ନୟାଗଡ଼ରେ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନଡ଼ିଆଳି ଗ୍ରାମ ପଞ୍ଚାୟତ ପଲ୍ଲୀଶାସନ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ଠାରେ ନୟାଗଡ଼ କଂଗ୍ରେସର ଏକ ସାଙ୍ଗଠନିକ ବୈଠକ ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପରେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ବୈଠକ ଆୟୋଜନ କରାଯାଇ ପ୍ରତ୍ୟକ୍ଷ ଭାବେ ଜନସାଧାରଣ ମାନଙ୍କ ସହ ଜନସମ୍ପର୍କ ମାଧ୍ୟମରେ ନୂଆ ସଂଗଠନ ଆରମ୍ଭ କରାଯାଇ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି ସହ ପ୍ରତିଦ୍ବନ୍ଦିତା କରିବା ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଉ ଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ରଣଜିତ ଦାଶ କହିଛନ୍ତି। ନଡ଼ିଆଳି ଭଳି ବିଜେଡି ଦୁର୍ଗରେ କଂଗ୍ରେସ ସଭା ଆୟୋଜନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି। ପିସିସି ପୂର୍ବତନ ସାଧାରଣ ସମ୍ପାଦକ  ହୁସେନ ଖାଁ ବିଜେପି ସରକାରଙ୍କ ଭୋଟଚୋରି ରୋକିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ସଚେତନ କରି କଂଗ୍ରେସ ସଂଗଠନ ସଶକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ରଣପୁର କଂଗ୍ରେସ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଲଷ୍ମୀଧର ତ୍ରିପାଠୀ, ବିଶ୍ୱନାଥ ବରାଡ଼, ନକୁଳ ନାୟକ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ରବୀନ୍ଦ୍ର କୁମାର ଷଡ଼ଙ୍ଗୀ, ଲିଙ୍ଗରାଜ ରଥ, କୃଷ୍ଣଚନ୍ଦ୍ର ମିଶ୍ର, ଦିଲ୍ଲୀପ ବସନ୍ତିଆ, ଧ୍ରୁବ ବରାଡ଼, କୃଷ୍ଣ ବରାଡ଼, ବାବୁଲି ବରାଡ଼, ଲକ୍ଷ୍ମଣୀ ନାୟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବ ରଞ୍ଜନ ସାହୁ, ପ୍ରକାଶ ସ୍ୱାଇଁ,ଦଳିତ ନେତା ଭଗବାନ ମଲ୍ଲିକ, ଜିତେନ୍ଦ୍ର ନାୟକ ଛାତ୍ର କଂଗ୍ରେସ ନେତା ଜୀବନଜ୍ୟୋତି ପ୍ରକାଶ ରାଉତ, ଅମ୍ଲାମ ଅଂଶୁମାନ ସାହୁ ଏବଂ ଅରବିନ୍ଦ ପାଢ଼ୀ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଶତାଧିକ ଦଳୀୟ କର୍ମୀ, ହିଞ୍ଜଳଗାଡ଼ିଆ, ବଢିଆସାହୀ, ନଡ଼ିଆଳି, ଅଶ୍ଵସ୍ଥପଡା,ବାଲିପାଟଣା, ଗବନଳ, ମାଛିପଡ଼ା, ସିପାହୀ ଅସୁରଢିପା ଗ୍ରାମବାସୀ ଏହି ବୈଠକରେ ଉପସ୍ଥିତ ଥିଲେ।

Related posts