ମଧ୍ୟଖଣ୍ଡରେ ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜାନୁୟାରୀ ୩୦ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଦଶପଲ୍ଲା ବ୍ଲକ ମଧଖଣ୍ଡର ପୂଜ୍ୟପୂଜା ସମିତି ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ସେଦିନ ମଧ୍ୟଖଣ୍ଡରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ଗାନ୍ଧୀ ଶୋଭାଯାତ୍ରା ସାରା ଗ୍ରାମ ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ସ୍କୁଲ ଛାତ୍ରମାନେ ଖଦଡ଼ ପରିଧାନ କରି ଗାନ୍ଧୀ ବେଶରେ ସଜାଇ ହୋଇ ଚଷମା ପିଁନ୍ଧି ହାତରେ ବାଡିଧରି ଚାଲିବା ସହ ପୂଜ୍ୟପୂଜା ସମିତିର ସଭ୍ୟ ଓ ଗ୍ରାମବାସୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରି  ଗ୍ରାମ ପରିକ୍ରମା କରି କଲ୍ୟାଣ ମଣ୍ଡପ ଠାରେ ସମବେତ ହୋଇଥିଲେ। ସନ୍ଧ୍ୟାରେ କଲ୍ୟାଣ ମଣ୍ଡପ ସଭଗୃହରେ ପୂଜ୍ୟପୂଜା ସମିତିର ସଭାପତି ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ  ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଆଲୋଚନା ଓ…

Read More

ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମର୍ଦ୍ଦରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ,ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଶିକ୍ଷକ ଅଶୋକ କୁମାର ମଲ୍ଲ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ସେଠି, ସିଆରସିସି ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଶିକ୍ଷକ ମାନଙ୍କର ଅବସର ନଥାଏ, ଜଣେ ଶିକ୍ଷକ ବଞ୍ଚିଥିବା ପର୍ଯ୍ୟନ୍ତ ସବୁବେଳେ ଶିକ୍ଷକର ସମ୍ମାନ ପାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ସାହୁ ଜଣେ ଆଦର୍ଶ,…

Read More

ଭାରତୀୟ ହକି ସଙ୍ଘ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କଙ୍କ ଦ୍ୱାରା ସମ୍ମାନୀତ ହେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଶିକ୍ଷକ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ପାନ୍ତିଖାରି ଶାସନ ଗ୍ରାମ ତଥା  ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଭାରତୀୟ ହକି ସଂଘର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କ, ଭାରତୀୟ ବେସ ବଲ ଫେଡେରେସନ ସଭାପତି ତଥା ବର୍ତ୍ତମାନ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ଙ୍କଦ୍ୱାରା  ସମ୍ମାନୀତ।   ଦୀର୍ଘ ପାଞ୍ଚଦିନ ଧରି ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ କ୍ଲବ କେ.ସି. କ୍ଲବର ଶତାବର୍ଷିକ ଉତ୍ସଵ ଉଦଯାପନୀ ସଂଧ୍ୟାଧିବେଶନରେ ମୁଖ୍ୟ ଅତିଥିଭାବେ  ଯୋଗଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ତିର୍କ ଓ ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି. ଅନ୍ୟ ତମ ସମ୍ମାନୀତ ଅତିଥିଭାବେ ଓଡିଶା କ୍ରିକେଟ ଆସୋସିଏସନର କୋଷାଧକ୍ଷ ବିକାଶ ପ୍ରଧାନ, କେ. ସି. କ୍ଲବ ସଭାପତି ଶ୍ରୀଯୁକ୍ତ ଭାଗିରଥି ଦାସ, କେ. ସି. କ୍ଲବ ସମ୍ପାଦକ…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷକତାରେ ବିଦାୟ ନ ଥାଏ। ପ୍ରବୃତ୍ତିଗତ ଶିକ୍ଷକତା ଏକ ଆଜୀବନ ସାଧନା। ସେଥିରେ ଅବସର ଗ୍ରହଣ ଏକ ସାଧାରଣ ପ୍ରକ୍ରିୟା। ହେଲେ ଅବସର କାଳିନ ବିଦାୟ ଉତ୍ସବର ଭାବମୟ ପରିବେଶ ବିଦାୟୀ ଶିକ୍ଷକଙ୍କର ଉକ୍ତ ଶିକ୍ଷାୟତନ ତଥା ତାହାର ବାହ୍ୟ ସାମାଜିକ ପରିବେଶରେ ଥିବା ପ୍ରଭାବର ଆକଳନ କରିବାର ଏକ ମାପଦଣ୍ଡ ପାଲଟି ଯାଏ ବୋଲି ଶରଣକୁଳ ନିକଟସ୍ଥ ପଞ୍ଚିରିଡ଼ା ମାନପୁରର ଲୋକ ନୋଡ଼ାଲ ବିଦ୍ୟାପୀଠର ଶିକ୍ଷକ କୃପାସିନ୍ଧୁ ମିଶ୍ରଙ୍କର ଅବସର ଜନିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜି ସ୍କୁଲ ପରିସର ମଧ୍ୟରେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବରାଡ଼ ବିଦାୟୀ ଶିକ୍ଷକଙ୍କର ଛାତ୍ରଛାତ୍ରୀଙ୍କ ପ୍ରତି ଥିବା…

Read More

ଉଦଯାପିତ ହେଲା କେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ-୨୦୨୬

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାର ସର୍ଵ ପୁରାତନ ସ୍ବନାମଧନ୍ୟ କେ.ସି କ୍ଲବର ପାଞ୍ଚଦିନ ବ୍ୟାପି ଚାଲିଥିବା ଶତ ବାର୍ଷିକ ଉତ୍ସବ ଶୁକ୍ରବାର ମହାସମାରୋହରେ ଉଦଯାପିତ ହୋଇଯାଇଛ। ଉଦଯାପନୀ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସାମାଜିକ ବିକାଶର ହୃତପିଣ୍ଡ ହେଉଛି କ୍ଲବ। ଏହି ଅବସରରେ କେ.ସି କ୍ଲବ୍ ଦୀର୍ଘ ଶହେ ବର୍ଷ ଧରି ନୟାଗଡ଼ର ବିକାଶକୁ ରୁଦ୍ଧିମନ୍ତ କରିବାରେ ଅଗ୍ରଣୀ ଭୂମିକା ନେଇଥିବାରୁ ସେ ଏହାର ଭୂୟସୀ ପ୍ରଶଂସା କରିଥିଲେ ଏପରିକି କ୍ଲବ୍ ଆଉ ସାମାଜିକ ବିକାଶ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିବା ଶହ କେ.ସି କ୍ଲବର୍ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଘୋଷଣା କରିଥିଲେ। ମୂଖ୍ୟବକ୍ତା ଭାବେ ଜିଲ୍ଲାପାଳ ମଧୁମିତା ରଥ କ୍ଲବର ଭାଇଚାରା ଅନ୍ୟମାନଙ୍କ…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିନ୍ନରମାନଙ୍କୁ ନେଇ ଏକ ସଚେତନତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ  ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ  ସେବା ଅନୁଷ୍ଠାନ, ନୟାଗଡ଼ ଠାରେ ଶତାଧିକ କିନ୍ନରମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଯାଇଛି। ପ୍ରାରମ୍ଭରେ, ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର୍ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ଏହାକୁ ଆନୁଷ୍ଠାନିକ ଭାବେ ସଚିବ, ଅଞ୍ଜଳି ମଛଖଣ୍ଡ ଉଦଘାଟନ କରି ଏହି ସଚେତନତା ଶିବିର ଆୟୋଜନ କରିବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧ ରେ ଉପସ୍ଥିତ କିନ୍ନର ମାନଙ୍କୁ ବୁଝାଇ ବାକୁ ଯାଇ କହିଥିଲେ, ସମାଜ ରେ କିନ୍ନର ମାନଙ୍କୁ ତୃତୀୟ ଲିଙ୍ଗ ରୂପେ ଗଣlଯାଇଚି, ତୃତୀୟ ଲିଙ୍ଗ ବ୍ୟକ୍ତି ଅର୍ଥ ହେଉଛି ଜଣେ ବ୍ୟକ୍ତି ଯାହାର ଲିଙ୍ଗ ଜନ୍ମ ସମୟରେ ସେହି ବ୍ୟକ୍ତିଙ୍କୁ…

Read More

କେ.ସି କ୍ଲବ୍ ଶତବାର୍ଷିକ ଉତ୍ସବ ୨୦୨୬ର ତୃତୀୟ ଦିନରେ ସାମୁହିକ ବିକାଶରେ ବ୍ରତୀ ହେବା କ୍ଲବ୍ ଗଠନର ମୁଖ୍ୟ ଉଦ୍ଦେଶ୍ୟ କହିଲେ ବାଚସ୍ପତି

