ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ: ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ  ସ୍ଥାନୀୟ ପିଟିଏସ ରୋଡ଼ସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଏକ ଜିଲ୍ଲାସ୍ତରୀୟ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଶ୍ ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏବଂ ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ସ୍ୱାମୀ ଚିତଘନାନନ୍ଦ ସରସ୍ୱତୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପ୍ରଥମେ ଜିଲ୍ଲାପାଳଙ୍କୁ ମିଶନ ପକ୍ଷରୁ ସଭାପତିଙ୍କ ନେତୃତ୍ୱରେ ବେଦମନ୍ତ୍ର ପାଠ ସହିତ ଏକ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ କରାଯାଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା।ଜିଲ୍ଲାପାଳ ଆଜିର ଯାନ୍ତ୍ରିକ ଯୁଗରେ ମାନବ ଜୀବନରେ ଶ୍ରୀମଦ୍ ଭାଗବତ ଗୀତାର ଶିକ୍ଷା ଓ ଆବଶ୍ୟକତା…

Read More

ଶତାୟୁ ଜଳଧରଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ

ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର ଗ୍ରାମର ସ୍ବର୍ଗତ ଜଳଧର ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଅବସରରେ ତା୨୬.୦୭.୨୦୨୬ରିଖ ପବିତ୍ର ଭଗବତ ଜନ୍ମ ତିଥିରେ ସ୍ମୃତି ଚାରଣ ସହ ଏକ ସ୍ମରଣିକା ‘ଗାଁ ବୟଃଜେଷ୍ଠ’ ଉନ୍ମୋଚନ ହୋଇଥିଲା। ଗତବର୍ଷ ୧୦୭ ବର୍ଷ ବୟସରେ ଆଜିର ତିଥିରେ ସ୍ବର୍ଗତ ଜଳଧର ରାଉତରାୟ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ପୂର୍ବତନ ମୁଖ୍ୟ ଚିକିତ୍ସାଧିକାରୀ, ନୟାଗଡ଼ ଡକ୍ଟର ହାଡିବନ୍ଧୁ ରାଉତରାୟ ଓ ଭଣଜା ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସହଯୋଗରେ ନରସିଂହପୁର ଗ୍ରାମରେ ତାଙ୍କ ବାସଭବନଠାରେ ଏକ ସ୍ତୁତି ଚାରଣ ସଭାର ଆୟୋଜନ କରାଯାଇଥିଲା। ଆଞ୍ଚଳିକ ପୂଜ୍ୟ ପୂଜା ପରିଷଦ, ଚାନ୍ଦପୁରର ସଭାପତି ଖାଉଟି ଅଦାଲତର ପୂର୍ବତନ ବିଚାରପତି ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ସଭାପତିତ୍ବ କରିଥିଲେ। ଅବସରପ୍ରାପ୍ତ କୁହୁଡି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ…

Read More

ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଷ୍ଟାର୍ଟଅପ୍ ଓ ଉଦ୍ୟମିତା ପରିବେଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେପ୍ଟେମ୍ବର ୫ ତାରିଖରେ ଫ୍ୟାକଲ୍ଟି ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (FMDP)ର ଶୁଭାରମ୍ଭ କରାଯାଇଥିଲା। ଏହାର ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଅହମଦାବାଦସ୍ଥିତ ଏଣ୍ଟରପ୍ରେନ୍ୟୁରସିପ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (EDII)ରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ମନୋନୀତ ୪୦ ଜଣ ଅଧ୍ୟାପକଙ୍କ ମଧ୍ୟରେ ନୟାଗଡ଼ ମଡେଲ୍ ଡିଗ୍ରୀ କଲେଜର ନୃତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଅପରାଜିତା ମିଶ୍ର ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି । ଏହି ପ୍ରଶିକ୍ଷଣରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ନବସୃଜନ, ଉଦ୍ୟମିତା ବିକାଶ ଓ ଶିକ୍ଷାନୁଷ୍ଠାନରେ ଉଦ୍ୟୋଗୀ ପରିବେଶ ସୃଷ୍ଟି ସମ୍ପର୍କରେ ବ୍ୟବହାରିକ ପ୍ରଶିକ୍ଷଣ…

