ନୟାଗଡ଼,(ନୟାଗଡ଼ ଦର୍ପଣ): ‘ଶ୍ରୀ ସୃଜନ’, ନୟାଗଡ଼ ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୪ନଭେମ୍ବର ୨୦୨୪ରେ ସଙ୍ଗୀତ ପ୍ରତିଯୋଗିତା କରି ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ ଲୋକ ଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାଇ ପ୍ରତିଯୋଗିତାରେ କେବଳ ୧୩ ରୁ ୧୭ ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ ଉପଲବ୍ଧ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରୁ ଶ୍ରେଷ୍ଠ ୧୦ ଜଣଙ୍କୁ ମନୋନୀତ କରାଯାଇ ପୁନଶ୍ଚ ଚୂଡାନ୍ତ ପର୍ଯ୍ୟାୟରେ ପ୍ରଥମ,ଦ୍ବିତୀୟ ଓ ତୃତୀୟଙ୍କୁ ମନୋନୀତ କରାଯିବ। କେବଳ ପ୍ରଥମ ସ୍ଥାନରେ ଉତ୍ତୀର୍ଣ ପ୍ରତିଯୋଗୀଙ୍କୁ ୫ହଜାର ଅର୍ଥ ରାଶି ଓ “ସ୍ବରଶ୍ରୀ” ସମ୍ମାନରେ ସମ୍ମାନିତ କରାଯିବା ସହ ଅନ୍ୟ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ ଉପହାର ପ୍ରଦାନ କରାଯିବ। ଏହି ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସମ୍ପାଦିକା ଜୟଶ୍ରୀ ଦେବୀ, କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ରଙ୍କ ସମେତ ସଦସ୍ୟ ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ସାହୁ, କାଦମ୍ବିନୀ ମହାପାତ୍ର, ଝୁମୁରୀ ସାହୁ, ଆନନ୍ଦ ଦାସ, ପ୍ରଣବ ସାହୁ, ରେଣୁବାଳା, ମଧୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ... -
ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀ
December 8, 2024 Jajati Comments Off on ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ... -
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଅନୁଷ୍ଠିତ
December 8, 2024 Jajati Comments Off on ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ତରଫରୁ ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ସମାରୋହ ଅନୁଷ୍ଠିତନୟାଗଡ଼, (ନୟାଗଡ଼ ଦର୍ପଣ): ନବଘନପୁର ଉଚ୍ଚ ବିଦ୍ଯାଳୟ ଖେଳ ପଡ଼ିଆରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା...