ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ କନ୍ୟାଶିବିର ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିରରେ ୧୨୦ରୁ ଉର୍ଦ୍ଧ୍ୱ କିଶୋରୀ ବାଳିକା, ମାଆମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼. ଉମାକାନ୍ତ ତ୍ରିପାଠୀ ଅଧ୍ୟାପକ ବି. ଏସ କଲେଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ୟାମାନଙ୍କୁ ବାଳିକା ଶିକ୍ଷାରେ ସଂସ୍କୃତି ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଭାରତୀୟ ସଂସ୍କୃତିରେ ମହିଳାମାନଙ୍କର ସ୍ଥାନ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିଥିଲେ । ଶ୍ରୀମତୀ ଗୀତିଧାରା ମିଶ୍ର, ଖୋର୍ଦ୍ଧା ବିଭାଗ ବାଳିକା ଶିକ୍ଷା ପ୍ରମୁଖ ଯୋଗଦେଇ ବାଳିକାମାନଙ୍କର ବେଶ ପୋଷାକର ମହତ୍ତ୍ଵ ଶିକ୍ଷା ଦେଇଥିଲେ। ସ୍ନାୟୁରୋଗ ବିଶେଷଜ୍ଞ ଡ଼ା. ଅମିତା ବରାଡ ଯୋଗଦେଇ ବାଳିକାମାନଙ୍କୁ କିଶୋରୀ ଅବସ୍ଥାରେ ଯତ୍ନ କିପରି ନେବା ସେ ବିଷୟରେ ଦିଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ଝୋଟି, ମୁରୁଜ, ମେହେନ୍ଦି, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର କୋଷଧ୍ୟକ୍ଷ ସସ୍ମିତା ନାୟକ, ସଦସ୍ୟା ଜ୍ୟୋତ୍ସ୍ନାମୟୀ ନାୟକ ଏବଂ ଗୁରୁମାମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମାପନ ଘଟିଥିଲା।
Related posts
-
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି
ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର... -
ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ... -
ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
January 18, 2025 Jajati Comments Off on ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର...