ଭାରତୀୟ ହକି ସଙ୍ଘ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କଙ୍କ ଦ୍ୱାରା ସମ୍ମାନୀତ ହେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଶିକ୍ଷକ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ପାନ୍ତିଖାରି ଶାସନ ଗ୍ରାମ ତଥା  ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଶିକ୍ଷକ ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ଭାରତୀୟ ହକି ସଂଘର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କ, ଭାରତୀୟ ବେସ ବଲ ଫେଡେରେସନ ସଭାପତି ତଥା ବର୍ତ୍ତମାନ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ଙ୍କଦ୍ୱାରା  ସମ୍ମାନୀତ।   ଦୀର୍ଘ ପାଞ୍ଚଦିନ ଧରି ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ କ୍ଲବ କେ.ସି. କ୍ଲବର ଶତାବର୍ଷିକ ଉତ୍ସଵ ଉଦଯାପନୀ ସଂଧ୍ୟାଧିବେଶନରେ ମୁଖ୍ୟ ଅତିଥିଭାବେ  ଯୋଗଦେଇଥିଲେ ମୁଖ୍ୟ ଅତିଥି ଶ୍ରୀ ତିର୍କ ଓ ମୁଖ୍ୟ ବକ୍ତା ଶ୍ରୀ ମହାନ୍ତି. ଅନ୍ୟ ତମ ସମ୍ମାନୀତ ଅତିଥିଭାବେ ଓଡିଶା କ୍ରିକେଟ ଆସୋସିଏସନର କୋଷାଧକ୍ଷ ବିକାଶ ପ୍ରଧାନ, କେ. ସି. କ୍ଲବ ସଭାପତି ଶ୍ରୀଯୁକ୍ତ ଭାଗିରଥି ଦାସ, କେ. ସି. କ୍ଲବ ସମ୍ପାଦକ ସଂଗ୍ରାମ କେଶରୀ ଦାଶ, ଉପସଭାପତି ଭବାନୀ ଶଙ୍କର ଦାଶ ପ୍ରଭୁତି ମଞ୍ଚାସିନ ଥିଲେ। ପ୍ରକାଶ ଥାଉକି ସମ୍ମାନୀତ ଶ୍ରୀ ସାହୁ ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଠାରୁ “କାଗଜ ଠୁଙ୍ଗା ମଣିଷ ” ଭାବେ ସମ୍ମାନୀତ ହୋଇଥିବା ବେଳେ ରାଜ୍ୟସରକାରଙ୍କ  ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ନୟାଗଡ଼ ଜିଲ୍ଲା ବିକାଶ ମେଳା ୨୦୨୪ ମସିହାରେ ଓଡ଼ଗାଁ ବ୍ଲକ ର “ପ୍ରକୃତି ବନ୍ଧୁ ” ଓ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରରେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ପ୍ରାପ୍ତ ଆଦର୍ଶ ଶିକ୍ଷକ ଭାବେ ସମ୍ମାନୀତ ଥିଲେ। ଖାଲି ସେତିକି ନୁହେଁ ମୁଣ୍ଡ ପୋତା କେଳା ଜନଜାତିର ପାଞ୍ଚ ଜଣ ପିଲାଙ୍କ ଶିକ୍ଷା ଭାର ନେଇ ଓଡଗାଁ ଅଞ୍ଚଳରେ ବେଶ ଜଣାଶୁଣା।

Related posts