ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପୋଲିସ୍ ଟ୍ରେନିଂ ସ୍କୁଲ୍ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସର ପ୍ରାରମ୍ଭରେ ପ୍ରାତଃ ଘ.୦୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ରଯୋଗେ ରାମଧୂନ୍ ରେକର୍ଡ଼ିଂ ବଜାଯାଇ ସହର ପରିକ୍ରମା କରାଯାଇଥିଲା । ସକାଳ ଘ.୦୬.୩୦ମି. ସମୟରେ ପ୍ରଭାତଫେରୀ କାର୍ଯ୍ୟକ୍ରମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା କରାଯାଇଥିଲା ଏବଂ ସକାଳ ଘ.୦୭.୩୦ମି. ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସକାଳ ୮ଘଟିକା ସମୟରେ ତ୍ରିନାଥ ଛକ ଠାରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମଧୁମିତା ରଥ, ଅଧ୍ୟକ୍ଷ ଜିଲ୍ଲା…
Read MoreMonth: August 2026
ରାଷ୍ଟ୍ରପତି ପୁରସ୍କାର ପାଇବେ ନୟାଗଡ଼ ପିଟିଏସ୍ ପ୍ରିନ୍ସିପାଲ ଭବେଶ କୁମାର ନାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ୍ (ପିଟିଏସ୍)ର ପ୍ରିନ୍ସିପାଲ ଭବେଶ କୁମାର ନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ପୋଲିସ୍ ସେବା ଓ ଦକ୍ଷ ପ୍ରଶାସନିକ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ନୟାଗଡ଼ ପୋଲିସ୍ ମହଲ ଓ ବୁଦ୍ଧିଜୀବୀ ମହଲରେ ଖୁସି ପ୍ରକାଶ ପାଇଛି। ଶ୍ରୀ ନାୟକ ଜଣେ ଦକ୍ଷ ଉପ ଦୁର୍ଗପତି ଭାବେ ବିଭିନ୍ନ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ନୟାଗଡ଼ ପିଟିଏସ୍ର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା, ଶୃଙ୍ଖଳା ଓ ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଛନ୍ତି। ପୋଲିସ୍ କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଶୃଙ୍ଖଳିତ କାର୍ଯ୍ୟପ୍ରଣାଳୀକୁ ଗୁରୁତ୍ୱ ଦେଇ ସେ ପିଟିଏସ୍ର ସୁନାମ ବୃଦ୍ଧିରେ ଅବଦାନ ରଖିଛନ୍ତି। ତାଙ୍କର ଉତ୍କୃଷ୍ଟ ସେବା ଓ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେଇ ରାଷ୍ଟ୍ରପତି…
Read Moreନୟାଗଡ଼ରେ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” ଦେଶଭକ୍ତିରେ ପ୍ରକମ୍ପିତ ହେଲା ନୟାଗଡ଼ ସହର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଜପାର ବରିଷ୍ଠ ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ନେତୃତ୍ୱରେ ଆଜି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ, ଦିବ୍ୟ ଓ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ପୁରୁଣା ରାଜବାଟୀ ପର୍ଯ୍ୟନ୍ତ ଆୟୋଜିତ ଏହି ଶୋଭାଯାତ୍ରାରେ ନୟାଗଡ଼ ସହର ଦେଶପ୍ରେମ ଓ ଜାତୀୟତାବୋଧରେ ମୁଖରିତ ହୋଇଉଠିଥିଲା। ଶୋଭାଯାତ୍ରାର ଏକ ବିଶେଷ ଆକର୍ଷଣ ଥିଲା ପ୍ରାୟ ୨,୦୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଅଂଶଗ୍ରହଣ। ମହିଳାମାନେ ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ନୟାଗଡ଼ ସହରର ମୁଖ୍ୟରାସ୍ତା ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିସହ ପ୍ରାୟ ୨,୫୦୦ରୁ ଊର୍ଦ୍ଧ୍ୱ ଭାଜପା କାର୍ଯ୍ୟକର୍ତ୍ତା ଓ…
