ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ନୟାଗଡ଼ ରୋଟାରୀ କ୍ଳବ୍ ର ୩୫ ତମ ପ୍ରତିଷ୍ଠା ଦିବସ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଅଧ୍ଯକ୍ଷତାରେ ମହାଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆଜି କାର୍ଯ୍ୟକ୍ରମର ମୁଖ୍ଯ ଅତିଥି ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜଜ୍ଞାଶିଷ ମହାପାତ୍ର ଓ ସମ୍ମାନିତ ଅତିଥି ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ କରକମଳରେ ରୋଟାରୀ ଭବନ ସମ୍ମୁଖରେ ଏକ ଶାନ୍ତି ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହାପରେ ସ୍ଥାନୀୟ ବେବର୍ତ୍ତା ପଲ୍ଲୀ ଗ୍ରାମରେ ଗରିବ ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା ବେଳେ ଚଣ୍ଡିବସ୍ତ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାନୀୟ ଜଳ ବିତରଣ ପାଇଁ କ୍ଳବ୍ ତରଫରୁ ଏକ ଆକ୍ବାଗାର୍ଡ ସ୍ଥାପନ କରାଯାଇଥିଲା।ସନ୍ଧ୍ଯା ୦୬ ଘଟିକା ସମୟରେ କ୍ଳବ ସଭାପତି ଶ୍ରୀଯୁକ୍ତ ଖଟେଇଙ୍କ ଅଧ୍ଯକ୍ଷତାରେ…
Read MoreMonth: November 2024
ନାଟ୍ୟପୁରୁଷ ତଥା ସାହିତ୍ୟ ସାଧକ ହରିହର ମିଶ୍ରଙ୍କୁ ସୃଜନୀ ପରିବାର ପକ୍ଷରୁ ସ୍ମୃତି ଶ୍ରଦ୍ଧାଞ୍ଜଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଅବସରପ୍ରାପ୍ତ ଅଧ୍ୟକ୍ଷ,ଓଡିଆ ଭାଷା ସାହିତ୍ୟର ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ସାରସ୍ୱତ ସାଧକ,ନାଟ୍ୟକାର,ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି (ଦିବଂଗତ) ହରିହର ମିଶ୍ରଙ୍କୁ ସମର୍ପିତ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସୃଜନୀ ଅନୁକୁଲ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରାକ୍ତନ) ତଥା କେନ୍ଦ୍ର ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟ ସାଧକ ଶ୍ରୀଯୁକ୍ତ ହରପ୍ରସାଦ ଦାସ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ସାଧକ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର୍ ଡ଼. ପ୍ରେମାନନ୍ଦ ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ…
Read Moreପୂର୍ବତନ ସରପଞ୍ଚଙ୍କ ଦେହାନ୍ତ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ରଣପୁର ଅଞ୍ଚଳର ଜଣେ ଜଣାଶୁଣା ପୁରୁଖା ନେତା, ବରିଷ୍ଠ ସମାଜସେବୀ ନରେନ୍ଦ୍ର ମହାନ୍ତି(ନରି ବାବୁ)ଙ୍କ ଆଜି ପୂର୍ବାହ୍ନ ୧୦.୩୦ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ରଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ନରି ମହାନ୍ତି କେରେଣ୍ଡାଟାଙ୍ଗୀ ଗ୍ରାମ ପଞ୍ଚାୟତରେ ୧୯୯୨- ୯୫ ସରପଞ୍ଚ ଥିଲେ। ତା’ ସହିତ କୋଅପରେଟିଭ ବ୍ୟାଙ୍କର ସଭାପତି ମଧ୍ୟ ଥିଲେ। ରଣପୁର, ଟାଙ୍ଗୀ-ଚାନ୍ଦପୁର ଅଞ୍ଚଳରେ ଜଣେ ଜଣାଶୁଣା ଓ ମୂରବୀ ଶ୍ରେଣୀର ବ୍ୟକ୍ତିତ୍ବ ଥିଲେ। ୮୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ମହାନ୍ତିଙ୍କ ପାଖରେ ତାଙ୍କ ସୁପୁତ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ପ୍ରଯୋଜକ ଲୁଟୁ ମହାନ୍ତି ଓ ପୁତ୍ରବଧୂ ବିଶିଷ୍ଟ ସମାଜସେବୀ, ପୂର୍ବତନ ସରପଞ୍ଚ ତଥା…
