ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୪୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ  ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ସଂଯୋଜକ ହରେକୃଷ୍ଣ ମୁଦୁଲି  ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ପ୍ରିୟଙ୍କା ପଣ୍ଡା,ନିକିତା ଦାସ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ, ଦୀପ୍ତି ମୟୀ ଦଳେଇ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ,କେଦାର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗୀତାକୁ ନିୟମିତ ପାଠ କଲେ ଅନନ୍ୟ ଶାନ୍ତି ମିଳିବା  ସହିତ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜିତ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କ ବର୍ଗରେ ହର ପ୍ରିୟା ପାତ୍ର, ଆୟୁଷ୍ମାନ ରାଉତରାୟ, ଶୁଭଲକ୍ଷ୍ମି ସାହୁ, ଖ ବର୍ଗରେ ମାଧବୀ ମିଶ୍ର, ସାଇ ପ୍ରଜ୍ଞା ମିଶ୍ର, ବିଶ୍ଵ ବିଜିତା ମହାନ୍ତି, ଗ ଵର୍ଗରେ ସୌମ୍ୟଶ୍ରୀ ଦାସ, ସୁଶ୍ରୀ ସଂଗୀତା ପଣ୍ଡା, ଆୟସ୍କନ୍ତା ମହାପାତ୍ର ଏବଂ ଘ ବର୍ଗର  ବିଦ୍ୟାବିଜିତା ମହାନ୍ତି, ରିପ୍ସା ତ୍ରିପାଠୀ, ଶୁଭାଶିଷ ଦାଶ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ସାମୁହିକ ଶାନ୍ତି ପାଠ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Related posts