Read More

ଗଣିଆ ଥାନା କିଶୋରପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ପଛରେ ପିଟିହେଲା ବାଇକି , ଜଣଙ୍କର ମୃତ୍ୟୁ ଓ ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶନିବାର ଦିନ ସନ୍ଧ୍ୟା ସମୟରେ ଘଟିଯାଇଛି। ଗଣିଆ ପଟୁ ଯାଉଥିବା ଏକ ବାଇକି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟିହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ସୁଶାନ୍ତ ପୃଷ୍ଟି। ଏହି ଦୁର୍ଘଟଣାରେ ଜଣାଶୁଣା ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଓ ସୁଶାନ୍ତ ପୃଷ୍ଟିଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିବା ବେଳେ ବ୍ୟଙ୍ଗକବି ଆର୍ତତ୍ରାଣ ମିଶ୍ର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା…

Read More

ପୌରପାଳିକାର ତ୍ୱରିତ ପଦକ୍ଷେପ: ଜଳବନ୍ଦୀରେ ଥିବା ୪ କଲୋନୀକୁ ସ୍ୱାଭାବିକ କଲେ ଅଧିକାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ସହରର ବିଭିନ୍ନ ଅଞ୍ଚଳ ବେହାଲ ହୋଇପଡ଼ିଥିଲା। ସହରର ୪ଟି କଲୋନୀରେ ପ୍ରାୟ ୪ ଫୁଟ ଉଚ୍ଚତାରେ ବର୍ଷାଜଳ ଜମି ରହିବାରୁ କଲୋନୀବାସୀ ଗତକାଲି ଦିନତମାମ ଘରୁ ବାହାରି ପାରିନଥିଲେ। ରାସ୍ତାରେ ଅତ୍ୟଧିକ ପାଣି ଜମି ରହିବାରୁ ସାଧାରଣ ଲୋକଙ୍କ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ନୟାଗଡ଼ ପୌରପାଳିକା କାର୍ଯ୍ୟାଳୟରେ ଖୋଲାଯାଇଥିବା ସମ୍ଭାବ୍ୟ ବାତ୍ୟା କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ ଯୋଗେ ସୂଚନା ମିଳିବା ପରେ ପୌରପାଳିକା ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ତୁରନ୍ତ ସମସ୍ୟାଗ୍ରସ୍ତ ଅଞ୍ଚଳରେ ପହଞ୍ଚିଥିଲେ। ଏନଫୋର୍ସମେଣ୍ଟ ଟିମ୍‌ ଓ ସଫେଇ କର୍ମଚାରୀଙ୍କୁ ସାଙ୍ଗରେ ନେଇ ତୁରନ୍ତ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନିର୍ବାହୀ ଅଧିକାରୀ ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଥିଲେ। ପ୍ରାୟ ୬ ଘଣ୍ଟାର ନିରନ୍ତର ପରିଶ୍ରମ…

Read More

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ, ନୟାଗଡ଼ ଆନୁକୂଲ୍ୟରେ ଖଣ୍ଡପଡ଼ାସ୍ଥିତ ପଠାଣୀ ସାମନ୍ତ ମହାବିଦ୍ୟାଳୟ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହିତ ମାଇଁ ଭାରତର ଯୁବ ସ୍ୱେଚ୍ଛାସେବୀ ତଥା ଯୁବ ସମାଜସେବୀ ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ଦେଶ ଗଠନରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅତିଥିମାନେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ, ଆଦର୍ଶ ଓ ଦେଶ ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିସହ VBYLD କୁଇଜ୍‌ରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ଓ ପଞ୍ଜୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦେଶକୁ ଏକ ବିକଶିତ ରାଷ୍ଟ୍ରରେ…

Read More

ପ୍ରଥମ ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଡିସେମ୍ବର ତୃତୀୟ ସପ୍ତାହରେ ଆୟୋଜନ ହେବ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ; ମହିଳା ଫୁଟବଲ୍ ପ୍ରଦର୍ଶନୀ ମ୍ୟାଚ୍ ସହ ୮ ଦିନ ଧରି ଚାଲିବ ଖେଳ ନୟାଗଡ଼, (ନୟାଗଡ଼ ଦର୍ପଣ): ନବଗଠିତ ନୟାଗଡ଼ ୟୁନାଇଟେଡ୍ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଆଗାମୀ ଡିସେମ୍ବର ମାସର ତୃତୀୟ ସପ୍ତାହରେ ପ୍ରଥମ ରାଜ୍ୟସ୍ତରୀୟ ନୟାଗଡ଼ ଚ୍ୟାଲେଞ୍ଜ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖେଳପଡ଼ିଆ ମଞ୍ଚରେ ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଫୁଟବଲ୍ ଦଳ ଓ ଖେଳାଳିଙ୍କୁ ନେଇ ଏକ ଉଚ୍ଚକୋଟୀର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ନୟାଗଡ଼ର ସୁନାମଧନ୍ୟ ଫୁଟବଲ୍ ଖେଳାଳିଙ୍କୁ ନେଇ ଏକ ଦଳ ଗଠନ କରାଯାଇ…

Read More

‘ବସନ୍ତ ସେବା ସମ୍ମାନ’ରେ ସମ୍ମାନିତ ହେଲେ ଜିଲ୍ଲାର ଦୁଇ ଶିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଆୟୋଜିତ ଶାନ୍ତି ଦିବସ ସମାରୋହରେ ବିଭିନ୍ନ ସମାଜସେବା ନିମନ୍ତେ ରାଜ୍ୟର ୬୦ ଜଣ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ୍ ପକ୍ଷରୁ ଦୁଇଜଣ ଆଦର୍ଶ ଶିକ୍ଷକଙ୍କୁ ପ୍ରତିଷ୍ଠିତ ‘ବସନ୍ତ ସେବା ସମ୍ମାନ’ ପ୍ରଦାନ କରାଯାଇଛି। ଏହି ପ୍ରତିଭାମାନେ ହେଲେ ଦଶପଲ୍ଲା ବ୍ଲକ ନେଲିଗୁଡ଼ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ସୁଦାମ ପ୍ରଧାନ ଏବଂ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗାଇଡ୍ କ୍ୟାପଟେନ୍ କଳ୍ପନା ନାଥ। ସେମାନଙ୍କର ନିଷ୍ଠାପର ସେବା ଓ ସାମଗ୍ରିକ ଅବଦାନ ପାଇଁ ସେମାନଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଜାତୀୟ ଉପ-ସଭାପତି ତଥା ଭାରତ ସ୍କାଉଟ ଓ…

Read More

ନୟାଗଡ଼ ସାମ୍ବାଦିକ ସଙ୍ଘ ନିର୍ବାଚନରେ ରଜତ ସଭାପତି, ଅନୱାର ସମ୍ପାଦକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନରେ ରଜତ କୁମାର ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଅନୱାର ଅଲ୍ଲୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ଭାବେ ସନ୍ତୋଷ କୁମାର ନାୟକ, ଉପସଭାପତି ଭାବେ ପ୍ରଶାନୁ କୁମାର ଜେନା ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ନାୟକ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସାମ୍ବାଦିକ ଓ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ନୂତନ କର୍ମକର୍ତ୍ତାମାନେ ନୟାଗଡ଼ ସାମ୍ବାଦିକ ଭବନର ବିକାଶ, ସାମ୍ବାଦିକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି। ନବନିର୍ବାଚିତ ଟିମ୍‌ର ନେତୃତ୍ୱରେ ସାମ୍ବାଦିକ ଭବନର ଉନ୍ନତି ସହ ସାମ୍ବାଦିକମାନଙ୍କ ଏକତା ଓ ସହଯୋଗ ଆହୁରି ସୁଦୃଢ଼…

Read More

ଯୁବ ରେଡ଼କ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡ଼କ୍ରସର ଜିଲ୍ଲା ସଭାପତି ପ୍ରକାଶ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତପତି ରାଜ୍, ଆଞ୍ଚଳିକ ପରିବହନ ଅଧିକାରୀ ଇଂ. ବିଶ୍ୱରଞ୍ଜନ ନାୟକ, ସହକାରୀ ବନ ବିଭାଗ ଅଧିକାରୀ ସତ୍ୟଜିତ୍ କର, ଅଗ୍ନିଶମ ଅଧିକାରୀ, ଜିଲ୍ଲା ଚିକିତ୍ସାଧିକାରୀଙ୍କ ପ୍ରତିନିଧି ଦେବାଶିଷ ସିଂ ଏବଂ ରକ୍ତଭଣ୍ଡାର ଅଧିକାରୀଙ୍କ ପ୍ରତିନିଧି ଅଜୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଯୁବ ରେଡ଼କ୍ରସର ମହନୀୟତା ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସଂଯୋଜକ ନିରୋଜ କୁମାର ପ୍ରଧାନ ଜିଲ୍ଲା ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଆବାହକ ଶ୍ରୀମତୀ ସ୍ମିତା ସ୍ୱାଇଁ ରେଡ଼କ୍ରସର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରେ…

Read More