ନୟଗଡ, (ନୟାଗଡ଼ ଦର୍ପଣ): ସମାଜର ଦୃତ ଉନ୍ନତି କରିବାକୁ ହେଲେ କ୍ଲବ୍ ହିଁ ଏକମାତ୍ର ଅନୁଷ୍ଠାନ|କ୍ଲବ୍ ମାଧ୍ୟମରେ ସାମୁହିକ ବିକାଶ ସମ୍ଭବ| ସଚେତନ କ୍ଲବର୍ ସମସ୍ତ ସଭ୍ୟ ନୟାଗଡ ବିକାଶର ଚାବି କାଠି ହୋଇଥିବାରୁ କେ.ସି କ୍ଲବର୍ ସମସ୍ତ ସଭ୍ୟ ମାନଙ୍କୁ କ୍ଲବର୍ ଶତବାର୍ଷିକ ପାଳନ ଅବସରରେ ସାଧୁବାଦ୍ ଜଣାଉଛି ବୋଲି କେ.ସି କ୍ଲବର୍ ଶତବାର୍ଷିକ ପାଳନ ଅବସରରେ ତୃତୀୟ ଦିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ବକ୍ତବ୍ୟ ରଖିଛନ୍ତି|ଏପରିକି କ୍ଲବରେ ଥିବା ସୌଭାଗ୍ୟ ମଞ୍ଜରୀ ଲାଇବ୍ରେରୀକୁ ଡିଜିଟାଲାଇ ଜେଶନ ଶହ କ୍ଲବର୍ ବିକାଶ ନେଇ ଅର୍ଥର ଅଭାବ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ|ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୃଦ୍ଧ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କନ୍ଧମାଳ…

Read More

ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା

ନୂଆଗାଁ, (ନୟାଗଡ଼ ଦର୍ପଣ):  ନୂଆଗାଁରେ ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା  ଅନୁଷ୍ଠିତ ହୋଇଯାଇଛି l  ନୟାଗଡ଼ ସେବା ଉତ୍ସବ ସମିତି ଓ ମାଇଁ ଭାରତ, ନୟାଗଡ଼ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୂଆଗାଁ ବିଡ଼ିଓ ଡ଼. ଅମ୍ରିତ ରାଉଳ, ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ମହାବିଦ୍ୟାଳୟ ଅଧକ୍ଷ ବିଜୟ କୁମାର ସାହୁ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଉପସ୍ଥିତ ରହି ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l  ନୂଆଗାଁ କଲେଜ ଠାରୁ ପଦଯାତ୍ରା ବାହାରି ଥାନା ପଡିଆ ଯାଏଁ ପହଞ୍ଚିଥିଲା  l ଦେଶ ବିକାଶ ସହ ଦେଶର ଗଣତନ୍ତ୍ରକୁ ସୃଦୃଢ଼ କରିବାରେ ଯୁବକ ମାନଙ୍କର ଗୁରୁ ଭୂମିକା ରହିଥିବା ବେଳେ ଯୁବ ଭୋଟର ମାନେ ନିଜର ମୂଲ୍ୟବାନ ଭୋଟ ଦେଇ ଦେଶର ବିକାଶରେ ଭାଗିଦାରୀ ହୋଇପାରିବେ ବୋଲି…

Read More

ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର

ପୁରୁଷ ଓ ମହିଳା ସମାଜର ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ: ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ନୟାଗଡ଼, (ନୟାଗଡ଼ ଦର୍ପଣ) : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆୟୋଜନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ଃ ବିପିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ” ମହିଳା ଓ ବିକାଶ : ସାମ୍ପ୍ରତିକ ସମୟରେ ଆହ୍ୱାନ ” ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ଲୋକ ପ୍ରଶାସନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ଯୋଗଦେଇଥିଲେ। ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଗୌରହରି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାଚୀନ ସମୟରୁ ବର୍ତମାନ ପର୍ଯ୍ୟନ୍ତ…

Read More

କବିସୂର୍ଯ୍ୟ ସଦାନନ୍ଦଙ୍କ ଜନ୍ମ ଜୟନ୍ତୀରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟଯୁଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟର ମହାନ କବି, ଓଡ଼ିଶା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୮ତମ ଜୟନ୍ତୀ ପାଳନ ସହିତ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ସାମଜସେବୀ ପ୍ରମୋଦ ପଟ୍ଟନାୟକ, ସମାଜସେବୀ ଦାମୋଦର ସାହୁ, ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠୀ, କବି ନିର୍ମଳ ଚନ୍ଦ୍ର ଶୁରଦେଓ, ବରିଷ୍ଠ ନାଗରିକ ସୁରେନ୍ଦ୍ର କୁମାର ମହାପାତ୍ର, କବି ଶେଖ ଅବଦୁଲ ଖାଲିକ, ପ୍ରଫୁଲ୍ଲ କୁମାର ନାୟକ, ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ କୁମାର ପଟ୍ଟନାୟକ,ଅଶୋକ କୁମାର ମଲ୍ଲ, ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରି…

Read More