ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ତରଫରୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗର ଦ୍ବିତୀୟ ବର୍ଷର ମେଧାବୀ ଛାତ୍ରୀ ରଶ୍ମିତା ପରିଡ଼ାଙ୍କୁ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ରଶ୍ମିତାଙ୍କ ପାଠପଢ଼ାର ଦାୟିତ୍ଵ ରୋଟାରୀ କ୍ଲବ, ନୟାଗଡ଼ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ସଭାପତି ବସିରନ ବିବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରଶ୍ମିତାଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ପାଠପଢ଼ା ଖର୍ଚ୍ଚ ପାଇଁ ଅସୁବିଧା ସୃଷ୍ଟି ହେଉଥିବା ଖବର ପାଇ ରୋଟାରୀ କ୍ଲବ ସହାୟତାର ହାତ ବଢ଼ାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ କଲେଜ ଅଧ୍ୟକ୍ଷ ବିପିନ ପଟ୍ଟନାୟକ, ଅଧ୍ୟାପକ ଦିଲ୍ଲୀପ ମିଶ୍ର, ଆଶୁତୋଷ ମିଶ୍ର, ରୋଟାରୀ କ୍ଲବ ଉପସଭାପତି ମଦନ ମୋହନ ମହାପାତ୍ର ଏବଂ ସଂପାଦକ ଅବିନାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ ନୟାଗଡ଼ର ଏହି ସହାୟତାକୁ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ମାନେ ପ୍ରଶଂସା କରିଥିଲେ।
ମେଧାବୀ ଛାତ୍ରୀଙ୍କ ପାଠପଢା ଦାୟିତ୍ୱ ନେବ ରୋଟାରୀ କ୍ଳବ ନୟାଗଡ଼
