ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଇଁ ଜିଲ୍ଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି ଓ ସାହିତ୍ୟ ସମ୍ପର୍କିତ ସାଧାରଣଜ୍ଞାନ ଓ ଇଂରାଜୀ ରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତା ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ୮ଗୋଟି ବ୍ଲକର ଛାତ୍ରଛାତ୍ରୀମାନେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଭାଗ ନେଇଥିଲେ । ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାରେ…
Read MoreMonth: July 2024
ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାର ପଥର’ର ପାଠକୀୟ ଚର୍ଚ୍ଚା
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ବିଚାରପଥର’ର ପାଠକୀୟ ଚର୍ଚ୍ଚା ଜୁଲାଇ୬ତାରିଖରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୟାଗଡ଼ର ନୀଳମାଧବ କଲ୍ୟାଣ ମଣ୍ଡପ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସାହିତ୍ୟପ୍ରେମୀଙ୍କ ଗହଣରେ ଏହି ଆଲୋଚନାଚକ୍ରକୁ ଉଦଘାଟନ କରି ବିଶିଷ୍ଟ ସାରସ୍ଵତ ସାଧକ ତଥା ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା ରଖିବା ସହିତ ବିଚାରପଥର ଉପନ୍ୟାସର ସଫଳ ପାଠକୀୟ ସ୍ଵୀକୃତି ଉପରେ ଆଲୋକପାତ କରିଥିଲେ। ହଜିଯାଉଥିବା ଶବ୍ଦମାନଙ୍କୁ ପ୍ରୟୋଗ କରି ଲୋକପ୍ରିୟ ସାହିତ୍ୟସୃଷ୍ଟିରେ ଶ୍ରୀ ମହାପାତ୍ର ଜଣେ ଧୂରୀଣ ସାରସ୍ଵତ ସାଧକ ବୋଲି ଡଃ ସାହୁ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟସ୍ରଷ୍ଟା ଶ୍ରୀ ନିରଞ୍ଜନ ସାହୁ ସମାଜର ବିବର୍ତ୍ତନରେ ରଚନାତ୍ମକ ସାହିତ୍ୟର ଭୂମିକା ଉପରେ…
Read Moreରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ପାଳନ ହେଲା ବନ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ପ୍ରସନ୍ନ କୁମାର ବସନ୍ତିଆ ଙ୍କ ଫାର୍ମ ହାଉସ୍ ରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ସମସ୍ତ ରୋଟାରୀ ସଦସ୍ଯ ମାନେ ଏକାଠି ହୋଇ ଗଛ ରୋପଣ କାର୍ଯ୍ୟ ରେ ସାମିଲ୍ ହୋଇଥିଲେ। ଲେମ୍ବୁ, ଅମୃତଭଣ୍ଡା, ଅଁଳା, ପିଜୁଳି, ଡାଳିମ୍ବ ଆଦି ଅନେକ ଫଳ ଗଛ ରୋପଣ କରାଯାଇ ଥିଲା। ରୋଟାରୀ କ୍ଳବ୍ ସଂପାଦକ ଅବିନାଶ ସାହୁ ଓ ମିଶନ ଗ୍ରୀନ୍ ର ଚେୟାରମ୍ୟାନ ମିହିର ରଂଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗଛ ରୋପଣ କାର୍ଯ୍ୟକ୍ରମ ରେ ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପ୍ରୁଷ୍ଟି, ବାସୁଦେବ ସାହୁ, ପ୍ରସନ୍ନ କୁମାର…
Read Moreଜୁଲାଇ ୨୧ ରେ ନୂଆଗାଁ ବ୍ଲକରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ”ର ଅଡିସନ୍
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ “ସୃଜନିକା” ତରଫରୁ ବ୍ଲକ୍ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ର ନୂଆଗାଁ ବ୍ଲକ୍ ଅଡିସନ୍ ଆସନ୍ତା ଜୁଲାଇ ମାସ ୨୧ ତାରିଖ ରବିବାର ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ଭବନ ଠାରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୮ ବର୍ଷ ରୁ ୧୮ ବର୍ଷ ର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିପାରିବେ ଏବଂ ସେମାନେ ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରିପାରିବେ।ନୃତ୍ୟର ସମୟ ସୀମା ୩ ମିନିଟ୍ ରଖାଯାଇଛି। ନୟାଗଡ ଜିଲ୍ଲା ର ପିଲାମାନଙ୍କ ର ଏହି ନୃତ୍ୟ ପ୍ରତିଭା କୁ ଲୋକଲୋଚନକୁ ଆଣିବା ର ପ୍ରୟାସ ନେଇ ଏହି ପ୍ରତିଯୋଗିତା ର ଆୟୋଜନ…
Read Moreବୁଗୁଡା କନ୍ୟାଶ୍ରମରେ ବନ ମହୋତ୍ସବ ପାଳିତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଦିବାସୀ ମଙ୍ଗଳ ବିଭାଗ ପରିଚାଳିତ ଦଶପଲ୍ଲା ବ୍ଳକ୍ ର ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ବନ୍ୟପ୍ରାଣୀ ବନାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ତେବାସୀ ଛାତ୍ରୀମାନେ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଥିଲେ ଓ ତାହାର ଯତ୍ନ ନେବାପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆରସିଂହ ଯୋଗ ଦେଇଥିବା ବେଳେ, ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷୟିତ୍ରୀ ନମିତା ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶତାଧିକ ବୃକ୍ଷ ରୋପଣ ହୋଇଥିଲା । ପ୍ରକାଶ ଥାଉକି ବନାଞ୍ଚଳ ଅଧିକାରିଣୀଙ୍କ ନିର୍ଦ୍ଦେଶ କ୍ରମେଃ ବୁଗୁଡା ସେକ୍ସନ ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟଙ୍କ ତତ୍ବାବଧାନରେ ବାଣିଗୋଛା ପଶ୍ଚିମ ବନାଞ୍ଚଳର ବିଭିନ୍ନ…
