରେ ରହିଛନ୍ତି । ସରକାର ଲାଗୁ କରିଥିବା ଏଗ୍ରିଷ୍ଟାକ୍ ବ୍ୟବସ୍ଥା ଓ ଭାଗଚାଷୀଙ୍କ ପାଇଁ କରିଥିବା ନିୟମାବଳୀ ପ୍ରତ୍ୟାହାର ଦାବି କରି ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ । ଏହି ବ୍ୟବସ୍ଥା ଲାଗୁ କରାଯିବା ଦ୍ୱାରା ହଜାର ହଜାର ଚାଷୀ ପଞ୍ଜିକରଣରୁ ବାଦ ପଡ଼ିବା ନିଶ୍ଚିତ ବୋଲି ସଂଘ ଅଭିଯୋଗ କରିଛି । ନୟାଗଡ଼ ଜିଲ୍ଲା ପ୍ୟାକ୍ସ ସଭାପତି ସଂଘ…
Read Moreଚମ୍ପାଗଡ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି
ରଣପୁର, (ନୟାଗଡ଼ ଦର୍ପଣ): ଚମ୍ପାଗଡ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡ଼ିଏସ)ଅଧୀନରେ ରାସନ ବଣ୍ଟନକୁ ନେଇ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ଉଠିଛି। ଅଭିଯୋଗ ଅନୁଯାୟୀ, ସରକାର ସମସ୍ତ ଖାଉଟି କାର୍ଡଧାରୀଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେଉଥିଲେ ମଧ୍ୟ ଚମ୍ପାଗଡ ପଞ୍ଚାୟତରେ ପିଇଓଙ୍କ ନାମରେ ପରିଚାଳିତ ରାସନ ଯୋଗାଣ କେନ୍ଦ୍ରରେ ସରକାରୀ ନିୟମ ଅନୁଯାୟୀ ବଣ୍ଟନ ହେଉନଥିବା ଅଭିଯୋଗ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସନ ବଣ୍ଟନ ପରେ ହିତାଧିକାରୀମାନଙ୍କୁ କୌଣସି ରସିଦ ପ୍ରଦାନ କରାଯାଉ ନାହିଁ। ରସିଦ ମାଗିଲେ କାହାକୁ ରସିଦ ଦିଆଯାଉନାହିଁ ବୋଲି କୁହାଯାଉଥିବା ଅଭିଯୋଗ ହୋଇଛି। ଏହାସହ ରାସନ ବଣ୍ଟନ ସମୟରେ ଓଜନ କଣ୍ଟାରେ ୨୦ କେଜି ଓ ୧୦ କେଜିର ବଟଖରା ରଖି ନିର୍ଦ୍ଧାରିତ ପରିମାଣଠାରୁ କମ୍ ରାସନ ଦିଆଯାଉଥିବା ନେଇ ମଧ୍ୟ…
Read Moreଯୌତୁକ ନିଷେଧ ଅଧିନିୟମ-୧୯୬୧ ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ (DSWO Section) ପକ୍ଷରୁ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, CDO-cum-EO ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣାଦେବ ସମାଦାର, DLSA ସଚିବ ଅଞ୍ଜଳୀ ମଛକୁନ୍ଦ, ଡେପୁଟି କଲେକ୍ଟର ତପତି ରାଜ, DSWO ଜୟଶ୍ରୀ ପଟନାୟକ, PO-cum-PO ସଞ୍ଜୁଲତା ପାଣିଗ୍ରାହୀ ଓ ଜିଲ୍ଲା ହବ୍ ଫର୍ ଏମ୍ପାୱରମେଣ୍ଟ ଅଫ୍ ଉଇମେନ୍ (DHEW)ର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ଉପସ୍ଥିତ…
Read Moreଲାଞ୍ଚ ନେଇ ବନ୍ଧା ହେଲେ ଜଙ୍କିଆ ADEO ପ୍ରଶାନ୍ତ ଭଟ୍ଟ
ରଣପୁର, (ନୟାଗଡ଼ ଦର୍ପଣ): ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଲାଞ୍ଚଖୋର ମନୋବୃତ୍ତି ଏତେ ମାତ୍ରାରେ ବଢ଼ିଛି ଯେ, ବିନା ହାତଗୁଞ୍ଜାରେ କିଛି କାର୍ଯ୍ୟ ହେଉ ନାହିଁ। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲାଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟ ଆଜି ମଧ୍ୟାହ୍ନରେ ଗିରଫ ହୋଇଥିବା ଜଣାପଡ଼ିଛି। ଶ୍ରୀ ଭଟ୍ଟ ରାଜଜଙ୍କିଆର ଅକ୍ଷୟ କୁମାର ମାଝୀଙ୍କ ଠାରୁ ଆବାସ ଯୋଜନାରେ ମନରେଗା ଅର୍ଥ ଓ ବୋନସ ଅର୍ଥ ୪୨ ହଜାର ଟଙ୍କା ପାଇଁ ୯ ହଜାର ଟଙ୍କା ଦାବି କରି ଥିଲେ। ସେ ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ…
Read Moreକଥା ଦେଇ କଥା ରଖିଲା ରୋଟାରୀ କ୍ଲବ, ନୟାଗଡ଼
ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ହିଁ ରୋଟାରୀର ପରିଚୟ, ଏହାକୁ ପ୍ରମାଣ କରିଛି ରୋଟାରୀ କ୍ଲବ ନୟାଗଡ଼। ଗତବର୍ଷ ଆର୍ଥିକ ଅନଟନ ମଧ୍ୟରେ ପାଠପଢ଼ା ଜାରି ରଖିବା ପାଇଁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମେଧାବୀ ଛାତ୍ରୀ ରଶ୍ମିତା ପରିଡାଙ୍କୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ମଧ୍ୟ ସହଯୋଗ ଜାରି ରଖିବ ବୋଲି କ୍ଲବ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ପ୍ରତିଶ୍ରୁତିକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ରଶ୍ମିତା ପରିଡାଙ୍କୁ ପୁଣିଥରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଅର୍ଥନୀତି ବିଭାଗର ମୁଖ୍ୟ ଡ଼. ଦିଲ୍ଲୀପ ମିଶ୍ର, ଅଧ୍ୟାପିକା ରିଙ୍କୁ ଖାଡେଙ୍ଗା, ବନ୍ଦନା ନାୟକ ଓ ଅଧ୍ୟାପକ…
Read More