Read More‘ହର ଘର ତ୍ରିରଙ୍ଗା’ ଅବସରରେ ନୟାଗଡ଼ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ ଜିଲ୍ଲାସ୍ତରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ମିନିଟ୍ ସମୟରେ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନରେ ଏହି ସ୍ମୃତି ଦିବସ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଜାତା କୁମାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତ୍ରା ଭୂୟାଁ, ନୟାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତି ଏବଂ ବିସ୍ଥାପିତ ପରିବାରଗୁଡ଼ିକର…
Read Moreଚାନ୍ଦପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ, ସାମିଲ ହେଲେ ବାଚସ୍ପତି ସୁରମା ପାଢ଼ୀ ଚାନ୍ଦପୁର, (ନୟାଗଡ଼ ଦର୍ପଣ): ଦେଶପ୍ରେମ, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାର ବାର୍ତ୍ତା ନେଇ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଥିବା ବେଳେ ଏହି କ୍ରମରେ ଚାନ୍ଦପୁରରେ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଚାନ୍ଦପୁରସ୍ଥିତ ମୋହନ ମହିଳା ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରା ବାହାରିଥିଲା। ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ରାୟ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ…
Read Moreହାଲଦ୍ୱାନି ଘଟଣାକୁ ନେଇ ନୟାଗଡ଼ରେ କଂଗ୍ରେସର ସତ୍ୟାଗ୍ରହ
ନୟାଗଡ଼, (ନୟାଗଡ଼ ଦର୍ପଣ): ହାଲଦ୍ୱାନି ଘଟଣାରେ ଜାତିଭେଦ, ଅସ୍ପୃଶ୍ୟତା ଓ ବିଭେଦମୂଳକ ରାଜନୀତିର ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଏଆଇସିସିର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ବାପୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏହି ସତ୍ୟାଗ୍ରହ ଆୟୋଜନ କରାଯାଇଥିବା ବେଳେ ନୟାଗଡ଼ରେ ମଧ୍ୟ ଏହା ପାଳିତ ହୋଇଛି। ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶାନ୍ତିସ୍ଥଳରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଅହିଂସା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉତ୍ତରାଖଣ୍ଡର ହାଲଦ୍ୱାନିରେ କଂଗ୍ରେସ ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସଭା ସମାପ୍ତ ହେବା ପରେ ସଭାସ୍ଥଳକୁ ଗଙ୍ଗାଜଳ ଛିଞ୍ଚି ‘ଶୁଦ୍ଧିକରଣ’ କରାଯାଇଥିଲା।…
Read Moreଶିକ୍ଷାର ବିକାଶ ପାଇଁ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ,ନୂଆଗାଁ ରେ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପାର, ସି ଟି ଏସ୍, ଉଲ୍ଲାସ,ଏମ ଡି ଏମ ଆଦି ଉପରେ ବିସ୍ତୃତ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଆଲୋଚନା କରିଥିଲେ। ଅପାର ଆଇଡ୍ ରେ ଶତ ପ୍ରତିଶତ ସଫଳ ଅର୍ଜନ କରିଥିବା ପ୍ରଧାନଶିକ୍ଷକ ଗତିକୃଷ୍ଣ ପ୍ରଧାନ, ସୂର୍ଯ୍ୟମଣି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ଦିଲ୍ଲୀପ କୁମାର ମଲ୍ଲିକ,ସୁଧୀର କୁମାର ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।ଏହି ବୈଠକ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ…
