ଚାନ୍ଦପୁର ମଣ୍ଡଳରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ, ସାମିଲ ହେଲେ ବାଚସ୍ପତି ସୁରମା ପାଢ଼ୀ ଚାନ୍ଦପୁର, (ନୟାଗଡ଼ ଦର୍ପଣ): ଦେଶପ୍ରେମ, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାର ବାର୍ତ୍ତା ନେଇ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅବସରରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଉଥିବା ବେଳେ ଏହି କ୍ରମରେ ଚାନ୍ଦପୁରରେ ମଧ୍ୟ ଏହି ଭବ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଚାନ୍ଦପୁରସ୍ଥିତ ମୋହନ ମହିଳା ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରା ବାହାରିଥିଲା। ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ରାୟ ୧୨୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାରେ…

Read More

ହାଲଦ୍ୱାନି ଘଟଣାକୁ ନେଇ ନୟାଗଡ଼ରେ କଂଗ୍ରେସର ସତ୍ୟାଗ୍ରହ

ନୟାଗଡ଼, (ନୟାଗଡ଼ ଦର୍ପଣ): ହାଲଦ୍ୱାନି ଘଟଣାରେ ଜାତିଭେଦ, ଅସ୍ପୃଶ୍ୟତା ଓ ବିଭେଦମୂଳକ ରାଜନୀତିର ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ଏଆଇସିସିର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ବାପୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏହି ସତ୍ୟାଗ୍ରହ ଆୟୋଜନ କରାଯାଇଥିବା ବେଳେ ନୟାଗଡ଼ରେ ମଧ୍ୟ ଏହା ପାଳିତ ହୋଇଛି। ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଶାନ୍ତିସ୍ଥଳରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଅହିଂସା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉତ୍ତରାଖଣ୍ଡର ହାଲଦ୍ୱାନିରେ କଂଗ୍ରେସ ସଭାପତି ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସଭା ସମାପ୍ତ ହେବା ପରେ ସଭାସ୍ଥଳକୁ ଗଙ୍ଗାଜଳ ଛିଞ୍ଚି ‘ଶୁଦ୍ଧିକରଣ’ କରାଯାଇଥିଲା।…

Read More

ଶିକ୍ଷାର ବିକାଶ ପାଇଁ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ,ନୂଆଗାଁ ରେ  ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପାର, ସି ଟି ଏସ୍, ଉଲ୍ଲାସ,ଏମ ଡି ଏମ ଆଦି ଉପରେ ବିସ୍ତୃତ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଆଲୋଚନା କରିଥିଲେ। ଅପାର ଆଇଡ୍ ରେ ଶତ ପ୍ରତିଶତ ସଫଳ ଅର୍ଜନ କରିଥିବା ପ୍ରଧାନଶିକ୍ଷକ ଗତିକୃଷ୍ଣ ପ୍ରଧାନ, ସୂର୍ଯ୍ୟମଣି ପଣ୍ଡା, ପୂର୍ଣ୍ଣଚନ୍ଦ୍ର  ମଲ୍ଲିକ,ଦିଲ୍ଲୀପ କୁମାର ମଲ୍ଲିକ,ସୁଧୀର କୁମାର ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ।ଏହି ବୈଠକ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ…

Read More

ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା – GenZଙ୍କ ପ୍ରଥମ ପସନ୍ଦ ସାଜିଛି ବିଦ୍ୟାର୍ଥୀ ପରିଷଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ନୟାଗଡ଼ ଜିଲ୍ଲା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଛି। ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ପୂର୍ବ କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ବଇଲୋଚନ ସାହୁ, ପୁରୀ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ଅରିଜିତ ପଟ୍ଟନାୟକ, ପୁରୀ ବିଭାଗ ସଂଯୋଜକ ଶ୍ରୀମାନ ସୌମ୍ୟରଞ୍ଜନ ସାହୁ, ନୟାଗଡ଼ ଜିଲ୍ଲା ସଂଯୋଜକ ଶ୍ରୀମାନ ମଙ୍ଗୁଳିଆ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ସମ୍ବିତ ପ୍ରସାଦ ଶତପଥୀ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ସଭାପତି ସୁଶ୍ରୀ ପାୟଲ ପ୍ରିୟଦର୍ଶିନୀ ପ୍ରଧାନ, ନୟାଗଡ଼ ବ୍ଲକ ସଂଯୋଜକ ଶ୍ରୀମାନ ଶୁଭମ ସାହୁ, ଜିଲ୍ଲା ଛାତ୍ରୀ ପ୍ରମୁଖ ଜ୍ୟୋତି ନାୟକ ଏବଂ ଅନ୍ୟାନ୍ୟ…

