ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫ ପାଳନ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ । ଆସନ୍ତା ତା.୨୭.୧୧.୨୦୨୫ରିଖରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ରାଜ୍ୟ କ୍ରୀଡ଼ା ବିଭାଗଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୧୫ ରୁ ୨୯ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ୭ଗୋଟି ଇଭେଣ୍ଟରେ ଭାଗନେବାକୁ ସ୍ଥିର କରାଯାଇଛି, ଯଥା- ବିଜ୍ଞାନ ମେଳା/ଲୋକ ସଙ୍ଗିତ /ଲୋକନୃତ୍ୟ (ଦଳଗତ) ହୋଇଥିବା ବେଳେ ଗଳ୍ପ ଲିଖନ/କବିତା ଲିଖନ / ଚିତ୍ରକଳାରେ ଜଣେ ଜଣେ ଭାଗ ନେଇପାରିବେ।
ସେଥିପାଇଁ ପୁରସ୍କାର ରହିଛି । ଦଳଗତ ପାଇଁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ ୧୦,୦୦୦/ ୭୫୦୦/ ୫୦୦୦ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସେହିପରି ଗଳ୍ପ ଲିଖନ/କବିତା ଲିଖନ / ଚିତ୍ରକଳାରେ ପ୍ରଥମ, ଦ୍ୱତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ୩୦୦୦/ ୨୦୦୦/ ୧୦୦୦ଟଙ୍କା ପୁରସ୍କୃତ କରାଯିବାର ବ୍ୟବସ୍ଥା ଅଛି । ଏଥିପାଇଁ ଇଚ୍ଛୁକ ଯୁବକ/ ଯୁବତୀ ବିଡିଓଙ୍କ ଅଧିନରେ ନିଜର ନାମ ପଞ୍ଜିକୃତ କରିପାରିବେ ଏବଂ ଏହାର ସବିଶେଷ ବିବରଣୀ ଏଥିସହ ସଂଲଗ୍ନ କରାଗଲା । ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଅଧ୍ୟକ୍ଷ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଜିଲ୍ଲା ପଂଚାୟତ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