Read Moreନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା – GenZଙ୍କ ପ୍ରଥମ ପସନ୍ଦ ସାଜିଛି ବିଦ୍ୟାର୍ଥୀ ପରିଷଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ନୟାଗଡ଼ ଜିଲ୍ଲା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଛି। ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ପୂର୍ବ କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ବଇଲୋଚନ ସାହୁ, ପୁରୀ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ଅରିଜିତ ପଟ୍ଟନାୟକ, ପୁରୀ ବିଭାଗ ସଂଯୋଜକ ଶ୍ରୀମାନ ସୌମ୍ୟରଞ୍ଜନ ସାହୁ, ନୟାଗଡ଼ ଜିଲ୍ଲା ସଂଯୋଜକ ଶ୍ରୀମାନ ମଙ୍ଗୁଳିଆ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ସମ୍ବିତ ପ୍ରସାଦ ଶତପଥୀ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ସଭାପତି ସୁଶ୍ରୀ ପାୟଲ ପ୍ରିୟଦର୍ଶିନୀ ପ୍ରଧାନ, ନୟାଗଡ଼ ବ୍ଲକ ସଂଯୋଜକ ଶ୍ରୀମାନ ଶୁଭମ ସାହୁ, ଜିଲ୍ଲା ଛାତ୍ରୀ ପ୍ରମୁଖ ଜ୍ୟୋତି ନାୟକ ଏବଂ ଅନ୍ୟାନ୍ୟ…
Read Moreଅଙ୍ଗଦାନ ପାଇଁ ଏସ୍ସିବିରେ ସ୍ୱୀକୃତିପତ୍ର ଦେଲେ ନୟାଗଡ଼ର ଆଦର୍ଶ ଦମ୍ପତି
ନୟାଗଡ଼, (ନୟାଗଡ଼ ଦର୍ପଣ): ସମାଜକୁ ଏକ ମହତ୍ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନୟାଗଡ଼ର ଜଣେ ଆଦର୍ଶ ଦମ୍ପତି। ମୃତ୍ୟୁ ପରେ ମଧ୍ୟ ନିଜ ଅଙ୍ଗ ଅନ୍ୟ ଜଣଙ୍କ ଜୀବନରେ ନୂଆ ଆଶା ଓ ଆଲୋକ ଆଣିପାରିବ—ଏହି ମହତ୍ ଚିନ୍ତାରେ ଅନୁପ୍ରାଣିତ ହୋଇ ପତି-ପତ୍ନୀ ଉଭୟେ ଅଙ୍ଗଦାନ ପାଇଁ ନିଜ ନିଜର ସ୍ୱୀକୃତିନାମା ଦାଖଲ କରିଛନ୍ତି। ନୟାଗଡ଼ ପିଟିଏସ୍ ରୋଡ୍ ଅଞ୍ଚଳର ବାସିନ୍ଦା, ସମସ୍ତଙ୍କର ପ୍ରିୟ କବି, ଗାଳ୍ପିକ ଓ ଗୀତିକାର ହରିଶ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ପ୍ରମିଳା ପ୍ରଧାନ କଟକ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି। ଏହି ମହତ୍ ପଦକ୍ଷେପକୁ ନେଇ ନୟାଗଡ଼ରେ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।ଅଙ୍ଗଦାନ ଭଳି ମହତ୍ ଦାନରେ ଗଭୀର ଭାବେ ଅନୁପ୍ରାଣିତ ହୋଇ ଏହି…
Read Moreବିରୁଡ଼ାରେ ସାଇ ହେଲଥ କେୟାର ଏବଂ ସାଇ ସିଦ୍ଧି ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ସାଇ ହେଲଥ କେୟାର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ପରାମର୍ଶ ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରର ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ବିରୁଡ଼ା ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମାଜସେବୀ ଭାଗିରଥୀ ବାଇ, ପ୍ରତିଷ୍ଠାତା ଶାଇସୁଭମ, ଆଶିଷ, ଅଶୁ, ସଙ୍କେତ, ବିକି, ବିଶ୍ୱ, ସମାଜସେବୀ ସୁରେଶ କୁମାର ସାହୁ, ସମାଜସେବୀ ବବୁଲୁ ଦାସ, ସରୋଜ ବିଶ୍ୱାଳ ଏବଂ ଯୁବ ସମାଜସେବୀ ମିତ୍ରବନ୍ଧୁ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଫିଜିଓଥେରାପି ଡାକ୍ତର ଗୌତମ ବେନିଆ…
Read More