ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଇଁ ଜିଲ୍ଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି ଓ ସାହିତ୍ୟ ସମ୍ପର୍କିତ ସାଧାରଣଜ୍ଞାନ ଓ ଇଂରାଜୀ ରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତା ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ୮ଗୋଟି ବ୍ଲକର ଛାତ୍ରଛାତ୍ରୀମାନେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଭାଗ ନେଇଥିଲେ । ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇଥିବା ଶ୍ରୀ ରାମକୃଷ୍ଣ ରଥ, ସାମ୍ବାଦିକ , ଶ୍ରୀ ଅଶୋକ କୁମାର ନାୟକ , ଅବସର ପ୍ରାପ୍ତ ଅଧ୍ୟକ୍ଷ, ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷକ, ବସିରନ୍ ବିବି,ସାହିତ୍ୟିକା , ଶ୍ରୀ ନିର୍ମଳ ଚନ୍ଦ୍ର ଶୂରଦେଓ, ପରଂପରା, ଶ୍ରୀ ଗୋଦାବରୀଶ ମିଶ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶ୍ରୀ ବିକେଶ ସାହୁ, ଅଧ୍ୟାପକ, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ମହମ୍ମଦ ଓମର ମଲ୍ଲିକ, ଅବସର ପ୍ରାପ୍ତ ଅଧ୍ୟକ୍ଷ,ଶ୍ରୀ ସୁଦର୍ଶନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶ୍ରୀମତୀ ନିଳିମା ନନ୍ଦ,ଅଧ୍ୟାପିକା , ଶ୍ରୀ କାମାକ୍ଷା ପ୍ରସାଦ ଦାଶ,ସମାଜସେବୀ ,ଶ୍ରୀ ଗୋପିନାଥ ସେଠୀ,କବି, ସମସ୍ତ ପ୍ରତିଯୋଗୀ ଏବଂ ପ୍ରତିଯୋଗୀଙ୍କ ଅଭିଭାବକ ଏବଂ ଶିକ୍ଷକଶେଯାଗ ଦେଇଥିଲେ । ପୁରସ୍କାର ବିତରଣ ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସ୍ଥାନ ଏବଂ ନିୟମ ବିଷୟରେ ସୂଚନା ଦିଆଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Related posts