Read Moreନାଟ୍ୟ ନିର୍ଦ୍ଦେଶକ ଅମୂଲ୍ୟ ସ୍ବାଇଁଙ୍କ ୧୪ତମ ଶ୍ରଦ୍ଧାଞ୍ଜଳି ସଭା
“ଯେଉଁଠି ନାଟକ ହେଇଯାଏ ଜୀବନ ଆଉ ଜୀବନ ହେଇଯାଏ ନାଟକ” ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତର ଗୋପାଳପୁର ବଜାରରେ ଅବସ୍ଥାପିତ ପ୍ରିୟଦର୍ଶିନୀ ସାଂସ୍କୃତିକ କ୍ଲବ ପରିସରରେ ଗତ ଅକ୍ଟୋବର ୩, ରବିବାର ଦିନ ଗୋପାଳପୁର ଗ୍ରାମରେ ଜନ୍ମିତ ବିଶିଷ୍ଟ ମଞ୍ଚ ମଣିଷ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ସ୍ଵର୍ଗତ ଅମୂଲ୍ୟ ସ୍ୱାଇଁଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରିୟଦର୍ଶିନୀ ସାଂସ୍କୃତିକ ସଂସଦର ସଭାପତି ଅଜୟ କୁମାର ଭଞ୍ଜଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ରଣପୁର ତଥା ନୟାଗଡ଼ ଜିଲ୍ଲାରେ ମଞ୍ଚ ନାଟକ ଜଗତର ଜଣେ ଅଦ୍ୱିତୀୟ ସ୍ରଷ୍ଟା ଭାବେ ପରିଚିତ ସ୍ୱର୍ଗତ ସ୍ୱାଇଁ ନାଟକକୁ ନେଇ ଅନେକ ଗବେଷଣା କରି ନାଟ୍ୟ ଜଗତକୁ ନୂଆ ଦିଶା ଦେଇଥିବା ବ୍ୟକ୍ତି ଯାହାଙ୍କ ମତରେ ” ଯେଉଁଠି ଜୀବନ ହେଇଯାଏ…
Read Moreଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ କାର୍ଯ୍ୟକ୍ରମ ଉଦ୍ଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ନୟାଗଡ଼ ତରଫରୁ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ, ୨୦୨୪-୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ୩ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଗତ ତା୦୪.୧୧.୨୦୨୪ରିଖ ଦିନ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ଯୋଗଦେଇ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୧୦୦ ଏବଂ ୨୦୦ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, କ୍ୟାରମ, ଚେସ୍ ଆଦି ପ୍ରତିଯୋଗିତା ନୟାଗଡ଼ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ହୋଇଥିଲା । ସେହିପରି ତା.୦୫.୧୧.୨୦୨୪ରିଖ ଦିନ ରୋଟାରୀ କ୍ଲବ, ନୟାଗଡ଼ ଠାରେ ପ୍ରତିଯୋଗୀମାନେ କୁଇଜ୍, ତର୍କ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସନ୍ଧ୍ୟା ସମୟରେ ଜିଲ୍ଲା…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କନ୍ୟାଶିବିର ଆୟୋଜିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ କନ୍ୟାଶିବିର ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିରରେ ୧୨୦ରୁ ଉର୍ଦ୍ଧ୍ୱ କିଶୋରୀ ବାଳିକା, ମାଆମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼. ଉମାକାନ୍ତ ତ୍ରିପାଠୀ ଅଧ୍ୟାପକ ବି. ଏସ କଲେଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ୟାମାନଙ୍କୁ ବାଳିକା ଶିକ୍ଷାରେ ସଂସ୍କୃତି ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଭାରତୀୟ ସଂସ୍କୃତିରେ ମହିଳାମାନଙ୍କର ସ୍ଥାନ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିଥିଲେ । ଶ୍ରୀମତୀ ଗୀତିଧାରା ମିଶ୍ର, ଖୋର୍ଦ୍ଧା ବିଭାଗ ବାଳିକା ଶିକ୍ଷା ପ୍ରମୁଖ ଯୋଗଦେଇ ବାଳିକାମାନଙ୍କର ବେଶ ପୋଷାକର ମହତ୍ତ୍ଵ ଶିକ୍ଷା ଦେଇଥିଲେ। ସ୍ନାୟୁରୋଗ ବିଶେଷଜ୍ଞ ଡ଼ା. ଅମିତା ବରାଡ ଯୋଗଦେଇ ବାଳିକାମାନଙ୍କୁ କିଶୋରୀ ଅବସ୍ଥାରେ ଯତ୍ନ କିପରି ନେବା ସେ ବିଷୟରେ ଦିଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା…
