ଉଦଯାପିତ ହେଲା କେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ-୨୦୨୬

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାର ସର୍ଵ ପୁରାତନ ସ୍ବନାମଧନ୍ୟ କେ.ସି କ୍ଲବର ପାଞ୍ଚଦିନ ବ୍ୟାପି ଚାଲିଥିବା ଶତ ବାର୍ଷିକ ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଯାପିତ ହୋଇଯାଇଛ। ଉଦଯାପନୀ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସାମାଜିକ ବିକାଶର ହୃତପିଣ୍ଡ ହେଉଛି କ୍ଲବ। ଏହି ଅବସରରେ କେ.ସି କ୍ଲବ୍ ଦୀର୍ଘ ଶହେ ବର୍ଷ ଧରି ନୟାଗଡ଼ର ବିକାଶକୁ ରୁଦ୍ଧିମନ୍ତ କରିବାରେ ଅଗ୍ରଣୀ ଭୂମିକା ନେଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଥିଲେ ଏପରିକି କ୍ଲବ୍ ଆଉ ସାମାଜିକ ବିକାଶ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିବା ଶହ କେ.ସି କ୍ଲବର୍ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଘୋଷଣା କରିଥିଲେ।

ମୂଖ୍ୟବକ୍ତା ଭାବେ ଜିଲ୍ଲାପାଳ ମଧୁମିତା ରଥ କ୍ଲବର ଭାଇଚାରା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିବା ସହ କେ.ସି କ୍ଲବର୍ ସାମଗ୍ରିକ ବିକାଶକୁ ସ୍ଵତନ୍ତ୍ର ନଜର ଦିଆଯିବ ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶତବାର୍ଷିକ କାର୍ଯ୍ୟକ୍ରମରେ ଭାଗିରଥି ଦାସ ସଭାପତିତ୍ବ କରିଥିବାବେଳେ ସଂପାଦକ ସଂଗ୍ରାମ କେଶରୀ ଗୁମାନ ସିଂ ସମ୍ପାଦକୀୟ ବକ୍ତବ୍ୟ ରଖିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଅଭିଳାଷ ପଣ୍ଡା, ବିଶିଷ୍ଟ ଅତିଥି ଭାବେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। କ୍ଲବର ଉପସଭାତି ଭବାନୀ ଶଙ୍କର ଦାସ, ଯୁଗ୍ମ ସଂପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କୋଷାଧ୍ୟକ୍ଷ ଶାରଦା ପ୍ରାସାଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଭିନ୍ନ କ୍ଷେତ୍ରର କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ଉପସଭାପତି ଭବାନୀ ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Related posts