ନୟାଗଡ,(ନୟାଗଡ଼ ଦର୍ପଣ): ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ନୟାଗଡ ଜିଲ୍ଲା ପରିଦର୍ଶନରେ ଆସି ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ନୟାଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟେ ବିଜୟାନନ୍ଦ ନାୟକ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ । ଏଥି ସହିତ ଡେପୁଟି କଲେକ୍ଟର (ନିର୍ବାଚନ), ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ଉପସ୍ଥିତ ଥିଲେ । ବିଭିନ୍ନ ବୁଥ୍ ସଂକ୍ରାନ୍ତୀୟ ତଥ୍ୟ ସହ ସମସ୍ତ ବୁଥର ପୁନଃ ନିରୀକ୍ଷଣ ଓ ଅସ୍ଥାୟୀ ଗୃହ ଥିବା ବୁଥ୍ ଗୁଡିକର ପୁନଃ ନିରୀକ୍ଷଣ ସହ ଆଗାମୀ ନିର୍ବାଚନ ନିମନ୍ତେ ଷ୍ଟ୍ରଙ୍ଗ ରୁମ ଓ କାଉଣ୍ଟିଙ୍ଗ ହଲ ସ୍ଥିର କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦେଶ ଦେଇଥିଲେ । ଏହା ପରେ ନିର୍ବାଚନ କମିଶନର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଗଚ୍ଛିତ ଥିବା ବାଲଟ ବକ୍ସ ଗୁଡିକୁ ନିରୀକ୍ଷଣ କରିଥିଲେ।
ରାଜ୍ୟ ନିର୍ବାଚନ କମିଶନଙ୍କର ନୟାଗଡ ଜିଲ୍ଲା ପରିଦର୍ଶନ
