ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ନୟାଗଡ଼ ରୋଟାରୀ କ୍ଳବ୍ ର ୩୫ ତମ ପ୍ରତିଷ୍ଠା ଦିବସ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଅଧ୍ଯକ୍ଷତାରେ ମହାଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆଜି କାର୍ଯ୍ୟକ୍ରମର ମୁଖ୍ଯ ଅତିଥି ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜଜ୍ଞାଶିଷ ମହାପାତ୍ର ଓ ସମ୍ମାନିତ ଅତିଥି ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ କରକମଳରେ ରୋଟାରୀ ଭବନ ସମ୍ମୁଖରେ ଏକ ଶାନ୍ତି ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହାପରେ ସ୍ଥାନୀୟ ବେବର୍ତ୍ତା ପଲ୍ଲୀ ଗ୍ରାମରେ ଗରିବ ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା ବେଳେ ଚଣ୍ଡିବସ୍ତ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାନୀୟ ଜଳ ବିତରଣ ପାଇଁ କ୍ଳବ୍ ତରଫରୁ ଏକ ଆକ୍ବାଗାର୍ଡ ସ୍ଥାପନ କରାଯାଇଥିଲା।ସନ୍ଧ୍ଯା ୦୬ ଘଟିକା ସମୟରେ କ୍ଳବ ସଭାପତି ଶ୍ରୀଯୁକ୍ତ ଖଟେଇଙ୍କ ଅଧ୍ଯକ୍ଷତାରେ କ୍ଳବ୍ ସଭାଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା।ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବକ୍ତବ୍ଯ ରଖିଥିଲା ବେଳେ ରୋଟାରିଆନ୍ ଗୋଦାବରୀଶ ସାହୁ ଆଜିର ପ୍ରତିଷ୍ଠା ଦିବସ ବିଷୟ ରେ ଆଲୋଚନା କରିଥିଲେ। ନୟାଗଡ଼ କ୍ଳବ ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର ଆଦି ନାରାୟଣ ଖଣ୍ଡୁଆଳ ଅତିଥି ଭାବେ ଯୋଗଦେଇ କ୍ଳବ ର ପ୍ରତିଷ୍ଠାତା ସଦସ୍ଯ ମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହିତ ରୋଟାରିଆନ୍ ମାନଙ୍କର ଭୂମିକା ଓ ଅଧିକାର କର୍ତ୍ତବ୍ଯ ବିଷୟରେ ବକ୍ତବ୍ଯ ରଖିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ପୌରାଧ୍ୟକ୍ଷା ଶ୍ରୀମତୀ ଖଟେଇ ରୋଟାରୀ କ୍ଳବ ସଦସ୍ଯ ମାନଙ୍କର ସାମାଜିକ ସେବା କାର୍ଯ୍ୟ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବେଷ୍ଟ ରୋଟାରିଆନ୍ ଭାବେ ମିହିର ରଂଜନ ନାୟକ ଓ ମଦନ ମୋହନ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ରୋଟାରୀ କ୍ଳବ୍ ନୟାଗଡ଼ ର ସମସ୍ତ ସଦସ୍ଯ ମାନେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲା ବେଳେ ରୋଟାରୀ କ୍ଳବ୍ ନୟାଗଡ଼ର ସମ୍ପାଦକ ରୋଟାରିଆନ୍ ଅବିନାଶ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
Related posts
-
ଜନଜାତୀୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ତା.୧୫.୧୧.୨୦୨୪ରିଖ ଦିନ ଟାକରା ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା ପରିସରରେ ପାଳନ କରାଯିବା... -
କଳାପାଟଠାରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ନୟାଗଡ଼ରେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳଙ୍କ ଅଧ୍ୟକ୍ଷତାରେ ସିଦ୍ଧପୁରୁଷ ବାବା ରାମଦାସଙ୍କ ୭୪ତମ ଜନ୍ମ... -
ଦତ୍ତପନ୍ତ ଠେଙ୍ଗଡ଼ିଙ୍କର ଜନ୍ମଜୟନ୍ତୀ ପାଳନ କଲା ସ୍ୱଦେଶୀ ଜାଗରଣ ମଞ୍ଚ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ତରଫରୁ ରାଷ୍ଟ୍ରରୁଷି ଦତ୍ତପନ୍ତ ଠେଙ୍ଗଡ଼ିଙ୍କର ଜନ୍ମଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସମ୍ମିଳନୀ...