ନିଖିଳ ଭାରତ ସମବାୟ ସପ୍ତାହରେ ଜିଲ୍ଲାସ୍ତରୀୟ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନରେ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୁଖ ଯୋଗଦାନ କରିଥିଲେ। ଅନନ୍ତ କୁମାର ନାୟକ, DRCS ନୟାଗଡ ଯୋଗଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଉଦ୍‌ଘାଟନ କରାଯାଇଥିଲା ଏବଂ ପରେ ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ନୟାଗଡ଼ ଜିଲ୍ଲାକୁ ଆଗଧାଡ଼ିରେ ପହଂଚାଇବାକୁ ପ୍ରତିଶ୍ରୁତିବଦ୍ଧ ଏବଂ  ସରକାର ନିଶ୍ଚେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଗଭର ଅଛନ୍ତି। ବୈଠକରେ ଅଧ୍ୟକ୍ଷତା କରୁଥିବା ସମ୍ମାନନୀୟ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସମବାୟ ବ୍ୟାଙ୍କ ନୟାଗଡ଼ର ବଜେଟ୍ ଓଡ଼ିଶାରେ ଥିବା ଅନ୍ୟ ସମବାୟ ବ୍ୟାଙ୍କ ଠାରୁ ବହୁତ ଭଲ ଅଛି । ସେମାନଙ୍କର ଉନ୍ନତି ପାଇଁ ମହାରାଷ୍ଟ୍ର / ଗୁଜୁରାଟକୁ ଏକ୍ସପୋଜର ଭିଜିଟ୍ କରାଗଲେ  ସେମାନେ ଅଧିକ ସୁଦୃଢ଼ ହୋଇପାରିବେ । ସମବାୟ ସମିତି ଯେଉଁ ଉଦ୍ଦେଶ୍ୟ ନେଇ ଗଢ଼ା ହୋଇଛି ତାହା କେବଳ ପ୍ରଶାସନ ନୁହେଁ ଡଃ ବାବାସାହେବ ଆମ୍ବେଦକରଙ୍କ ଆହ୍ୱାନ ଅନୁସାରେ ରାଜନୈତିକ ହସ୍ତକ୍ଷେପର ଆବଶ୍ୟକ ଅଛି । ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ଯେତିକି, ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ ସେତିକି । ସେହିପରି ଅନ୍ୟମାନେ ତଦନୁରୂପ ଅଭିଭାଷଣ ରଖିଥିଲେ ।

ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା / ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସେହିପରି କୃଷକମାନଙ୍କ ପାଇଁ ଦୁଗ୍ଧ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ଗାଁ ବ୍ଲକର ଚଢ଼େୟାପଲ୍ଲୀ ପ୍ରାଥମିକ କୃଷି ସମବାୟ ସମିତିକୁ ପୁରସ୍କାର ଏବଂ ଆବଶ୍ୟକୀୟ ସରଂଜାମ ପ୍ରଦାନ କରାଯାଇଥିଲା । ବୁଣାକାରମାନଙ୍କ ହିତସାଧନ ପାଇଁ କଳିଙ୍ଗ ତନ୍ତୁବାୟ ସହଯୋଗ ସମିତ, ଲାଠିପଡ଼ାକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ଯଥାକ୍ରମେ- ନୂଆଗାଁ, ଗଣିଆ, ରଣପୁର, ନୟାଗଡ଼,ଓଡ଼ଗାଁ, ଭାପୁର, ଦଶପଲ୍ଲା ଏବଂ ଖଣ୍ଡପଡ଼ା ବ୍ଲକଙ୍କୁ  ସମ୍ବର୍ଦ୍ଧନା ଏବଂ ପୁରସ୍କାର ପ୍ରଦାନ କରାଯାଇଛି ।

ନୟାଗଡ଼ ଜିଲ୍ଲାର ସମବାୟବିତମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ନୂତନ କୃଷି ସମବାୟ ସମିତିକୁ ପଂଜିକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର ସହାୟକ, ସଂପାଦକ, AGM Cooperative Bank, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଯାଜ୍ଞସିନି ମିଶ୍ର SA(ARCS) ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯାଇଥିଲା।

Related posts