ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ରଣପୁର ଅଞ୍ଚଳର ଜଣେ ଜଣାଶୁଣା ପୁରୁଖା ନେତା, ବରିଷ୍ଠ ସମାଜସେବୀ ନରେନ୍ଦ୍ର ମହାନ୍ତି(ନରି ବାବୁ)ଙ୍କ ଆଜି ପୂର୍ବାହ୍ନ ୧୦.୩୦ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବରରେ ରଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ନରି ମହାନ୍ତି କେରେଣ୍ଡାଟାଙ୍ଗୀ ଗ୍ରାମ ପଞ୍ଚାୟତରେ ୧୯୯୨- ୯୫ ସରପଞ୍ଚ ଥିଲେ। ତା’ ସହିତ କୋଅପରେଟିଭ ବ୍ୟାଙ୍କର ସଭାପତି ମଧ୍ୟ ଥିଲେ। ରଣପୁର, ଟାଙ୍ଗୀ-ଚାନ୍ଦପୁର ଅଞ୍ଚଳରେ ଜଣେ ଜଣାଶୁଣା ଓ ମୂରବୀ ଶ୍ରେଣୀର ବ୍ୟକ୍ତିତ୍ବ ଥିଲେ। ୮୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ମହାନ୍ତିଙ୍କ ପାଖରେ ତାଙ୍କ ସୁପୁତ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ପ୍ରଯୋଜକ ଲୁଟୁ ମହାନ୍ତି ଓ ପୁତ୍ରବଧୂ ବିଶିଷ୍ଟ ସମାଜସେବୀ, ପୂର୍ବତନ ସରପଞ୍ଚ ତଥା ବିଜୁ ଜନତା ଦଳର ନାରୀନେତ୍ରୀ ପ୍ରତିଭା ମହାନ୍ତି ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ତାଙ୍କ ପ୍ରିୟ ଜନ୍ମମାଟି ନୂଆପଡ଼ା ଗ୍ରାମ୍ୟ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ନିଜ ଅଞ୍ଚଳର ଜଣେ ପ୍ରିୟ ମଣିଷ ଏବଂ ଦଳର ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଖବରରେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ତଥା ବିଜୁ ଜନତାଦଳର ବରିଷ୍ଠ ନେତା ଇଂ ଦେବାଶିଷ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Related posts
-
ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣ
December 8, 2024 Jajati Comments Off on ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣରଣପୁର, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ... -
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ... -
ବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀ
December 7, 2024 Jajati Comments Off on ବିଦ୍ୟାଳୟ, ଅଙ୍ଗନବାଡି, ପଚାୟତ କାର୍ଯ୍ୟାଳୟ ସହ ଛତୁଆ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ ଫୁୁଡ କମିଶନ ବିଭାଗର ଅଧିକାରୀରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପଚାୟତ କାର୍ଯ୍ୟାଳୟ ତଥା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ...