ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜାନୁୟାରୀ ୩୦ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଦଶପଲ୍ଲା ବ୍ଲକ ମଧଖଣ୍ଡର ପୂଜ୍ୟପୂଜା ସମିତି ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ସେଦିନ ମଧ୍ୟଖଣ୍ଡରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ଗାନ୍ଧୀ ଶୋଭାଯାତ୍ରା ସାରା ଗ୍ରାମ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ସ୍କୁଲ ଛାତ୍ରମାନେ ଖଦଡ଼ ପରିଧାନ କରି ଗାନ୍ଧୀ ବେଶରେ ସଜାଇ ହୋଇ ଚଷମା ପିଁନ୍ଧି ହାତରେ ବାଡିଧରି ଚାଲିବା ସହ ପୂଜ୍ୟପୂଜା ସମିତିର ସଭ୍ୟ ଓ ଗ୍ରାମବାସୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରି ଗ୍ରାମ ପରିକ୍ରମା କରି କଲ୍ୟାଣ ମଣ୍ଡପ ଠାରେ ସମବେତ ହୋଇଥିଲେ। ସନ୍ଧ୍ୟାରେ କଲ୍ୟାଣ ମଣ୍ଡପ ସଭଗୃହରେ ପୂଜ୍ୟପୂଜା ସମିତିର ସଭାପତି ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଲୋଚନା ଓ…
Read MoreDay: January 31, 2026
ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମର୍ଦ୍ଦରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ,ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଶିକ୍ଷକ ଅଶୋକ କୁମାର ମଲ୍ଲ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ସେଠି, ସିଆରସିସି ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଶିକ୍ଷକ ମାନଙ୍କର ଅବସର ନଥାଏ, ଜଣେ ଶିକ୍ଷକ ବଞ୍ଚିଥିବା ପର୍ଯ୍ୟନ୍ତ ସବୁବେଳେ ଶିକ୍ଷକର ସମ୍ମାନ ପାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ସାହୁ ଜଣେ ଆଦର୍ଶ,…
Read Moreଭାରତୀୟ ହକି ସଙ୍ଘ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କଙ୍କ ଦ୍ୱାରା ସମ୍ମାନୀତ ହେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଶିକ୍ଷକ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ପାନ୍ତିଖାରି ଶାସନ ଗ୍ରାମ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଭାରତୀୟ ହକି ସଂଘର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କ, ଭାରତୀୟ ବେସ ବଲ ଫେଡେରେସନ ସଭାପତି ତଥା ବର୍ତ୍ତମାନ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ଙ୍କଦ୍ୱାରା ସମ୍ମାନୀତ। ଦୀର୍ଘ ପାଞ୍ଚଦିନ ଧରି ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ କ୍ଲବ କେ.ସି. କ୍ଲବର ଶତାବର୍ଷିକ ଉତ୍ସଵ ଉଦଯାପନୀ ସଂଧ୍ୟାଧିବେଶନରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ତିର୍କ ଓ ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି. ଅନ୍ୟ ତମ ସମ୍ମାନୀତ ଅତିଥିଭାବେ ଓଡିଶା କ୍ରିକେଟ ଆସୋସିଏସନର କୋଷାଧକ୍ଷ ବିକାଶ ପ୍ରଧାନ, କେ. ସି. କ୍ଲବ ସଭାପତି ଶ୍ରୀଯୁକ୍ତ ଭାଗିରଥି ଦାସ, କେ. ସି. କ୍ଲବ ସମ୍ପାଦକ…
Read Moreଲୋକ ନୋଡ଼ାଲ ବିଦ୍ୟାପୀଠରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷକତାରେ ବିଦାୟ ନ ଥାଏ। ପ୍ରବୃତ୍ତିଗତ ଶିକ୍ଷକତା ଏକ ଆଜୀବନ ସାଧନା। ସେଥିରେ ଅବସର ଗ୍ରହଣ ଏକ ସାଧାରଣ ପ୍ରକ୍ରିୟା। ହେଲେ ଅବସର କାଳିନ ବିଦାୟ ଉତ୍ସବର ଭାବମୟ ପରିବେଶ ବିଦାୟୀ ଶିକ୍ଷକଙ୍କର ଉକ୍ତ ଶିକ୍ଷାୟତନ ତଥା ତାହାର ବାହ୍ୟ ସାମାଜିକ ପରିବେଶରେ ଥିବା ପ୍ରଭାବର ଆକଳନ କରିବାର ଏକ ମାପଦଣ୍ଡ ପାଲଟି ଯାଏ ବୋଲି ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁରର ଲୋକ ନୋଡ଼ାଲ ବିଦ୍ୟାପୀଠର ଶିକ୍ଷକ କୃପାସିନ୍ଧୁ ମିଶ୍ରଙ୍କର ଅବସର ଜନିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜି ସ୍କୁଲ ପରିସର ମଧ୍ୟରେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବରାଡ଼ ବିଦାୟୀ ଶିକ୍ଷକଙ୍କର ଛାତ୍ରଛାତ୍ରୀଙ୍କ ପ୍ରତି ଥିବା…
Read Moreଉଦଯାପିତ ହେଲା କେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ-୨୦୨୬
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାର ସର୍ଵ ପୁରାତନ ସ୍ବନାମଧନ୍ୟ କେ.ସି କ୍ଲବର ପାଞ୍ଚଦିନ ବ୍ୟାପି ଚାଲିଥିବା ଶତ ବାର୍ଷିକ ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଯାପିତ ହୋଇଯାଇଛ। ଉଦଯାପନୀ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସାମାଜିକ ବିକାଶର ହୃତପିଣ୍ଡ ହେଉଛି କ୍ଲବ। ଏହି ଅବସରରେ କେ.ସି କ୍ଲବ୍ ଦୀର୍ଘ ଶହେ ବର୍ଷ ଧରି ନୟାଗଡ଼ର ବିକାଶକୁ ରୁଦ୍ଧିମନ୍ତ କରିବାରେ ଅଗ୍ରଣୀ ଭୂମିକା ନେଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଥିଲେ ଏପରିକି କ୍ଲବ୍ ଆଉ ସାମାଜିକ ବିକାଶ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିବା ଶହ କେ.ସି କ୍ଲବର୍ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଘୋଷଣା କରିଥିଲେ। ମୂଖ୍ୟବକ୍ତା ଭାବେ ଜିଲ୍ଲାପାଳ ମଧୁମିତା ରଥ କ୍ଲବର ଭାଇଚାରା ଅନ୍ୟମାନଙ୍କ…
Read More