ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ବିରୁଡ଼ା ଗ୍ରାମପଞ୍ଚାୟତର ବିଜୟ କୁମାର ସ୍ୱାଇଁଙ୍କ ପୁଅ ଜୀବନ ଜ୍ୟୋତି ସ୍ୱାଇଁ ଚଳିତ ବର୍ଷର ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEETରେ ୬୨୧ ନମ୍ବର ରଖି କୃତକାର୍ଯ୍ୟ ହୋଇ ସମଗ୍ର ବିରୁଡ଼ା ଗ୍ରାମପଞ୍ଚାୟତ ତଥା ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। NEET ଭଳି ଦେଶର ଅନ୍ୟତମ କଠିନ ଓ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ଏଭଳି ସଫଳତା ହାସଲ କରିବା ତାଙ୍କର ଅକ୍ଳାନ୍ତ ପରିଶ୍ରମ, ଦୃଢ଼ ନିଷ୍ଠା, ଅଧ୍ୟବସାୟ ଏବଂ ପରିବାରର ସୁଚିନ୍ତିତ ମାର୍ଗଦର୍ଶନର ଉଜ୍ଜ୍ୱଳ ପ୍ରତିଫଳନ। ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ସମଗ୍ର ବିରୁଡ଼ା ଗ୍ରାମପଞ୍ଚାୟତ ପାଇଁ ଏକ ଗର୍ବର ବିଷୟ। ଜୀବନ ଜ୍ୟୋତି ସ୍ୱାଇଁଙ୍କ ଏହି କୃତିତ୍ୱ ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି…
Read MoreMonth: July 2026
ନୟାଗଡ଼ର ଜିଲ୍ଲା ମାଟ୍ରିକ ଟପ୍ପରଙ୍କ ଆଇଆଇଟି ସ୍ୱପ୍ନ ହେବ ପୂରଣ, ସହଯୋଗର ହାତ ବଢ଼େଇଲେ ଯଶୋଦା ମା ଫାଉଣ୍ଡେସନ
ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ୨୦୨୬ ମସିହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୫୭୨ ନମ୍ବର ରଖି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାସପୁରର ଛାତ୍ର ସରୋଜ କୁମାର ଜେନା ଜିଲ୍ଲା ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବାପ ଛେଉଣ୍ଡ ହୋଇଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିକୁ ଜୟ କରି ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସରୋଜଙ୍କ ଉଚ୍ଚଶିକ୍ଷା ପାଇଁ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କା ସହଯୋଗର ହାତ ବଢ଼ାଇଛନ୍ତି। ଏହାର ଫଳସ୍ୱରୂପ ସେ ଭୁବନେଶ୍ୱରର ଶିଶୁପାଳଗଡ଼ସ୍ଥିତ ନବଜ୍ୟୋତି ଗ୍ରୁପ ଅଫ୍ ଇନଷ୍ଟିଟ୍ୟୁସନରେ ନାମ ଲେଖାଇଛନ୍ତି। ସଂସ୍ଥାର ଚେୟାରମ୍ୟାନ ଶାନ୍ତନୁ କୁମାର ମହାପାତ୍ର ମଧ୍ୟ ସରୋଜଙ୍କ ଶିକ୍ଷା ଯାତ୍ରାରେ ସମ୍ଭବପର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭବିଷ୍ୟତରେ ଜଣେ ଆଇଆଇଟି ଇଞ୍ଜିନିୟର ହେବା ସରୋଜଙ୍କ ଲକ୍ଷ୍ୟ। ନିଜର କଠିନ…
Read Moreରାମ ମନ୍ଦିର ଟ୍ରଷ୍ଟରେ ଦାନ ଅର୍ଥର ଦୁର୍ବ୍ୟବହାର ଅଭିଯୋଗ: ସ୍ୱାଧୀନ ନ୍ୟାୟିକ ତଦନ୍ତ ଦାବି କଲା ନୟାଗଡ଼ ଡିସିସି
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଦାନ ଓ ଭେଟି ଅର୍ଥର କଥିତ ଦୁର୍ବ୍ୟବହାର ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ଖବର, ଟ୍ରଷ୍ଟର କେତେକ ଶୀର୍ଷ କର୍ମକର୍ତ୍ତାଙ୍କ ଇସ୍ତଫା ଏବଂ ଚାଲୁଥିବା ତଦନ୍ତକୁ ନେଇ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଭୀର ଚିନ୍ତା ପ୍ରକାଶ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି ଯେ, ଭଗବାନ ଶ୍ରୀରାମ କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ନୈତିକ ଚେତନାର ପ୍ରତୀକ। ତାଙ୍କ ନାମରେ ସଂଗୃହୀତ ଦାନ ଓ ଭେଟିକୁ ନେଇ ଉଠିଥିବା ପ୍ରଶ୍ନର ସ୍ୱଚ୍ଛ, ନିରପେକ୍ଷ ଏବଂ ବିଶ୍ୱସନୀୟ ତଦନ୍ତ କରାଯିବା ଆବଶ୍ୟକ। ଦେଶର ପ୍ରତ୍ୟେକ ନାଗରିକଙ୍କର ଏହି ଘଟଣାର ସତ୍ୟାସତ୍ୟ ଜାଣିବାର ଅଧିକାର ରହିଛି ବୋଲି ସେ କହିଛନ୍ତି। ଡିସିସି…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ରଥପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରଥ ନିର୍ମାଣ ପାଇଁ ବ୍ଯବହୃତ ହେଉଥିବା ଫାସି, ଅସନ, ଧଉରା ଗଛର ଅଭାବକୁ ନେଇ ସୃଷ୍ଟି ହେଉଥିବା ବିଭିନ୍ନ ବାଦବିବାଦରୁ ଦୂରେଇ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନେ ନିଜ ନିଜ ଜମିବାଡିରେ ଫାସି ଗଛ ଲଗାଇ ତାକୁ ଯତ୍ନ ସହକାରେ ବଡକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ସମର୍ପଣ କରିବାକୁ ସଂକଳ୍ପ ନେଇଛନ୍ତି। ଏହି ଫାସି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ, ସମ୍ମାନିତ…
Read Moreନୟାଗଡ଼ ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସମୁଖରେ ଶ୍ରମିକଙ୍କ ଧାରଣା ଏବଂ ଅନଶନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ କମିଟି ” ର ନେତୃବୃନ୍ଦ ଏବଂ ନିର୍ମାଣ ଶ୍ରମିକ ତଥା ଅଣସଂଗଠିତ ଶ୍ରମିକଙ୍କ ଆହ୍ୱାନରେ ଆଜି ପୂର୍ବାହ୍ନ ୧୧ ଟାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ଅନଶନ ଆରମ୍ଭ କରାଯାଇଛି। ନୟାଗଡ଼ ଶ୍ରମ କାର୍ଯ୍ୟାଳୟରେ ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁ ଦୀର୍ଘ ୧୦ ବର୍ଷରୁ ଉର୍ଧ୍ଵ ସମୟ ଗାଦି ମଡ଼ା ଭାବେ ରହି ନୟାଗଡର ଆଦିବାସୀ, ହରିଜନ ଶ୍ରମିକଙ୍କୁ ବହୁ ହଇରାଣ କରିବା ସହିତ ଅଫିସରେ ରାଜନୀତି କରିବା, ବିଭିନ୍ନ ନିର୍ବାଚନ ସମୟରେ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ଦେବାପାଇଁ ଶ୍ରମିକଙ୍କ ଉପରେ ଚାପ ପ୍ରୟୋଗ କରିବା, ଅଫିସର ଅନ୍ୟ ଅଧିକାରୀମାନଙ୍କୁ ଶ୍ରମିକ ବିରୋଧୀ କାର୍ଯ୍ୟ କରିବାପାଇଁ ଉସକାଇବା ଆଦି କାର୍ଯ୍ୟ କରିଆସୁଛନ୍ତି ବୋଲି କମିଟି ତଥା ଶହେରୁ ଉର୍ଧ୍ଵ ଶ୍ରମିକ…
Read Moreଶ୍ରୀରାମକୃଷ୍ଣ ଶିକ୍ଷାକେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକ ପାଳନ
ଗୋପବନ୍ଧୁ ସତ୍ଯ ଓ ସେବାର ପୂଜାରୀ – ଜିଲ୍ଲାପାଳ ମଧୁମିତା ରଥ ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଂଜନ ପାଣ୍ଡେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଯୋଗଦେଇ ଥିଲେ। ନୟାଗଡ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ସର୍ବପ୍ରଥମେ ସକାଳ ୮ଟା ସମୟରେ ତିଳ…
Read Moreକେନ୍ଦୁଢିପିରେ ବିଜେପିର ବିରାଟ ଶକ୍ତି ପ୍ରଦର୍ଶନ, ରାଣୀ ମାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରି ୫୦୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ବିଜେପିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁଢିପି ଗ୍ରାମ ପଞ୍ଚାୟତରେ ସୋମବାର ଅପରାହ୍ନ ୫ଟାରେ ଅନୁଷ୍ଠିତ “ବିରାଟ ମିଶ୍ରଣ ପର୍ବ” ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଢିପି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୫୦୦ରୁ ଊର୍ଦ୍ଧ୍ୱ ବିଜୁ ଜନତା ଦଳର କର୍ମୀ, ପଦାଧିକାରୀ, ୱାର୍ଡ ସଦସ୍ୟ ଓ ସମର୍ଥକ ବିଜେଡି ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ। ଯୋଗଦାନକାରୀମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଓଡ଼ିଶା ସରକାରଙ୍କ ଜନକଲ୍ୟାଣମୂଳକ ପଦକ୍ଷେପ ଏବଂ ନୟାଗଡ଼ର ବରିଷ୍ଠ ବିଜେପି ନେତ୍ରୀ, ରାଷ୍ଟ୍ରୀୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେପିରେ ସାମିଲ ହୋଇଛନ୍ତି…
Read Moreଜଗତସିଂହପୁର ଜିଲ୍ଲାରେ ନୟାଗଡ ଜିଲ୍ଲାର ‘ପରମ୍ପରା’ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ସଙ୍ଗଠନ “ପରମ୍ପରା’ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟାଙ୍କର ପାରାଦୀପ ବନ୍ଦର ପରିଭ୍ରମଣ ଅବସରରେ ପାରାଦୀପଗଡ଼ର ସାହିତ୍ୟ ଅନୁଷ୍ଠାନ “ଟିକିଟିକି ତାରା’ ସୌଜନ୍ୟରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରସିଦ୍ଧ ମାଳିକା କ୍ଷେତ୍ର ଉଦୟବଟ ଧାମ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ, ମୁଖ୍ୟବକ୍ତା ଭାବରେ ପରମ୍ପରାର ସଭାପତି ଡ. ସୁକାନ୍ତି ମହାନ୍ତି, ସମ୍ମାନିତ ଅତିଥିଭାବେ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ, ବରିଷ୍ଠ ସାମ୍ବାଦିକ ଚିତ୍ତ ସ୍ଵାଇଁ, ଉଦୟବଟ ଧାମ ପରିଚାଳନା ଟ୍ରଷ୍ଟ ସଭାପତି ମିହିର ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଟିକିଟିକି ତାରା ସଭାପତି ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ଵାଗତ ଭାଷଣ ଦେଇଥିଲେ ସମ୍ପାଦିକା ମିନର୍ଭା ସ୍ଵାଇଁ। ଏହି ଅବସରରେ ଆୟୋଜିତ କବିତା…
Read Moreଦେବୋତ୍ତର ମ୍ୟାନେଜର କ୍ୱାର୍ଟର ଜବରଦଖଲ, ବିଜେଡି ନେତା କରୁଛନ୍ତି ଡିଲର ବେପାର : କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖେ ନୟାଗଡ଼ ଦେବୋତ୍ତର ମ୍ୟାନେଜର କ୍ୱାର୍ଟର କୁ ବିଜେଡି ନେତା ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ବର୍ଷବର୍ଷ ଧରି ଜବରଦଖଲ କରି ମୁନିସିପାଲିଟି ଡିଲର ବ୍ୟବସାୟ ଚଲାଇଛନ୍ତି। ସ୍ଥାନୀୟ ବିଧାୟକଙ୍କ ସୁପାରିଶ କ୍ରମେ ପୂର୍ବତନ କାଉନସିଲରଙ୍କ ପ୍ରତି ଦେବୋତ୍ତର ପ୍ରଶାସକ ଅହେତୁକ ଅନୁକମ୍ପା ଦେଖାଇ ଏହି ସରକାରୀ କ୍ୱାର୍ଟର ଟେକି ଦେଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ। ଦେବୋତ୍ତର ମ୍ୟାନେଜର ଯଦି ତାଙ୍କ ନିଜ ବାସଭବନରେ ରହୁଛନ୍ତି ତେବେ ଏହି କ୍ୱାର୍ଟର ଷ୍ଟାଫମାନଙ୍କୁ ଦିଆନଯାଇ ବିଧାୟକଙ୍କ ଖାସ ପୂର୍ବତନ କାଉନସିଲରଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ଚଳାଇବା ପାଇଁ ବେଆଇନ ଅନୁମତି କାହିଁକି ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। ବର୍ଷବର୍ଷ ଧରି ଏହି କ୍ୱାର୍ଟରରେ ଡିଲର ବ୍ୟବସାୟ ଚାଲୁଥିଲେ ମଧ୍ୟ ଦେବୋତ୍ତର କାର୍ଯ୍ୟନିର୍ବାହୀ…
Read Moreଭାପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୧୧୬ଟି ଅଭିଯୋଗ ଗ୍ରହଣ, ୫୦ଟିର ତୁରନ୍ତ ସମାଧାନ
ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ମୁଖ୍ୟାଳୟ ଠାରେ ସୋମବାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ସମାଧାନ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲପାଳ ଏବଂ ଏସପିଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୧୬ଟି ଆବେଦନ ଗ୍ରହଣ କରାଯାଇଥିଲା। ମୋଟ ଅଭିଯୋଗ ମଧ୍ୟରୁ ୮୮ଟି ବ୍ୟକ୍ତିଗତ ଅଭିଯୋଗ, ୪ଟି ଗ୍ରାମ୍ୟ ସମସ୍ୟା, ସମ୍ବନ୍ଧୀୟ ଏବଂ ୨୪ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF) ସହାୟତା ପାଇଁ ଆବେଦନ ରହିଥିଲା। ଶୁଣାଣି ସମୟରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ବିଭିନ୍ନ ଅଭିଯୋଗର ତଦନ୍ତ କରି ୫୦ଟି ମାମଲାର ତୁରନ୍ତ ସମାଧାନ କରିଥିଲେ। ଅବଶିଷ୍ଟ ଆବେଦନଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପଠାଯାଇ ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପିଜି ସେଲ୍ ମାଧ୍ୟମରେ ସାଧାରଣ ଲୋକମାନେ ସିଧାସଳଖ ପ୍ରଶାସନ…
Read More