ରାଜ୍ୟ ନିର୍ବାଚନ କମିଶନଙ୍କର ନୟାଗଡ ଜିଲ୍ଲା ପରିଦର୍ଶନ

ନୟାଗଡ,(ନୟାଗଡ଼ ଦର୍ପଣ): ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ନୟାଗଡ ଜିଲ୍ଲା ପରିଦର୍ଶନରେ ଆସି ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ନୟାଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟେ ବିଜୟାନନ୍ଦ ନାୟକ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ । ଏଥି ସହିତ ଡେପୁଟି କଲେକ୍ଟର (ନିର୍ବାଚନ), ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ଉପସ୍ଥିତ ଥିଲେ ।…

Read More

ନୟାଗଡ଼ ଜିଲ୍ଲା ତରଫରୁ ରାଜ୍ୟସ୍ତରୀୟ “ଉଡାନ” କ୍ୟାମ୍ପରେ ସମ୍ମାନିତ ହେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ତରଫରୁ ଭୁବନେଶ୍ୱର ସ୍କାଉଟ ଗାଇଡ଼ର ମୁଖ୍ୟ କାର୍ଯ୍ୟାଳୟରେ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଚାଲିଥିବା “ଉଡାନ” କ୍ୟାମ୍ପରେ ନୟାଗଡ଼ ଜିଲ୍ଲାରୁ ସ୍ଥିରୀକୃତ ହୋଇ ଓଡଗାଁ ବ୍ଲକର ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବୀରେନ୍ଦ୍ର କୁମାର କୋରକୋରାଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏହାସହିତ ଭାରତ ସ୍କାଉଟ ଏବଂ ଗାଇଡ଼ର ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ର ମୁଖ୍ୟ କମିଶନର ଡ଼ଃ କାଳିପ୍ରସାଦ ମିଶ୍ର ଏବଂ ଓଡିଶା ଭାରତ ସ୍କାଉଟ ଗାଇଡ଼ର ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଉକ୍ତ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ନାୟକଙ୍କୁ ସ୍ବର୍ଣ୍ଣ ପଦକ ସହିତ ଅଙ୍କିତା ନାୟକଙ୍କୁ ରୌପ୍ୟ ପଦକ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଦିବାସୀ…

Read More

ମେଧାବୀ ଛାତ୍ରୀଙ୍କ ପାଠପଢା ଦାୟିତ୍ୱ ନେବ ରୋଟାରୀ କ୍ଳବ ନୟାଗଡ଼

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ତରଫରୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗର ଦ୍ବିତୀୟ ବର୍ଷର ମେଧାବୀ ଛାତ୍ରୀ ରଶ୍ମିତା ପରିଡ଼ାଙ୍କୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ରଶ୍ମିତାଙ୍କ ପାଠପଢ଼ାର ଦାୟିତ୍ଵ ରୋଟାରୀ କ୍ଲବ, ନୟାଗଡ଼ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ସଭାପତି ବସିରନ ବିବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରଶ୍ମିତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ପାଠପଢ଼ା ଖର୍ଚ୍ଚ ପାଇଁ ଅସୁବିଧା ସୃଷ୍ଟି ହେଉଥିବା ଖବର ପାଇ ରୋଟାରୀ କ୍ଲବ ସହାୟତାର ହାତ ବଢ଼ାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ କଲେଜ ଅଧ୍ୟକ୍ଷ ବିପିନ ପଟ୍ଟନାୟକ, ଅଧ୍ୟାପକ ଦିଲ୍ଲୀପ ମିଶ୍ର, ଆଶୁତୋଷ ମିଶ୍ର, ରୋଟାରୀ କ୍ଲବ ଉପସଭାପତି ମଦନ ମୋହନ ମହାପାତ୍ର ଏବଂ ସଂପାଦକ ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ…

Read More

ନୟାଗଡ଼ରେ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତ ପଲ୍ଲୀଶାସନ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ଠାରେ ନୟାଗଡ଼ କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପରେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ବୈଠକ ଆୟୋଜନ କରାଯାଇ ପ୍ରତ୍ୟକ୍ଷ ଭାବେ ଜନସାଧାରଣ ମାନଙ୍କ ସହ ଜନସମ୍ପର୍କ ମାଧ୍ୟମରେ ନୂଆ ସଂଗଠନ ଆରମ୍ଭ କରାଯାଇ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି ସହ ପ୍ରତିଦ୍ବନ୍ଦିତା କରିବା ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଉ ଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ରଣଜିତ ଦାଶ କହିଛନ୍ତି। ନଡ଼ିଆଳି ଭଳି ବିଜେଡି ଦୁର୍ଗରେ କଂଗ୍ରେସ ସଭା ଆୟୋଜନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନରେ…

Read More

ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ଆମ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ

ନୟାଗଡ଼, (ନୟାଗଡ଼ ଦର୍ପଣ): ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ଭାରତର ସର୍ବ ବୃହତ୍ ଦ୍ବିତୀୟ ଦୀର୍ଘତମ ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରିତ ଶେଷ କରିବା ସହ ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ରେଳ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସାମର ବୋଲିବିଲ୍ ସେତୁ ପରେ ଏହା ଦେଶର ଦ୍ଵିତୀୟ ଦୀର୍ଘତମ ସେତୁ, ଯାହାକି ଦଶପଲ୍ଲା ବ୍ଲକ୍‌ର ସୀମା ମଧ୍ୟରେ ଏହି ସେତୁ ନିର୍ମାଣ ଚାଲିଛି। ୩୦୧ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ମଧ୍ୟରେ ସେତୁର ଲମ୍ବ ୪.୭୭ କିମି ରହିଥିବା ବେଳେ ୧୮୨ଟି ସ୍ପାନ୍ ନିର୍ମାଣ ଚାଲିଛି। ଏହି…

Read More

ନିଖିଳ ଭାରତ ସମବାୟ ସପ୍ତାହରେ ଜିଲ୍ଲାସ୍ତରୀୟ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନରେ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୁଖ ଯୋଗଦାନ କରିଥିଲେ। ଅନନ୍ତ କୁମାର ନାୟକ, DRCS ନୟାଗଡ ଯୋଗଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଉଦ୍‌ଘାଟନ କରାଯାଇଥିଲା ଏବଂ ପରେ ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ନୟାଗଡ଼ ଜିଲ୍ଲାକୁ ଆଗଧାଡ଼ିରେ ପହଂଚାଇବାକୁ…

Read More

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫
ବିକଶିତ ଭାରତରେ ଯୁବ ନେତୃତ୍ୱଙ୍କ ସଂଳାପ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫ ପାଳନ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ । ଆସନ୍ତା ତା.୨୭.୧୧.୨୦୨୫ରିଖରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ରାଜ୍ୟ କ୍ରୀଡ଼ା ବିଭାଗଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୧୫ ରୁ ୨୯ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ୭ଗୋଟି ଇଭେଣ୍ଟରେ ଭାଗନେବାକୁ ସ୍ଥିର କରାଯାଇଛି, ଯଥା- ବିଜ୍ଞାନ ମେଳା/ଲୋକ ସଙ୍ଗିତ /ଲୋକନୃତ୍ୟ (ଦଳଗତ) ହୋଇଥିବା ବେଳେ ଗଳ୍ପ ଲିଖନ/କବିତା ଲିଖନ / ଚିତ୍ରକଳାରେ ଜଣେ ଜଣେ ଭାଗ ନେଇପାରିବେ। ସେଥିପାଇଁ ପୁରସ୍କାର ରହିଛି । ଦଳଗତ…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇଟି ବିଭାଗ ଯଥା ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ଅଧିକାର,ଶିଶୁ ଶିକ୍ଷା ଅଧିକାର,ଶିଶୁ ଉପରେ ବୈଷୟିକ ଜ୍ଞାନର ପ୍ରଭାବ, ବାଲ୍ୟ ବିବାହ,ଶିଶୁ ଶ୍ରମିକ ବିରୋଧରେ ସମାଜ, ଶିଶୁଙ୍କ ଉପରେ ସୋସିଆଲ ମିଡ଼ିଆର କୁପ୍ରଭାବ ତଥା ଶିଶୁ ଚୋରା ଚାଲାଣ ଆଦି ବିଷୟ ସଂପର୍କରେ ଏହି ଚିତାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ୱର ସେଠିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଚିତ୍ରାଙ୍କନ ପ୍ରତିଯୋଗିତାକୁ ଶିକ୍ଷକ ସରୋଜ କୁମାର ବେହେରା, ଭାସ୍କର…