Read Moreନୟାଗଡ଼ରେ ରାଜ୍ଯ ସ୍ତରୀୟ “ଭାରତକୁ ଜାଣ” ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ।
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ସମୃଦ୍ଧ ପ୍ରବୃଦ୍ଧ ବର୍ଗର ବ୍ୟକ୍ତି ମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସହ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ *ଭାରତ ବିକାଶ ପରିଷଦ* ର ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ନୟାଗଡ଼ ଜିଲ୍ଲା ପରିଷଦ ସଭାକକ୍ଷରେ ‘ଭାରତ କୁ ଜାଣ’ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଶ୍ରବଣ କୁମାର ର ପିତାମାତା ଭକ୍ତି, ବାଜି ରାଉତର ଦେଶଭକ୍ତି ,ବୀର ସଭରକରଙ୍କ ଦେଶପ୍ରେମ ଜାଗରଣ କରିବା ସହିତ ଭାରତର ଐତିହ୍ୟ ପରମ୍ପରା ସଂସ୍କୃତି ବିଷୟରେ ପରିଚିତ କରିବା ପାଇଁ ପ୍ରତିବର୍ଷ ଏହି ପ୍ରଶ୍ନମଞ୍ଚ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ…
Read Moreନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୪୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ସଂଯୋଜକ ହରେକୃଷ୍ଣ ମୁଦୁଲି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ପ୍ରିୟଙ୍କା ପଣ୍ଡା,ନିକିତା ଦାସ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ, ଦୀପ୍ତି ମୟୀ ଦଳେଇ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ,କେଦାର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗୀତାକୁ ନିୟମିତ ପାଠ କଲେ ଅନନ୍ୟ ଶାନ୍ତି ମିଳିବା ସହିତ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜିତ ପ୍ରତିଯୋଗିତାରେ…
Read Moreସ୍ୱରଶ୍ରୀ ସମ୍ମାନ ପାଇଁ ଶ୍ରୀ ସୃଜନ ସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ଶ୍ରୀ ସୃଜନ’, ନୟାଗଡ଼ ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୪ନଭେମ୍ବର ୨୦୨୪ରେ ସଙ୍ଗୀତ ପ୍ରତିଯୋଗିତା କରି ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ ଲୋକ ଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାଇ ପ୍ରତିଯୋଗିତାରେ କେବଳ ୧୩ ରୁ ୧୭ ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ ଉପଲବ୍ଧ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରୁ ଶ୍ରେଷ୍ଠ ୧୦ ଜଣଙ୍କୁ ମନୋନୀତ କରାଯାଇ ପୁନଶ୍ଚ ଚୂଡାନ୍ତ ପର୍ଯ୍ୟାୟରେ ପ୍ରଥମ,ଦ୍ବିତୀୟ ଓ ତୃତୀୟଙ୍କୁ ମନୋନୀତ କରାଯିବ। କେବଳ…
Read Moreନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବ୍ଲକ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ , ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, ଧନେଶ୍ୱର ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠି, ପିତେଇ ପ୍ରଧାନ,ସନ୍ତୋଷ ସାହୁ, ଅଶୋକ ମଲ୍ଲ,ଚିତ୍ତରଞ୍ଜନ ଦାଶ,ଉମେଶ ସ୍ୱାଇଁ, ରବୀନ୍ଦ୍ର କୁମାର ସାହୁ,ବୈଷ୍ଣବ ମହାନ୍ତି ତଥା ଶିକ୍ଷା କର୍ମଚାରୀ ମାନସ ସେଠି,ଶୋଭେଶ ଶୁକ୍ଲା,କିଶୋର ଭଞ୍ଜ, ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ଯୋଗଦାନ…
Read More