Read Moreବିଦ୍ୟାଳୟରେ ବନମହୋତ୍ସବ ପାଳିତ
ଓଡଗାଁ, (ନୟାଗଡ଼ ଦର୍ପଣ): ୭୫ ତମ ବନମହୋତ୍ସବ ପାଳନ ଅବସରରେ ଆଜି ଓଡଗାଁ ବ୍ଲକର କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ବନପାଳ ସରିତା ବରାଳ,ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଓଡ଼ିଶା ଭାରତ ସ୍କାଉଟ ଗାଇଡ୍ ର ରାଜ୍ୟ ସଂଯୋଜକ ରବିନ୍ଦ୍ର ନାୟକ ସମ୍ମାନିତ ଅତିଥି ରୂପେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ପଞ୍ଚାନନ ପଣ୍ଡା,ବନରକ୍ଷୀ ମାନସରଞ୍ଜନ ମିଶ୍ର, ଦିପ୍ତିମୟୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗନ୍ନାଥ ନାୟକ ଯୋଗଦେଇଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ ଉପରେ ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସମସ୍ତେ ବୃକ୍ଷ ଧରି ବିଭିନ୍ନ ସ୍ଲୋଗାନ ସହିତ ଗ୍ରାମ ପରିକ୍ରମା…
Read Moreଶ୍ରୀରାମକୃଷ୍ଣ ଶିକ୍ଷାକେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ,ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଥିଲେ। ନୟାଗଡ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସଙ୍କ ଉପସ୍ଥିତିରେ ସର୍ବପ୍ରଥମେ ସକାଳ ୮ଟା ସମୟରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ତିଳତର୍ପଣ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ…
Read Moreକୃତଜ୍ଞତା ଜଣାଇଲେ ବିଧାୟକ ରମେଶ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ବିଜୁ ଭବନ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଜୟୀ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ବିଜୁ ଜନତା ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।୪୪weww ପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଦ୍ୱିତୀୟ ଥର ନିର୍ବାଚିତ କରିଥିବାରୁ ମୁଁ ଅପ ଆପଣ ମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିବା ସହ ବିଜେଡିକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା, ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ବରିଷ୍ଠ ବିଜେଡି ସଂଗଠକ ଶଙ୍କର୍ଷଣ ବେହେରା, ୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ୧୭…
Read Moreକ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଷାଠିଏ ବର୍ଷ ନିର୍ଦ୍ଧାରିତ ବୟସ ସୀମା ଛୁଇଁଲା ପରେ ରାଜ୍ୟର ସରକାରୀ କର୍ମଚାରୀ ଚାକିରିରୁ ଅବସର ନିଅନ୍ତି। ଉକ୍ତ ନୀତି ନିୟମ ଆଧାରରେ ଆଞ୍ଚଳିକ ସାଧନ କେନ୍ଦ୍ର ସିନ୍ଦୁରିଆ ଅଧୀନରେ ଥିବା ଜାମୁସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜନାନା ମକ୍ତବ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବେବର୍ତ୍ତାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ନୂଆଘଡୁଆଳ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି ଦେଇ, ମେନକା ସୁନ୍ଦରୀ ଦେଇ, ଜୟନ୍ତୀ ପଣ୍ଡା ଓ ଉର୍ବଶୀ ବାରିକ ପ୍ରମୁଖ ଜୁନ୍ ତିରିଶି ତାରିଖରେ ଅବସର ନେଇଛନ୍ତି। ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ବରିଷ୍ଠ ଶିକ୍ଷକ ପ୍ରସନ୍ନ ବାରିକ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଆଜିର ସଭାରେ ଅପସାରିତ ପୂର୍ବତନ…
Read Moreଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ତରଫରୁ ବନ ମହୋତ୍ସବ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପାଣିପଇଲା ନିକଟସ୍ଥ ମିଲେନିୟମ ଏକାଡେମୀ ପରିସରରେ ଭାରତ ବିକାଶ ପରିଷଦ ତରଫରୁ ବନ ମହୋତ୍ସବ ପାଳନ ହୋଇ ଯାଇଛି। ପରିଷଦର ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ମିଲେନିୟମ ଏକାଡେମୀ ପରିସରରେ ପ୍ରାୟ ୨୦୦ ଗଛ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ନିଜ ହାତରେ ଏକ ଲିମ୍ବ ଗଛ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ମିଲେନିୟମ ଏକାଡେମୀର ଚେୟାରମ୍ୟାନ ବସନ୍ତ କୁମାର ସାହୁ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ। ଲିମ୍ବ, କରଞ୍ଜ, ଅଶୋକ, ଓଉ, ବଉଳ, ଜାମୁ, ମେହଗାନି, କାଠ ବାଦାମ, ପେସ୍ତା ଆଦି ୨୦୦ ଗଛ ରୋପଣ କରାଯାଇ ଥିଲା।ଏହି ବନ…
Read More