Read More

ଅଙ୍ଗଦାନ ପାଇଁ ଏସ୍‌ସିବିରେ ସ୍ୱୀକୃତିପତ୍ର ଦେଲେ ନୟାଗଡ଼ର ଆଦର୍ଶ ଦମ୍ପତି

ନୟାଗଡ଼, (ନୟାଗଡ଼ ଦର୍ପଣ): ସମାଜକୁ ଏକ ମହତ୍‌ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନୟାଗଡ଼ର ଜଣେ ଆଦର୍ଶ ଦମ୍ପତି। ମୃତ୍ୟୁ ପରେ ମଧ୍ୟ ନିଜ ଅଙ୍ଗ ଅନ୍ୟ ଜଣଙ୍କ ଜୀବନରେ ନୂଆ ଆଶା ଓ ଆଲୋକ ଆଣିପାରିବ—ଏହି ମହତ୍‌ ଚିନ୍ତାରେ ଅନୁପ୍ରାଣିତ ହୋଇ ପତି-ପତ୍ନୀ ଉଭୟେ ଅଙ୍ଗଦାନ ପାଇଁ ନିଜ ନିଜର ସ୍ୱୀକୃତିନାମା ଦାଖଲ କରିଛନ୍ତି। ନୟାଗଡ଼ ପିଟିଏସ୍‌ ରୋଡ୍‌ ଅଞ୍ଚଳର ବାସିନ୍ଦା, ସମସ୍ତଙ୍କର ପ୍ରିୟ କବି, ଗାଳ୍ପିକ ଓ ଗୀତିକାର ହରିଶ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ପ୍ରମିଳା ପ୍ରଧାନ କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିଛନ୍ତି। ଏହି ମହତ୍‌ ପଦକ୍ଷେପକୁ ନେଇ ନୟାଗଡ଼ରେ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।ଅଙ୍ଗଦାନ ଭଳି ମହତ୍‌ ଦାନରେ ଗଭୀର ଭାବେ ଅନୁପ୍ରାଣିତ ହୋଇ ଏହି…

Read More

ବିରୁଡ଼ାରେ ସାଇ ହେଲଥ କେୟାର ଏବଂ ସାଇ ସିଦ୍ଧି ଫାଉଣ୍ଡେସନ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ସାଇ ହେଲଥ କେୟାର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ପରାମର୍ଶ ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରର ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ବିରୁଡ଼ା ସରପଞ୍ଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମାଜସେବୀ ଭାଗିରଥୀ ବାଇ, ପ୍ରତିଷ୍ଠାତା ଶାଇସୁଭମ, ଆଶିଷ, ଅଶୁ, ସଙ୍କେତ, ବିକି, ବିଶ୍ୱ, ସମାଜସେବୀ ସୁରେଶ କୁମାର ସାହୁ, ସମାଜସେବୀ ବବୁଲୁ ଦାସ, ସରୋଜ ବିଶ୍ୱାଳ ଏବଂ ଯୁବ ସମାଜସେବୀ ମିତ୍ରବନ୍ଧୁ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଫିଜିଓଥେରାପି ଡାକ୍ତର ଗୌତମ ବେନିଆ…

Read More

ଗୋପାଳପୁର ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା ଅନଷ୍ଠିତ ହୋଇଯାଇଅଛି

ରଣପୁର, (ନୟାଗଡ଼ ଦର୍ପଣ): ସ୍ୱାଧୀନ ଚିନ୍ତାଧାରା, ଦେଶପ୍ରେମ, ଜାତିପ୍ରେମକୁ ଉଦବୋଧ କରିବା ପାଇଁ ଅଗଷ୍ଟ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଉଅଛି । ଏହି ଅବସରରେ ଗୋପାଳପୁର ମଣ୍ଡଳ ବିଜେପି ତରଫରୁ ଅପରାହ୍ନ ସାଢ଼େ ୩ ଟା ସମୟରେ ମଝିଆଖଣ୍ଡ ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।ଏହି ଶୋଭାଯାତ୍ରାରେ ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ସାମିଲ୍ ହୋଇଥିଲେ । ଏହି ଶୋଭାଯାତ୍ରା କମଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଦେଶାତ୍ମବୋଧକ ନାରା ଦେଇ ମଝିଆଖଣ୍ଡ ବଜାର ପରିକ୍ରମା କରି ଅଗାଧୁ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାରେ ବିଜେପି ଜିଲ୍ଲା ଉପ ସଭାପତି ପରେଶ ମିଶ୍ର,ଜିଲ୍ଲା ଉପସଭାପତି ନିର୍ମଳ କୁମାର ମତଗଜସିଂହ ,…

Read More

ନୟାଗଡ଼ ଜିଲ୍ଲାର ପ୍ରଥମ ଆଇଏଫଏସ ଅଧିକାରୀ ତଥା ଅବସରପ୍ରାପ୍ତ ପିସିସିଏଫ୍ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ପରଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରଥମ ଭାରତୀୟ ବନ ସେବା  ଅଧିକାରୀ ତଥା ରାଜ୍ୟର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ  ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଆଜି ବାଙ୍ଗାଲୋରଠାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ତାଙ୍କର ଏହି ଦେହାବସାନରେ ଜିଲ୍ଲା ତଥା ବନ ବିଭାଗରେ ଶୋକର ଛାୟା ଖେଳିଯାଇଛି।ନୟାଗଡ଼ ଜିଲ୍ଲାର ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମରେ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ମିଶ୍ର। ସେ ୧୯୬୮ ମସିହାରେ ଭାରତୀୟ ବନ ସେବାରେ ଯୋଗଦାନ କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ, ମେଧାବୀ ଏବଂ ଦକ୍ଷ ପ୍ରଶାସକ ଭାବେ ସେ ଓଡ଼ିଶା ସରକାରଙ୍କ ଦ୍ୱାରା ବହୁବାର ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ। ଦୀର୍ଘ ବର୍ଷର ନିଷ୍ଠାପର ସେବା ପରେ ସେ ୨୦୦୨ ମସିହାରେ ରାଜ୍ୟ ସରକାରଙ୍କ ‘ପ୍ରିନ୍ସିପାଲ୍ ଚିଫ୍ କନ୍‌ଜର୍ଭେଟର୍ ଅଫ୍ ଫରେଷ୍ଟସ୍’  ଭାବେ…

Read More

ନୟାଗଡ଼ରେ ଶ୍ରମିକ-କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସର୍ବଭାରତୀୟ ଆହ୍ୱାନ କ୍ରମେ ଟ୍ରେଡ୍ ୟୁନିଅନ ଓ କିଷାନ ମୋର୍ଚ୍ଚାର ମିଳିତ ମଞ୍ଚ ପକ୍ଷରୁ ସୋମବାର ନୟାଗଡ଼ରେ ଜେଲଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଶ୍ରମିକ ଓ କୃଷକଙ୍କ ବିଭିନ୍ନ ଦାବି ନେଇ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଆଇନ ଅମାନ୍ୟ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗିରଫ ହୋଇଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋଡ୍ ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୪୨ ହଜାର ଟଙ୍କାକୁ ବୃଦ୍ଧି, ଆଶା ଓ ପାଚିକାଙ୍କ ଭଳି ସ୍କିମ୍ ଶ୍ରମିକଙ୍କୁ ସରକାରୀ ମାନ୍ୟତା ସହ ପେନସନ୍ ସୁବିଧା ପ୍ରଦାନ, ସ୍ୱାମୀନାଥନ କମିସନଙ୍କ ସୁପାରିଶ ଅନୁଯାୟୀ ଫସଲର ଲାଭଜନକ ମୂଲ୍ୟ ପ୍ରଦାନ, କୃଷିଋଣ ଛାଡ଼, ଧାନମଣ୍ଡିରେ ସମସ୍ତ ଚାଷୀଙ୍କ ଧାନ ବିକ୍ରି ପ୍ରକ୍ରିୟା ସରଳୀକରଣ ଏବଂ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ଼ ଆଦି ଦାବି…

Read More

ବିଜେପିର ନୂତନ ପାର୍ଟି ଅଫିସ ନିମନ୍ତେ ନୟାଗଡ଼ରେ ପହଞ୍ଚିଲା ଅଯୋଧ୍ୟାର ପବିତ୍ର ମାଟି କଳସ

‘ଜୟ ଶ୍ରୀରାମ’ ଓ ‘ଜୟ ଜଗନ୍ନାଥ’ ଧ୍ୱନିରେ ମୁଖରିତ ହେଲା ସହର ନୟାଗଡ଼,(ନୟାଗଡ଼ ଦର୍ପଣ): ଅଯୋଧ୍ୟା ଧାମର ପବିତ୍ର ମାଟି କଳସ ନୟାଗଡ଼ରେ ପହଞ୍ଚିବା ପରେ ରବିବାର ସହରରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ନୟାଗଡ଼ ସଦର ପୋଲିସ ଷ୍ଟେସନ ରୋଡ୍‌ରେ ନିର୍ମାଣ ହେବାକୁ ଥିବା ଭାରତୀୟ ଜନତା ପାର୍ଟିର ନୂତନ ପାର୍ଟି କାର୍ଯ୍ୟାଳୟର ଶୁଭାରମ୍ଭ ନିମନ୍ତେ ଅଯୋଧ୍ୟାରୁ ଏହି ପବିତ୍ର ମାଟି କଳସ ଅଣାଯାଇଥିବା ଜଣାପଡ଼ିଛି। ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ମାଟି କଳସକୁ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାର ସହ ସ୍ୱାଗତ କରାଯାଇଥିଲା। ଏହାପରେ ମନ୍ଦିରଠାରୁ ପୁରୁଣା ରାଜବାଟୀସ୍ଥିତ ଭାଜପା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଭାଜପାର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏହି କାର୍ଯ୍ୟକ୍ରମରେ…

Read More