Read More

ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ଉନ୍ମୋଚିତ

ନୟାଗଡ଼, (ନୟାଗଡ଼ ଦର୍ପଣ): କବି ତଥା ଲେଖକ ଧିରେନ୍ଦ୍ର ପଟ୍ଟନାୟକଙ୍କ ନୂତନ ଗଳ୍ପ  ସଂକଳନ “ଭିନ୍ନ ରଙ୍ଗ” ଆଜି ରୋଟାରୀ କ୍ଲବ, ନୟାଗଡ଼ରେ ଉନ୍ମୋଚିତ ହେଇଯାଇଛି। ଆଜିର ଏହି ପୁସ୍ତକ  ଲୋକାର୍ପଣ ଉତ୍ସବକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମୀକ୍ଷା କରିଥିଲେ । ଏହି  ଉନ୍ମୋଚନ କାର୍ଯ୍ୟକ୍ରମରେ ସାହିତ୍ୟିକା ବସିରନ୍ ବିବି, କଥାକାର ଅନିଲ ପଣ୍ଡା, କବି ରବିନ୍ଦ୍ର ମହାପାତ୍ର, କବି ମଣିମାଳା ପାଣିଗ୍ରାହୀ, ସମାଜସେବୀ ଶ୍ରୀଧର ସାହୁ, ରୋଟାରିଆନ ଅବିନାଶ ସାହୁ, ରୋଟାରିଆନ ସନ୍ତୋଷ ନାୟକ, ସାମ୍ବାଦିକ ବିଶ୍ବଜିତ ନାୟକ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ଼, କାଜଲ ଡାକୁଆ, ସୌମ୍ୟରଞ୍ଜନ ରଥ, ସୁଜିତ୍ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଭିନ୍ନ ରଙ୍ଗରେ  ମାନବୀୟ ଭାବନା, ଦୈନିକ ଜୀବନ ଓ ସରଳ ଶୈଳୀରେ ଲେଖାଯାଇଥିବା ଗଳ୍ପଗୁଡ଼ିକୁ ସ୍ୱାଗତ…

Read More

ନୟାଗଡ଼ ଶିକ୍ଷକ ଭବନରେ ସିଆଇଟିୟୁର ଜିଲ୍ଲା ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଶ୍ରମିକଙ୍କ ନ୍ୟାୟସଙ୍ଗତ ଦାବି ନେଇ ବ୍ୟାପକ ଓ ଶକ୍ତିଶାଳୀ ଟ୍ରେଡ୍ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆଜି ନୟାଗଡ଼ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ସିଟୁ ଜିଲ୍ଲା ସମ୍ମିଳନୀରେ ଶ୍ରମିକ ମୁଖିଆମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଶ୍ରମିକ ଶ୍ରେଣୀର ସ୍ଵାର୍ଥ ଲାଗି ପାଚିକା ସହାୟିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରଭୃତି ସ୍କିମ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରି ନିଯୁକ୍ତିକୁ ସ୍ଥାୟୀ କରିବା, ସର୍ବନିମ୍ନ ମାସିକ ବେତନ ୨୬ହଜାର ଟଙ୍କା ଓ ଅବସର ଭତ୍ତା ୧୦ହଜାର ଟଙ୍କା କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରି ପୂର୍ବପରି ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା ଉପରେ ଦୃଢ଼ ଆନ୍ଦୋଳନ ଗଢ଼ି ତୋଳିବାକୁ ସମ୍ମିଳନୀ ନିଷ୍ପତ୍ତି ଗ୍ରହଣ କରିଛି। ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର ଲାଲ୍ ପତାକା…

Read More